Quoteଦ୍ୱୀପପୁଞ୍ଜର ନାମକରଣ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତଙ୍କ ପାଇଁ ଏକ ଅନନ୍ତ ଶ୍ରଦ୍ଧାଞ୍ଜଳି ହେବ
Quoteପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ସହିତ ବାସ୍ତବ ଜୀବନର ହୀରୋମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ସ୍ୱୀକୃତି ମିଳିବ
Quoteନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନେତାଜୀଙ୍କ ନାମରେ ସମର୍ପିତ ପାଇଁ ର୍ନିମାଣ ହେବାକୁ ଥିବା ଜାତୀୟ ସ୍ମାରକୀ ମଡେଲକୁ ମଧ୍ୟ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ୨୩ ଜାନୁଆରୀ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ନାମକରଣ ହୋଇନଥିବା ୨୧ ଟି ବୃହତ ଦ୍ୱୀପପୁଞ୍ଜର ନାମକରଣ ସମାରୋହରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନେତାଜୀଙ୍କ ନାମରେ ସମର୍ପିତ ପାଇଁ ର୍ନିମାଣ ହେବାକୁ ଥିବା ଜାତୀୟ ସ୍ମାରକୀ ମଡେଲକୁ ମଧ୍ୟ ଉନ୍ମୋଚନ କରିବେ ।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଐତିହାସିକ ମହତ୍ୱକୁ ମନେ ରଖି ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ପାଇଁ ରସ୍‌ ଦ୍ୱୀପପୁଞ୍ଜକୁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ନାମରେ ନାମିତ କରାଯାଇଥିଲା । ନୀଲ୍‌ ଦ୍ୱୀପ ଏବଂ ହାଭଲକ୍‌ ଦ୍ୱୀପକୁ ମଧ୍ୟ ସହୀଦ ଦ୍ୱୀପ୍ ଏବଂ ସ୍ୱରାଜ ଦ୍ୱୀପ୍ ନାମରେ ନାମିତ କରାଯାଇଥିଲା ।

ଦେଶର ବାସ୍ତବ ଜୀବନର ହୀରୋମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଏହି ଆବେଗ ସହିତ ଆଗକୁ ବଢିବା ପରେ ବର୍ତ୍ତମାନ ଦ୍ୱୀପ ପୁଞ୍ଜର ନାମକରଣ ହୋଇନଥିବା ୨୧ ବୃହତ୍ତମ ଦ୍ୱୀପକୁ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବ ବୃହତ ନାମବିହୀନ ଦ୍ୱୀପ ପ୍ରଥମ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ, ଦ୍ୱିତୀୟ ବୃହତ୍ତମ ନାମବିହୀନ ଦ୍ୱୀପ ଦ୍ୱିତୀୟ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ । ଏହି ପଦକ୍ଷେପ ଆମ ବୀରମାନଙ୍କ ପାଇଁ ଏକ ଅନନ୍ତ ଶ୍ରଦ୍ଧାଞ୍ଜଳି ହେବ, ସେମାନଙ୍କ ମଧ୍ୟରୁ ଅନେକ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ରକ୍ଷା କରିବା ପାଇଁ ଚରମ ବଳିଦାନ ଦେଇଥିଲେ ।

