ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩୦, ୨୦୨୧ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିପେଟ: ପେଟ୍ରୋକେମିକାଲ୍ସ ପ୍ରଯୁକ୍ତି ସଂସ୍ଥାନ, ଜୟପୁରକୁ ଉଦଘାଟନ କରିବା ସହ ରାଜସ୍ଥାନର ବଂଶଓ୍ୱାଡା, ସିରୋହି, ହନୁମାନଗଡ ଓ ଦୌସା ଜିଲ୍ଲାରେ ଚାରିଟି ନୂଆ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଏହି ମେଡିକାଲ କଲେଜଗୁଡିକୁ କେନ୍ଦ୍ର ପ୍ରାୟୋଜିତ ଯୋଜନା “ଜିଲ୍ଲା/ରେଫରାଲ ଡାକ୍ତରଖାନା ସଂଯୁକ୍ତ ମେଡିକାଲ କଲେଜ ପ୍ରତିଷ୍ଠା” ଅନ୍ତର୍ଗତ ମଞ୍ଜୁରୀ ପ୍ରଦାନ କରାଯାଇଛି । ମେଡିକାଲ କଲେଜ ସ୍ଥାପନ ପାଇଁ ପଛୁଆ ଓ ଆକାଂକ୍ଷୀ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏହି ଯୋଜନାର ତିନି ପର୍ଯ୍ୟାୟରେ ଦେଶରେ ୧୫୭ ନୂଆ ମେଡିକାଲ କଲେଜକୁ ମଞ୍ଜୁରୀ ମିଳିଛି ।
ସିପେଟ ସମ୍ପର୍କରେ
ରାଜସ୍ଥାନ ସରକାରଙ୍କ ସହ ଭାରତ ସରକାର ସିପେଟ: ପେଟ୍ରୋକେମିକାଲ୍ସ ପ୍ରଯୁକ୍ତି ସଂସ୍ଥାନ, ଜୟପୁର ସ୍ଥାପନ କରିଛନ୍ତି । ଏହା ସ୍ୱନିର୍ଭରଶୀଳ ହେବା ସହ ପେଟ୍ରୋକେମିକାଲ ଓ ସଂଶ୍ଲିଷ୍ଟ ଶିଳ୍ପର ଆବଶ୍ୟକତା ପୂରଣ ପାଇଁ ସମର୍ପିତ । ଯୁବପୀଢିକୁ ଦକ୍ଷ ପ୍ରଯୁକ୍ତି ପେଶାଦାର ଭାବେ ଗଢି ତୋଳିବାକୁ ଏହା ଶିକ୍ଷା ପ୍ରଦାନ କରିବ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲୋତ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।
I am happy that in the last seven years, we have made great progress in setting up of medical colleges across India.
— Narendra Modi (@narendramodi) September 29, 2021
Tomorrow, foundation stones for medical colleges in Banswara, Sirohi, Hanumangarh and Dausa will be laid. https://t.co/B6qvyZUT8C
Top quality education is a priority for our Government. At 11 AM tomorrow, CIPET: Institute of Petrochemicals Technology, Jaipur will be inaugurated. This institution will cater to the aspirations of youngsters who want to study aspects relating to petrochem and energy sectors.
— Narendra Modi (@narendramodi) September 29, 2021