ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୩, ୨୦୨୩ ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଯଶୋଭୂମିଠାରେ ନବମ ଜି-୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି୨୦)କୁ ଉଦଘାଟନ କରିବେ । ଭାରତର ଜି-୨୦ ଅଧ୍ୟକ୍ଷତାର ବ୍ୟାପକ ଢାଞ୍ଚା ରେ ଭାରତୀୟ ସଂସଦ ଏହି ଶିଖର ସମ୍ମିଳନୀ ଆୟୋଜନ କରୁଛି ।

ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଅନୁଯାୟୀ, ନବମ ପି୨୦ ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି "ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ" । ଏହି କାର୍ଯ୍ୟକ୍ରମରେ ଜି-୨୦ ସଦସ୍ୟ ଏବଂ ଆମନ୍ତ୍ରିତ ଦେଶର ସଂସଦର ବାଚସ୍ପତିମାନେ ଯୋଗଦେବେ। ସେପ୍ଟେମ୍ବର ୯-୧୦, ୨୦୨୩ରେ ନୂଆଦିଲ୍ଲୀ ଜି-୨୦ ନେତୃତ୍ବ ସମ୍ମିଳନୀରେ ଆଫ୍ରିକୀୟ ସଂଘ ଜି-୨୦ର ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ପାନ୍-ଆଫ୍ରିକା ସଂସଦ ପି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବ ।

ଏହି ପି-୨୦ ଶିଖର ସମ୍ମିଳନୀରେ ବିଷୟବସ୍ତୁଗତ ଅଧିବେଶନରେ ନିମ୍ନଲିଖିତ ଚାରିଟି ବିଷୟ ଉପରେ ଧ୍ୟାନ ଦିଆଯିବ - ସାର୍ବଜନୀନ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ଜୀବନରେ ପରିବର୍ତ୍ତନ; ମହିଳାଙ୍କ ନେତୃତ୍ବ ଭିତ୍ତିକ ବିକାଶ; ଏସଡିଜିକୁ ତ୍ୱରାନ୍ୱିତ କରିବା; ଏବଂ ଦୀର୍ଘସ୍ଥାୟୀ ଶକ୍ତି ରୂପାନ୍ତରଣ ।

ପ୍ରକୃତି ସହ ସମନ୍ୱୟ ରକ୍ଷା କରି ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ଦିଗରେ ପଦକ୍ଷେପ ଉପରେ ଆଲୋଚନା କରିବା ପାଇଁ ୧୨ ଅକ୍ଟୋବର ୨୦୨୩ରେ ମିଶନ ଲାଇଫ୍‍ (ପରିବେଶ ପାଇଁ ଜୀବନଶୈଳୀ) ଉପରେ ଏକ ପ୍ରାକ୍ ଶିଖର ସଂସଦୀୟ ଫୋରମ୍ ମଧ୍ୟ ଅନୁଷ୍ଠିତ ହେବ ।

 

  • Babla sengupta February 11, 2024

    Babla sengupta
  • Longsing Teron October 14, 2023

    दुनीया मै भारत का परचम लहरते रहो हम आपके साथ है
  • YOGESH MEWARA BJP October 13, 2023

    jai shree raam
  • Sanjay Zala October 13, 2023

    🌏 'Always' _ •🇮🇳\ 🤝 /🇮🇱• _ "Destroyer" 🌏
  • Dr kurapati jayendar Engr October 13, 2023

    thank s
  • shashikant gupta October 12, 2023

    सेवा ही संगठन है 🙏💐🚩🌹 सबका साथ सबका विश्वास,🌹🙏💐 प्रणाम भाई साहब जी 🚩🌹 जय सीताराम 🙏💐🚩🚩 शशीकांत गुप्ता नि.(जिला आई टी प्रभारी) किसान मोर्चा कानपुर उत्तर #satydevpachori #myyogiadityanath #AmitShah #RSSorg #NarendraModi #JPNaddaji #upBJP #bjp4up2022 #UPCMYogiAdityanath #BJP4UP #bhupendrachoudhary #SubratPathak #chiefministerutterpradesh #BhupendraSinghChaudhary #KeshavPrasadMaurya #keshavprasadmauryaji
  • Kalyan Halder October 12, 2023

    great we will catch the event.
  • KRISHAN PARASHAR October 12, 2023

    G20
  • Rajashekharayya Hiremath October 12, 2023

    Great Sir. Bharat Mata is going as Vishava Guru under Your Leadership Sir , We Indian's are Proud of you Sir.🇮🇳🇮🇳🌎🌎
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Modi’s podcast with Fridman showed an astute leader on top of his game

Media Coverage

Modi’s podcast with Fridman showed an astute leader on top of his game
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 18, 2025
March 18, 2025

Citizens Appreciate PM Modi’s Leadership: Building a Stronger India