ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୮ ମଧ୍ୟାହ୍ନ ୧୨ଟାରେ ସୁପ୍ରିମକୋର୍ଟର ଅଡିଟୋରିୟମରେ ଭାରତର ସୁପ୍ରିମକୋର୍ଟର ହୀରକ ଜୟନ୍ତୀ ସମାରୋହ ଉଦ୍ଘାଟନ କରିବେ ।
ସୁପ୍ରିମକୋର୍ଟର ୭୫ତମ ବର୍ଷପୂର୍ତ୍ତି ସମାରୋହକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନାଗରିକ କେନ୍ଦ୍ରିକ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର କେତେକ ପଦକ୍ଷେପ ଶୁଭାରମ୍ଭ କରିବେ, ଯେଉଁଥିରେ ଡିଜିଟାଲ ସୁପ୍ରିମକୋର୍ଟ ରିପୋର୍ଟ (ଡିଜି ଏସ୍ସିଆର୍), ଡିଜିଟାଲ କୋର୍ଟ ୨.୦ ଏବଂ ସୁପ୍ରିମକୋର୍ଟର ନୂଆ ୱେବସାଇଟ୍ ରହିଛି । ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରିବେ ।
ଡିଜିଟାଲ ସୁପ୍ରିମକୋର୍ଟ ରିପୋର୍ଟ (ଏସ୍ସିଆର୍) ଦେଶର ନାଗରିକଙ୍କ ପାଇଁ ସୁପ୍ରିମକୋର୍ଟର ବିଚାରକୁ ମାଗଣାରେ ଏବଂ ଇଲେକ୍ଟ୍ରୋନିକ୍ ଫର୍ମାଟରେ ଉପଲବ୍ଧ କରାଇବ । ଡିଜିଟାଲ ଏସ୍ସିଆର୍ର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଉଛି, ୧୯୫୦ ପରଠାରୁ ୩୬,୩୦୮ ମାମଲାକୁ କଭର କରିଥିôବା ସୁପ୍ରିମକୋର୍ଟର ସମସ୍ତ ୫୧୯ ଖଣ୍ଡ ରିପୋର୍ଟ ଡିଜିଟାଲ ରୂପରେ, ବୁକ୍ମାର୍କ କରାଯାଇ, ଉପଭୋକ୍ତା ଅନୁକୂଳ ଏବଂ ମୁକ୍ତ ପହଞ୍ଚର ସହ ଉପଲବ୍ଧ କରାଯିବ ।
ଡିଜିଟାଲ କୋର୍ଟ ୨.୦ ଆପ୍ଲିକେସନ ଜିଲା ଅଦାଲତଗୁଡ଼ିକର ଜଜ୍ମାନଙ୍କୁ ଇଲେକ୍ଟ୍ରୋନିକ ରୂପରେ ଅଦାଲତର ରେକର୍ଡ ଉପଲବ୍ଧ କରାଇବା ପାଇଁ ଇ-କୋର୍ଟ ପ୍ରୋଜେକ୍ଟ ଅଧୀନରେ ଏକ ନୂତନ ପଦକ୍ଷେପ । ବାସ୍ତବ ସମୟ ଆଧାରରେ ବକ୍ତବ୍ୟକୁ ଟ୍ରାନ୍ସକ୍ରିପ୍ସନ୍ କରିବା ପାଇଁ ଏହାକୁ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ସହ ଯୋଡ଼ାଯାଇଛି ।
ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟର ନୂତନ ୱେବସାଇଟ୍ ମଞ୍ଚ ଶୁଭାରମ୍ଭ କରିବେ । ନୂତନ ୱେବସାଇଟ ଇଂରାଜୀ ଏବଂ ହିନ୍ଦୀରେ ଦ୍ୱିଭାଷୀ ଫର୍ମାଟରେ ରହିବ ଓ ଏହାକୁ ଉପଭୋକ୍ତା ଅନୁକୂଳ ଇଣ୍ଟରଫେସ୍ ସହ ପୁନଃ ଡିଜାଇନ୍ କରାଯାଇଛି ।