Quoteଆଂଚଳିକ କ୍ଷେତ୍ର ସହ ଯୋଗାଯୋଗ ସ୍ଥାପନ ଓ ଗମନାଗମନ କ୍ଷେତ୍ରରେ ସୁବିଧା
Quoteସହିବାବାଦରୁ ନ୍ୟୁ ଅଶୋକ ନଗର ଯାଏ ନମୋ ଭାରତ କରିଡରର ଉଦଘାଟନ
Quoteଦିଲ୍ଲୀ ମେଟ୍ରୋ ଫେଜ-୪ର ଜନକପୁରୀ-କ୍ରିଷ୍ଣା ପାର୍କ ସେକ୍ସନର ଉଦଘାଟନ
Quoteଦିଲ୍ଲୀ ମେଟ୍ରୋ ଫେଜ-୪ର ରୈଥଲା-କୁଣ୍ଡଲୀ ସେକ୍ସନର ଶିଳାନ୍ୟାସ
Quoteଦିଲ୍ଲୀ ରୋହିଣୀରେ କେନ୍ଦ୍ରୀୟ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ
Quoteଦିଲ୍ଲୀ ରୋହିଣୀରେ କେନ୍ଦ୍ରୀୟ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀରେ ଜାନୁଆରୀ ୫ ତାରିଖରେ ୧୨ ହଜାର ୨୦୦ କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ପୂର୍ବାହ୍ନ ୧୧ଟା ୧୫ ମିନିଟ ବେଳକୁ ନମୋ ଭାରତ ଟ୍ରେନରେ ପ୍ରଧାନମନ୍ତ୍ରୀ ମୋଦୀ ସାହିବାବାଦ ଆରଆରଟିଏସ ଷ୍ଟେସନଠାରୁ ନ୍ୟୁ ଅଶୋକନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ପ୍ରାୟ ୪ ହଜାର ୬ ଶହ କୋଟି ଟଙ୍କାର ୧୩ କିଲୋମିଟର ବ୍ୟାପୀ ଦିଲ୍ଲୀ-ଗାଜିଆବାଦ-ମିରଟ ନମୋ ଭାରତ କରିଡରକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ ।

ଏହି ଉଦଘାଟନ ପରେ ଦିଲ୍ଲୀ ଭଳି ସହରକୁ ନମୋ ଭାରତ ଟ୍ରେନର ସଂଯୋଗୀକରଣ କରାହେବ । ଦିଲ୍ଲୀ ଓ ମିରଟ ଭିତରେ ଦୂରତା କମିବା ସହ ଯାତ୍ରୀମାନେ ନିରାପଦରେ ଓ ଖୁବ କମ ସମୟ ଭିତରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି ।

ଦିଲ୍ଲୀ ମେଟ୍ରୋ ଫେଜ-୪ ଅଧୀନରେ ୨.୮ କିଲୋମିଟର ବ୍ୟାପୀ ଏକ ହଜାର ଦୁଇ ଶହ କୋଟି ଟଙ୍କାର ଜନକପୁରୀ ଓ କ୍ରିଷ୍ଣା ପାର୍କ କରିଡରକୁ ବି ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହା ଦିଲ୍ଲୀ ମେଟ୍ରୋ ଫେଜ-୪ର ପ୍ରଥମ ପରିବର୍ଦ୍ଧିତ ସଂସ୍କରଣ ବୋଲି କୁହାଯାଏ । ଏହା ଦ୍ୱାରା ପଶ୍ଚିମ ଦିଲ୍ଲୀ, କ୍ରିଷ୍ଣା ପାର୍କ, ବିକାଶପୁରୀ, ଜନକପୁରୀ ଅଂଚଳରେ ବସବାସ କରୁଥିବା ଲୋକେ ଉପକୃତ ହେବେ ।

ଦିଲ୍ଲୀ ମେଟ୍ରୋ ଫେଜ-୪ର ୬ ହଜାର ୨୩୦ କୋଟି ଟଙ୍କାର ୨୬.୫ କିଲୋମିଟର ବ୍ୟାପୀ ରୈଥଲା-କୁଣ୍ଡଲୀ ସେକ୍ସନର ବି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଦିଲ୍ଲୀର ରୈଥାଲା ସହ ହରିୟାଣାର ନାଥୁପୁର (କୁଣ୍ଡଲୀ) ଭିତରେ ଏହି କରିଡର ଦୂରତା କମାଇବ । ଏହାଦ୍ୱାରା ରୋହିଣୀ, ବବାନା, ନରେଲା, କୁଣ୍ଡଲୀ ଅଂଚଳର ଲୋକେ ଉପକୃତ ହେବା ସହ ବିଭିନ୍ନ ଆବାସିକ, ବ୍ୟାବସାୟିକ ଓ ଶିଳ୍ପ ଜୋନକୁ ଏହା ସଂଯ୍ଧେଜ୍ଞ କରିବ । ରେଡ ଲାଇନର ସମ୍ପ୍ରସାରଣ ହେବା ଫଳରେ ଦିଲ୍ଲୀ, ହରିୟାଣା ଓ ଉତରପ୍ରଦେଶ ପରି ବିଭିନ୍ନ ଅଂଚଳକୁ ଯୋଗାଯୋଗ ସୁଗମ ହୋଇପାରିବ ।

ନୂଆଦିଲ୍ଲୀର ରୋହିଣୀରେ କେନ୍ଦ୍ରୀୟ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏଆରଆଇ)ର ଭିତିପ୍ରସ୍ତର ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାପନ କରିବେ । ୧୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ କରାଯିବ । ଏହି କ୍ୟାମ୍ପସରେ ଔଷଧ ଓ ହେଲଥ କେୟାରର ଭିତିଭୂମି ରହିବ । ଉଭୟ ରୋଗୀ ଓ ଗବେଷକମାନଙ୍କ ପାଇଁ ନୂଆ ଭିତିଭୂମିରେ ପ୍ରଶାସନିକ ବ୍ଲକ, ଓପିଡି ବ୍ଲକ, ଆଇପିଡି ବ୍ଲକ ଓ ଟ୍ରିଟମେଂଟ ବ୍ଲକ ରହିବ ।

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Around 76,000 Indian startups are women-led: Union Minister Jitendra Singh

Media Coverage

Around 76,000 Indian startups are women-led: Union Minister Jitendra Singh
NM on the go

Nm on the go

Always be the first to hear from the PM. Get the App Now!
...
PM commends efforts to chronicle the beauty of Kutch and encouraging motorcyclists to go there
July 20, 2025

Shri Venu Srinivasan and Shri Sudarshan Venu of TVS Motor Company met the Prime Minister, Shri Narendra Modi in New Delhi yesterday. Shri Modi commended them for the effort to chronicle the beauty of Kutch and also encourage motorcyclists to go there.

Responding to a post by TVS Motor Company on X, Shri Modi said:

“Glad to have met Shri Venu Srinivasan Ji and Mr. Sudarshan Venu. I commend them for the effort to chronicle the beauty of Kutch and also encourage motorcyclists to go there.”