Quote୧.୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ବାଣ୍ଟିବେ ଇ-ପ୍ରପର୍ଟି କାର୍ଡ

ଅକ୍ଟୋବର ୬, ମଧ୍ୟାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ସ୍ୱାମୀତ୍ୱ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ବଣ୍ଟନ କରିବେ ।

କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ

ସ୍ୱାମୀତ୍ୱ ପଞ୍ଚାୟତିରାଜ ମନ୍ତ୍ରାଳୟର ଏକ କେନ୍ଦ୍ର କ୍ଷେତ୍ରୀୟ ଯୋଜନା । ଗ୍ରାମୀଣ ଆବାସିକ ଅଞ୍ଚଳ ନିବାସୀଙ୍କୁ ସମ୍ପତ୍ତି ଅଧିକାର ପ୍ରଦାନ କରିବା ଏହାର ଲକ୍ଷ୍ୟ । ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ଋଣ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ନେବା ବେଳେ ସମ୍ପତ୍ତିକୁ ଆର୍ଥିକ ସମ୍ପତ୍ତି ଭାବରେ ବ୍ୟବହାର କରିବାରେ ଏହି ଯୋଜନା ମାର୍ଗ ପ୍ରଶସ୍ତ କରିବ । ଗ୍ରାମାଞ୍ଚଳର ଆବାସିକ କ୍ଷେତ୍ରକୁ ଅତ୍ୟାଧୁନିକ ଡ୍ରୋନ ପ୍ରଯୁକ୍ତି ସର୍ବେକ୍ଷଣ ମାଧ୍ୟମରେ ସୀମା ନିର୍ଦ୍ଧାରଣ କରିବା ଏହାର ଲକ୍ଷ୍ୟ । ଦେଶର ଡ୍ରୋନ ନିର୍ମାଣ ଇକୋସିଷ୍ଟମକୁ ମଧ୍ୟ ଏହି ଯୋଜନା ପ୍ରୋତ୍ସାହନ ଦେଇଛି ।       

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
'Operation Sindoor exceeded aims, India achieved a massive victory'

Media Coverage

'Operation Sindoor exceeded aims, India achieved a massive victory'
NM on the go

Nm on the go

Always be the first to hear from the PM. Get the App Now!
...
ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
May 14, 2025

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ସୁରକ୍ଷା ବାହିନୀଙ୍କ ସଫଳତାରୁ ଏହା ଜଣାପଡ଼ୁଛି ଯେ ନକ୍ସଲଙ୍କୁ ନିପାତ କରିବା ଦିଗରେ ଆମର ଅଭିଯାନ ଠିକ୍ ଦିଗରେ ଚାଲିଛି । “ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତିି ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ଏବଂ ସେମାନଙ୍କୁ ବିକାଶର ମୁଖ୍ୟଧାରାରେ ଆମେ ଯୋଡ଼ିବୁ” ଶ୍ରୀ ମୋଦୀ କହିଛନ୍ତି ।

ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଏକ ବିବୃତିର ପ୍ରତିକ୍ରିୟାରେ ଏକ୍ସ ରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

“ସୁରକ୍ଷା ବଳଙ୍କ ଏହି ସଫଳତା ଏହା ଦର୍ଶାଉଛି କି ନକ୍ସଲବାଦର ମୂଳକୁ ନିପାତ କରିବା ଦିଗରେ ଆମର ଅଭିଯାନ ଠିକ୍ ଦିଗରେ ଅଗ୍ରସର ହେଉଛି । ନକ୍ସଲବାଦ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସହ ସେମାନଙ୍କୁ ବିକାଶର ମୁଖ୍ୟଧାରାରେ ଯୋଡ଼ିବା ଦିଗରେ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ।”