ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୦,୨୦୨୩ ଅପରାହ୍ନ ୪.୩୦ରେ ବିଜ୍ଞାନ ଭବନ, ନୂଆଦିଲ୍ଲୀ ଠାରେ ଜାତୀୟ ବିପର୍ଯ୍ୟୟ କ୍ଷୟକ୍ଷତି ପ୍ରଶମନ ମଂଚ(ଏନପିଡିଆରଆର)ର ତୃତୀୟ ଅଧିବେଶନକୁ ଉଦଘାଟନ କରିବେ । ଏହି ମଂଚର ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ରହିଛି “ବିଲ୍ଡିଂ ଲୋକାଲ ରେସିଲିଏନ୍ସ ଇନ ଏ ଚେଞ୍ଜିଂ କ୍ଲାଇମେଟ ।”
ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସୁବାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ବିଜେତାମାନଙ୍କୁ ପୁରସ୍କୃତ କରିବେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ କର୍ତ୍ତୃପକ୍ଷ (ଓଏସଡିଏମଏ) ଓ ଲୁଙ୍ଗଲେଇ ଫାୟାର ଷ୍ଟେସନ, ମିଜୋରମ ୨୦୨୩ ବର୍ଷ ପାଇଁ ପୁରସ୍କାର ବିଜେତା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟ କ୍ଷୟକ୍ଷତି ପ୍ରଶମନ ପାଇଁ ଆୟୋଜିତ ଅଭିନବ ବିଚାର ଓ ଉପକ୍ରମ ତଥା ଉପକରଣ ଏବଂ ପ୍ରଯୁକ୍ତି ପ୍ରଦର୍ଶନୀ ଉଦଘାଟନ କରିବେ ।
ଏନପିଡିଆରଆର ବିପର୍ଯ୍ୟୟ କ୍ଷୟକ୍ଷତି ପ୍ରଶମନ କ୍ଷେତ୍ରରେ ଥିବା ସୁଯୋଗ ସନ୍ଧାନ କରିବା ତଥା ଆଲୋଚନା, ଅଭିଜ୍ଞତା ବାଣ୍ଟିବା, ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା, କର୍ମକୈନ୍ଦ୍ରିକ ଗବେଷଣା ପାଇଁ ଭାରତ ସରକାରଙ୍କ ଦ୍ୱାରା ଗଠିତ ଏକ ବହୁପକ୍ଷୀୟ ମଂଚ ।