ଏହି ଦ୍ୱୀପପୁଞ୍ଜଗୁଡିକ ଯେଉଁ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ   ସେମାନେ ହେଲେ ମେଜର ସୋମନାଥ ଶର୍ମା; ସୁବେଦାର ଏବଂ ହୋନି କ୍ୟାପଟେନ୍ (ତକ୍ରାଳୀନ ଲାନ୍ସ ନାୟକ) କରମ୍ ସିଂହ, ଏମ୍‌ଏମ୍; ୨ୟ ଲେଫ୍ଟନାଣ୍ଟ ରାମ ରାଘୋବା ରାଣେ; ନାୟକ ଯଦୁନାଥ ସିଂହ; କମ୍ପାନୀ ହାବିଲଦାର ମେଜର ପିରୁ ସିଂହ; କ୍ୟାପଟେନ୍‌ ଜିଏସ୍ ସାଲାରିଆ; ଲେଫ୍ଟନାଣ୍ଟଣ୍ଟ କର୍ଣ୍ଣେଲ (ତତ୍କାଳୀନ ମେଜର) ଧନ ସିଂହ ଥାପା; ସୁବେଦାର ଯୋଗୀନ୍ଦର ସିଂହ; ମେଜର ସୈତାନ ସିଂହ; ସିକ୍ୟୁଏମଏଚ୍‌ ଅବଦୁଲ ହମିଦ; ଲେଫ୍ଟନାଣ୍ଟ କର୍ଣ୍ଣେଲ ଆର୍ଦେଶୀର ବୁର୍ଜୋରଜୀ ତାରାପୋରେ; ଲାନ୍ସ ନାଏକ ଆଲବର୍ଟ ଏକକା; ମେଜର ହୋଶିଆର ସିଂହ; ୨ୟ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଲ; ଫ୍ଲାଇଙ୍ଗ ଅଫିସର ର୍ନିମଲଜିତ ସିଂହ ସେଖୋଁ; ମେଜର ରାମସ୍ୱାମୀ ପରମେଶ୍ୱରନ୍; ନାଏବ ସୁବେଦାର ବାନା ସିଂହ; କ୍ୟାପଟେନ ବିକ୍ରମ ବାତ୍ରା; ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ; ସୁବେଦାର ମେଜର (ତତ୍କାଳୀନ ରାଇଫଲମ୍ୟାନ୍) ସଞ୍ଜୟ କୁମାର; ଏବଂ ସୁବେଦାର ମେଜର ଅବସରପ୍ରାପ୍ତ (ହୋନି କ୍ୟାପଟେନ) ଗ୍ରେନାଡିୟର୍ ଯୋଗେନ୍ଦ୍ର ସିଂହ ଯାଦବ ।

 

  • BHARAT KUMAR MENON January 23, 2024

    🇮🇳🇮🇳🇮🇳Jai Sree Ram 🙏🙏🙏
  • shraddha singh January 27, 2023

    evrythinh is important for me in this app theres lot to do and lot read and explore thankyou
  • Sripati Singh January 25, 2023

    jai ho, Manniye Pradhanmantri jee
  • MONICA SINGH January 23, 2023

    Jai Hind🙏🌻🇮🇳
  • Dilip Kumar Das Rintu January 23, 2023

    দেশনায়ক, ভারত মাতার বীর সন্তান, ভারতের স্বাধীনতা সংগ্রামের মহানায়ক নেতাজি সুভাষ চন্দ্র বসু'র জন্মদিবসে শত কোটি প্ৰণাম। #NationSalutesNetaji #NetajiSubhasChandraBose #नेताजी_सुभाष_चंद्र_बोस
  • Mahendra singh Solanky January 23, 2023

    आज़ाद हिन्द फौज का गठन करने वाले महान स्वतंत्रता सेनानी नेताजी सुभाष चन्द्र बोस जी की जन्म-जयंती पर उन्हें विनम्र श्रद्धांजलि.. #SubhashChandraBose
  • Prabhat Kumar nawab January 23, 2023

    Good
  • Chandra Bhushan Pandey Savarkar January 22, 2023

    जय श्री परशुराम जय श्री राम जय श्री कृष्ण हर हर महादेव
  • babli vishwakarma January 22, 2023

    जय हो
  • अनूप कुमार January 22, 2023

    23 जनवरी बीर शहीद जाँबाज बेटों के नाम 🙏🙏
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
How India has become the world's smartphone making powerhouse

Media Coverage

How India has become the world's smartphone making powerhouse
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 11, 2025
August 11, 2025

Appreciation by Citizens Celebrating PM Modi’s Vision for New India Powering Progress, Prosperity, and Pride