Quoteଏହି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ‘ପାଲଖୀ’ ପାଇଁ ଉତ୍ସର୍ଗୀକୃତ ପାଦଚଲା ରାସ୍ତା ର୍ନିମାଣ କରାଯିବ
Quoteପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ପାନ୍ଧରପୁର ସହିତ ସଂଯୋଗ ବୃଦ୍ଧି ପାଇଁ ଏକାଧିକ ସଡକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ପାନ୍ଧରପୁରକୁ ଭକ୍ତଙ୍କ ଯାତାୟତକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୮, ୨୦୨୧ ଅପରାହ୍ନ ୩.୩୦ ରେ ଭିଡିଓ କନଫରେନ୍ସି ମାଧ୍ୟମରେ ଶ୍ରୀ ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲଖୀ ମାର୍ଗର (ଏନ୍‍ଏଚ୍‍-୯୬୫) ଏବଂ ଶ୍ରୀ ସନ୍ଥ ତୁକାରାମ ମହାରାଜ ପାଲଖୀ ମାର୍ଗ (ଏନ୍‍ଏଚ୍‍-୯୬୫ଜି)ର ତିନିଟି ଭାଗର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ‘ପାଲଖୀ’ ପାଇଁ ଉତ୍ସର୍ଗୀକୃତ ପଦଚଳା ରାସ୍ତା ଏହି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ର୍ନିମାଣ ହେବ, ଯାହା ଭକ୍ତମାନଙ୍କୁ ମୁକ୍ତ ଏବଂ ନିରାପଦ ଯାତାୟାତ ଯୋଗାଇବ ।

ଦିଭେଘାଟରୁ ମୋହୋଲ ପର୍ଯ୍ୟନ୍ତ ପ୍ରାୟ ୨୨୧ କିଲୋମିଟର ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲଖୀ ମାର୍ଗ ଏବଂ ପାଟାସରୁ ଟୋଣ୍ଡାଲେ - ବୋଣ୍ଡାଲେ ପର୍ଯ୍ୟନ୍ତ ପ୍ରାୟ ୧୩୦ କିଲୋମିଟର ସନ୍ଥ ତୁକାରାମ ମହାରାଜ ପାଲଖୀ ମାର୍ଗ, ଉଭୟ ପାଶ୍ୱର୍ରେ ‘ପାଲଖୀ' ପାଇଁ ଉତ୍ସର୍ଗୀକୃତ ପାଦଚଲା ରାସ୍ତା ସହିତ ଚାରି ଲେନ ବିଶିଷ୍ଟ ହେବ, ଏହାର ଆନୁମାନିକ ମୂଲ୍ୟ ଯଥାକ୍ରମେ ୬୬୯୦ କୋଟିରୁ ଅଧିକ ଏବଂ ପ୍ରାୟ ୪୪୦୦ କୋଟି ଟଙ୍କା ହେବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୨୩ କିଲୋମିଟରରୁ ଅଧିକ ର୍ନିମାଣ ଏବଂ ନବୀକରଣ ହୋଇଥିବା ସଡକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ, ଯାହାର ଆନୁମାନିକ ମୂଲ୍ୟ ୧୧୮୦ କୋଟି ଟଙ୍କାରୁ ଅଧିକ ହେବ ଏବଂ ପାନ୍ଧରପୁର ସହିତ ସଂଯୋଗ ବୃଦ୍ଧି ପାଇଁ ବିଭିନ୍ନ ଜାତୀୟ ରାଜପଥକୁ ସଂଯୋଗ କରିବ । ଏହି ପ୍ରକଳ୍ପଗୁଡ଼ିକରେ ମସ୍ୱାଦ - ପିଲିଭ - ପାନ୍ଧରପୁର (ଏନ୍‍ଏଚ୍‍ ୫୪୮ଇ), କୁର୍ଦ୍ଦୁୱାଡି - ପାନ୍ଧରପୁର (ଏନ୍‍ଏଚ୍‍ ୯୬୫ସି), ପାନ୍ଧରପୁର - ସାଙ୍ଗୋଲା (ଏନ୍‍ଏଚ୍‍ ୯୬୫ସି), ଏନ୍‍ଏଚ୍‍ ୫୬୧ଏର ତେମ୍ଭୁର୍ନି-ପାନ୍ଧରପୁର ବିଭାଗ ଏବଂ ଏନ୍‍ଏଚ୍‍ ୫୬୧ଏ ର ପାନ୍ଧରପୁର – ମଙ୍ଗଲୱେଧା - ଉମାଡି ବିଭାଗ ଅନ୍ତର୍ଭୁକ୍ତ ।

ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

 

  • Hey Haha October 27, 2022

    Hii
  • Laxman singh Rana June 24, 2022

    नमो नमो 🇮🇳🌷
  • Laxman singh Rana June 24, 2022

    नमो नमो 🇮🇳
  • Dr Chanda patel February 05, 2022

    Jay Hind Jay Bharat 🇮🇳
  • SHRI NIVAS MISHRA January 23, 2022

    यही सच्चाई है, भले कुछलोग इससे आंखे मुद ले। यदि आंखे खुली नही रखेंगे तो सही में हवाई जहाज का पहिया पकड़ कर भागना पड़ेगा।
  • G.shankar Srivastav January 03, 2022

    नमो
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
How PMJDY has changed banking in India

Media Coverage

How PMJDY has changed banking in India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 25, 2025
March 25, 2025

Citizens Appreciate PM Modi's Vision : Economy, Tech, and Tradition Thrive