ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୫, ୨୦୨୨ ଅପରାହ୍ନ ୪.୩୦ରେ ୭, ଲୋକକଲ୍ୟାଣ ମାର୍ଗ ଠାରେ ଜାତୀୟ ଶିକ୍ଷକ ପୁରସ୍କାର, ୨୦୨୨ର ବିଜେତାମାନଙ୍କ ସହ ଆଲୋଚନା କରିବେ ।
ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ଦ୍ୱାରା କେବଳ ସ୍କୁଲ ଶିକ୍ଷାର ମାନ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ଜୀବନକୁ ସମୃଦ୍ଧ କରିଥିବା ଦେଶର କିଛି ଶ୍ରେଷ୍ଠ ଶିକ୍ଷକଙ୍କୁ ସେମାନଙ୍କ ଅଦ୍ୱିତୀୟ ଯୋଗଦାନ ପାଇଁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଛି ।
ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ କୃତୀ ଶିକ୍ଷକମାନଙ୍କୁ ସ୍ୱୀକୃତି ପ୍ରଦାନ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଉଛି । ଚଳିତ ବର୍ଷ ତିନି ପର୍ଯ୍ୟାୟର କଠିନ ଏବଂ ସ୍ୱଚ୍ଛ ଅନଲାଇନ ପ୍ରକ୍ରିୟା ଦ୍ୱାରା ଦେଶର ବିଭିନ୍ନ ସ୍ଥାନରୁ ୪୫ ଶିକ୍ଷକଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି ।