ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ମାର୍ଚ୍ଚ 7, 2020ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜନ ଔଷଧୀ ଦିବସ ସମାରୋହରେ ଅଂଶଗ୍ରହଣ କରିବେ । ଶ୍ରୀ ମୋଦୀ ସାତୋଟି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା କେନ୍ଦ୍ର ସହ ମତ ବିନିମୟ କରିବେ । ଏହି ଯୋଜନାର ସଫଳତା ଏବଂ ଏହାକୁ ଅଧିକ ଗତିଶୀଳ କରିବା ଲାଗି ସାରା ଭାରତରେ ମାର୍ଚ୍ଚ 7 ତାରିଖକୁ ଜନ ଔଷଧୀ ଦିବସ ଭାବେ ପାଳନ କରାଯାଇଥାଏ । ବଛା ବଛା ଷ୍ଟୋର ମାଲିକ ଏବଂ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ମତ ବିନିମୟ କରିବେ । ପ୍ରତ୍ୟେକ ଜନ ଔଷଧୀ କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରିବେ । ଜନ ଔଷଧୀ କେନ୍ଦ୍ରର ବଛା ବଛା ଷ୍ଟୋରରେ ଗଚ୍ଛିତ ଥିବା ଔଷଧ ବିଷୟରେ ଡାକ୍ତର, ଗଣମାଧ୍ୟମ ପ୍ରତିନିଧି, ଫାର୍ମାସିଷ୍ଟ ଏବଂ ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି. ଭି. ସଦାନନ୍ଦ ଗୌଡା ଉତ୍ତରପ୍ରଦେଶର ବାରଣାସୀସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । କେନ୍ଦ୍ର ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲକ୍ଷ୍ମଣଭାଇ ମାଣ୍ଡଭିୟ ଜମ୍ମୁ ଓ କଶ୍ମୀରସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା କେନ୍ଦ୍ରରୁ ଅଂଶଗ୍ରହଣ କରିବେ ।

ଦେଶର 700 ଜିଲ୍ଲାରେ ଥିବା ପ୍ରାୟ 6200 ଜନ ଔଷଧୀ କେନ୍ଦ୍ର ବିଶ୍ଵର ସବୁଠାରୁ ବଡ ଖୁଚୁରା ଔଷଧ ବିକ୍ରୟ କେନ୍ଦ୍ର ରୂପେ ପରିଗଣିତ । ଏସବୁ କେନ୍ଦ୍ରରେ 2019-20 ଆର୍ଥିକ ବର୍ଷରେ 390 କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଔଷଧ ବିକ୍ରୀ ହୋଇଛି, ଯାହାଦ୍ଵାରା ସାଧାରଣ ନାଗରିକଙ୍କ ପ୍ରାୟ 2200 କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ସ୍ଥାୟୀ ଓ ନିୟମିତ ଆୟ ସହିତ ଏହି ଯୋଜନା ଆତ୍ମନିଯୁକ୍ତି ପ୍ରଦାନ କରିବାରେ ସହାୟକ ହୋଇପାରିଛି ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Over 28 lakh companies registered in India: Govt data

Media Coverage

Over 28 lakh companies registered in India: Govt data
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 19, 2025
February 19, 2025

Appreciation for PM Modi's Efforts in Strengthening Economic Ties with Qatar and Beyond