ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଡିସେମ୍ବର ୨୦୨୧ ଦିନ ଜାତୀୟ ଯୁଦ୍ଧ ସ୍ମାରକୀର ସ୍ୱର୍ଣ୍ଣିମ ବିଜୟ ମଶାଲର ସମ୍ମାନ ଏବଂ ସ୍ୱାଗତ ସମାରୋହରେ ଅଂଶଗ୍ରହଣ କରିବେ ।
୧୯୭୧ ଯୁଦ୍ଧରେ ଭାରତର ବିଜୟର ୫୦ ବର୍ଷ ତଥା ବାଂଲାଦେଶ ଗଠନର ସ୍ମୃତିଚାରଣ ପାଇଁ ସ୍ୱର୍ଣ୍ଣିମ ବିଜୟ ବର୍ଷ ଉତ୍ସବର ଏକ ଅଂଶ ଭାବରେ ଗତବର୍ଷ ଡିସେମ୍ବର ୧୬ ତାରିଖରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ସ୍ୱର୍ଣ୍ଣିମ ବିଜୟ ମଶାଲର ଜ୍ୟୋତି ପ୍ରଜ୍ୱଳିତ କରିଥିଲେ । ସେ ମଧ୍ୟ ଚାରିଟି ଜ୍ୟୋତି ଜଳାଇଥିଲେ ଯାହା ବିଭିନ୍ନ ଦିଗ ଦେଇ ଗତି କରିବାର ଥିଲା । ସେହି ଦିନଠାରୁ, ଏହି ଚାରିଟି ଜ୍ୟୋତି ଦେଶର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଗତି କରିଥିଲା, ଯେପରିକି ସିଆଚେନ୍, କନ୍ୟାକୁମାରୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଲଙ୍ଗେୱାଲା, ରନ ଅଫ କଚ୍ଛ, ଅଗରତାଲା ଇତ୍ୟାଦି । ଏହି ଜ୍ୟୋତି ଯୁଦ୍ଧ କ୍ଷେତ୍ର ତଥା ୧୯୭୧ ଯୁଦ୍ଧର ପୁରସ୍କାରପ୍ରପ୍ତ ବୟୋଜେଷ୍ଠ ବିଜେତାମାନଙ୍କ ଘରକୁ ମଧ୍ୟ ନିଆଯାଇଥିଲା ।
୧୬ ଡିସେମ୍ବର ୨୦୨୧ ର ସମ୍ମାନ ସମାରୋହରେ, ଏହି ଚାରିଟି ଜ୍ୟୋତିକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀର ଅନନ୍ତ ଜ୍ୟୋତି ସହିତ ମିଶ୍ରଣ କରିବେ ।