Quoteନର୍ଥ ଏବଂ ସାଉଥ୍ ବ୍ଲକରେ ଜାତୀୟ ସଂଗ୍ରହାଳୟରେ ଏକ ଭର୍ଚୁଆଲ୍ ପଦକ୍ଷେପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ମଇ ଦିନ ସକାଳ ୧୦:୩୦ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ ୨୦୨୩ ର ଉଦଘାଟନ କରିବେ ।

୪୭ ତମ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ (ଆଇଏମ୍‍ଡି) ପାଳନ ଲାଗି ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଆନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି । ଏହି ବର୍ଷ ପାଇଁ ଆଇଏମ୍‍ଡିର ବିଷୟବସ୍ତୁ ହେଉଛି "ସଂଗ୍ରହାଳୟ, ସ୍ଥିରତା ଏବଂ ଉତ୍ତମ” । ସଂଗ୍ରହାଳୟ ପ୍ରଦର୍ଶନୀ ସଂଗ୍ରହଳାୟ ବୃତ୍ତିଧାରୀମାନଙ୍କ ସହିତ ସଂଗ୍ରହାଳୟ ଉପରେ ଏକ ସାମଗ୍ରିକ ଆଲୋଚନା ଆରମ୍ଭ କରିବା ପାଇଁ ପରିକଳ୍ପନା କରାଯାଇଛି ଯାହା ସେମାନଙ୍କୁ ସାଂସ୍କୃତିକ କେନ୍ଦ୍ର ଭାବରେ ବିକଶିତ କରିବାକୁ ସମର୍ଥ କରିବ ଯାହା ଭାରତର ସାଂସ୍କୃତିକ କୂଟନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନର୍ଥ ଏବଂ ସାଉଥ ବ୍ଲକରେ ଜାତୀୟ ସଂଗ୍ରହାଳୟର ଏକ ଭର୍ଚୁଆଲ୍ ପଦକ୍ଷେପର ଉଦଘାଟନ କରିବେ । ଏହି ସଂଗ୍ରହାଳୟ ହେଉଛି ଭାରତର ଅତୀତ ସହ ଜଡିତ ଏତିହାସିକ ଘଟଣା, ବ୍ୟକ୍ତିତ୍ୱ, ଧାରଣା ଏବଂ ସଫଳତାକୁ ଦର୍ଶାଇବା ଏବଂ ପ୍ରଦର୍ଶନ କରିବା ପାଇଁ ଏକ ବ୍ୟାପକ ପ୍ରୟାସ ଯାହା ଭାରତର ବର୍ତ୍ତମାନର ର୍ନିମାଣରେ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀର ମାସ୍କଟ୍‌, ସଚିତ୍ର ଉପନ୍ୟାସ - ସଂଗ୍ରହାଳୟରେ ଗୋଟିଏ ଦିନ, ଭାରତୀୟ ସଂଗ୍ରହାଳୟର ଡିରେକ୍ଟୋରୀ, କର୍ତ୍ତବ୍ୟ ପଥର ପକେଟ୍ ମାନଚିତ୍ର ଏବଂ ସଂଗ୍ରହାଳୟ କାର୍ଡକୁ ମଧ୍ୟ ଉନ୍ମୋଚନ କରିବେ ।

ଆନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀର ମାସ୍କଟ୍ ହେଉଛି ଚେନ୍ନପଟନମ୍ କଳା ଶୈଳୀରେ କାଠରେ ର୍ନିମିତ ନୃତ୍ୟରତା ଝିଅର ଏକ ସମସାମୟିକ ସଂସ୍କରଣ । ସଚିତ୍ର ଉପନ୍ୟାସ ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରୁଥିବା ପିଲାମାନଙ୍କର ଏକ ଗୋଷ୍ଠୀକୁ ଚିତ୍ରଣ କରିଥାଏ ଯେଉଁଠାରେ ସେମାନେ ସଂଗ୍ରହାଳୟରେ ଉପଲବ୍ଧ ବିଭିନ୍ନ ବିଷୟ ସଂକ୍ରାନ୍ତରେ ଅବଗତ ହେବେ । ଇଣ୍ଡିଆ ମ୍ୟୁଜିୟମ ଡିରେକ୍ଟୋରୀ ହେଉଛି ଭାରତୀୟ ସଂଗ୍ରହାଳୟର ଏକ ବିସ୍ତୃତ ସର୍ଭେ । କର୍ତ୍ତବ୍ୟ ପଥର ପକେଟ୍ ମାନଚିତ୍ର ବିଭିନ୍ନ ସାଂସ୍କୃତିକ ସ୍ଥାନ ଏବଂ ଅନୁଷ୍ଠାନକୁ ଆଲୋକପାତ କରେ ଏବଂ ଏହା ପ୍ରତିଷ୍ଠିତ ପଥଗୁଡିକର ଇତିହାସକୁ ମଧ୍ୟ ଚିହ୍ନିତ କରେ । ସଂଗ୍ରହାଳୟ କାର୍ଡଗୁଡିକ ହେଉଛି ୭୫ ଟି କାର୍ଡର ଏକ ସେଟ୍ ଯାହା ଦେଶରେ ଚିତ୍ରକଳା ସଂଗ୍ରହାଳୟର ଚିତ୍ରିତ ପ୍ରଚ୍ଛଦପଟ୍ଟ ସହିତ ରହିଛି, ଏବଂ ସବୁ ବୟସର ଲୋକଙ୍କୁ ସଂଗ୍ରହାଳୟର ପରିଚୟ ଦେବା ପାଇଁ ଏକ ଅଭିନବ ଉପାୟ ଏବଂ ପ୍ରତ୍ୟେକ କାର୍ଡରେ ସଂଗ୍ରହାଳୟର ସଂକ୍ଷିପ୍ତ ସୂଚନା ରହିଛି ।

 

  • Amit Jha June 26, 2023

    🙏🏼🇮🇳
  • Rakesh Singh May 19, 2023

    जय हिन्द जय भारत वंदेमातरम 🙏🏻
  • Babaji Namdeo Palve May 17, 2023

    जय हिंद जय भारत
  • Deepa bhatt May 17, 2023

    वंदे मातरम जय हिंद जय भारत
  • Rakesh Sahu May 17, 2023

    मारे भी मदद कर दीजिए गरीब का भला होगा आपका मोदी सरकार जी आपका रिक्वेस्ट कर रहे हैं हम बहुत अच्छी तरह से कुछ हमारे भी मदद करती हम बिहार से बोल रहे हैं सिर खड़िया मधुबनी जिला तो रापटगंज से जयपुर सभी विजय गंगारिया पोस्ट ऑफिस पेट्रोल राकेश कुमार साहू बाप के नाम राम उत्सव हमारी भी मदद कर दीजिए पैसा के घर
  • Tribhuwan Kumar Tiwari May 17, 2023

    वंदेमातरम सादर प्रणाम सर सादर त्रिभुवन कुमार तिवारी पूर्व सभासद लोहिया नगर वार्ड पूर्व उपाध्यक्ष भाजपा लखनऊ महानगर उप्र भारत
  • CHOWKIDAR KALYAN HALDER May 17, 2023

    great seeing this
  • Suresh Kashyap May 17, 2023

    नमो नमो
  • PRATAP SINGH May 17, 2023

    🇮🇳🇮🇳🇮🇳🇮🇳🇮🇳🇮🇳 भारत माता कि जय। 🇮🇳🇮🇳🇮🇳🇮🇳🇮🇳🇮🇳
  • Vunnava Lalitha May 17, 2023

    स्वस्थ रहो खुश रहो
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Bharat Tex showcases India's cultural diversity through traditional garments: PM Modi

Media Coverage

Bharat Tex showcases India's cultural diversity through traditional garments: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 16, 2025
February 16, 2025

Appreciation for PM Modi’s Steps for Transformative Governance and Administrative Simplification