ଉଭୟ ପ୍ରକଳ୍ପ ଏହି ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ଆହୁରି ଆଗକୁ ନେବ
୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନ୍ୟାନ୍ୟ ଆନ୍ତଃରାଜ୍ୟ ଜଳପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ହଳଦିଆ ଠାରେ ମଲ୍ଟି ମୋଡାଲ୍ ଟର୍ମିନାଲ୍‌କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୩ ତାରିଖ ପୂର୍ବାହ୍ନ ୧୦.୩୦ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବାରଣାସୀ ଠାରେ ବିଶ୍ୱର ଦୀର୍ଘତମ ପୋତ-ଏମଭି ଗଙ୍ଗା ବିଳାସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ଏବଂ ଟେଣ୍ଟ ସିଟିର ଉଦଘାଟନ କରିବେ । ସେ ମଧ୍ୟ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଜଳପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ ।

ଏମଭି ଗଙ୍ଗା ବିଳାସ

ଏମଭି ଗଙ୍ଗା ବିଳାସ ଉତ୍ତରପ୍ରଦେଶର ବାରାଣାସୀରୁ ଯାତ୍ରା ଅ।ରମ୍ଭ କରିବ ଏବଂ ୫୧ ଦିନ ମଧ୍ୟରେ ପ୍ରାୟ ୩୨୦୦ କିଲୋମିଟର ଯାତ୍ରା କରି ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ପହଞ୍ଚିବା ସହ ଭାରତ ଏବଂ ବାଂଲାଦେଶର ୨୭ ଟି ନଦୀ ପଥରେ ଯାତ୍ରା କରିବ । ସମସ୍ତ ବିଳାସପୂର୍ଣ୍ଣ ସୁବିଧା ସହିତ ଏମଭି ଗଙ୍ଗା ବିଳାସରେ ତିନିଟି ଡେକ୍‍ ଏବଂ ୩୬ ପର୍ଯ୍ୟଟକ କ୍ଷମତା ବିଶିଷ୍ଟ ୧୮ ଟି ସୁଟ୍ ଅଛି । ଏହି ପ୍ରଥମ ଯାତ୍ରାରେ ସ୍ୱିଜରଲ୍ୟାଣ୍ଡର ୩୨ ପର୍ଯ୍ୟଟକ ଏଥିରେ ସୁଦୀର୍ଘ ଯାତ୍ରା ପାଇଁ ଚୁକ୍ତି ବଦ୍ଧ ହୋଇଛନ୍ତି । 

ଏମଭି ଗଙ୍ଗା ବିଳାସକୁ ବିଶ୍ୱ ସମ୍ମୁଖରେ ଦେଶର ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରାଯାଇଛି । ୫୧ ଦିନିଆ ଏହି ଯାତ୍ରାରେ ୫୦ଟି ପର୍ଯ୍ୟଟନ ସ୍ଥାନ ପରିଦର୍ଶନର ଯୋଜନା ରହିଛି ଯେଉଁଥିରେ ବିଶ୍ୱର ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀ ଘାଟ ଏବଂ ପ୍ରମୁଖ ସହର ଯେମିତିକି ବିହାରର ପାଟନା, ଝାଡଖଣ୍ଡର ସାହିବଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶର ଢାକା ଏବଂ ଆସାମର ଗୌହାଟୀ ଆଦି ଅର୍ନ୍ତଭୁକ୍ତ । ଏହି ଯାତ୍ରା ପର୍ଯ୍ୟଟକମାନଙ୍କୁ ଏକ ଅନୁଭୂତିଶୀଳ ଯାତ୍ରା ପ୍ରଦାନ କରିବା ସହିତ ଭାରତ ଏବଂ ବାଂଲାଦେଶର କଳା, ସଂସ୍କୃତି, ଇତିହାସ ଏବଂ ଆଧ୍ୟାତ୍ମିକତା ସହିତ ଜଡିତ ହେବାର ସୁଯୋଗ ଦେବ ।

ପୋତ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଅନୁଯାୟୀ ଏହି ସେବା ଆରମ୍ଭ ହେବା ସହିତ ପୋତ ର ନୂତନ ସମ୍ଭାବନାକୁ ଖୋଲିବ ଏବଂ ଏହା ଭାରତ ପାଇଁ ପୋତ ପର୍ଯ୍ୟଟନର ଏକ ନୂତନ ଯୁଗକୁ ସୂଚୀତ କରିବ ।

ବାରାଣାସୀରେ ଟେଣ୍ଟ ସିଟି

ଏହି ଅଞ୍ଚଳରେ ପର୍ଯ୍ୟଟନର ସମ୍ଭାବନାକୁ ବଢାଇବା ପାଇଁ ଗଙ୍ଗା ନଦୀ କୂଳରେ ଟେଣ୍ଟ ସିଟିର ପରିକଳ୍ପନା କରାଯାଇଛି । ସହରର ଘାଟଗୁଡିକର ଅପରପଟରେ ଏହି ପ୍ରକଳ୍ପ ବିକଶିତ ହୋଇଛି ଯାହାକି ରହିବା ସୁବିଧା ଯୋଗାଇବ ଏବଂ ବାରାଣାସୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ, ବିଶେଷ କରି କାଶୀ ବିଶ୍ୱନାଥ ଧାମର ଉଦଘାଟନ ପରଠାରୁ । ଏହାକୁ ବାରାଣାସୀ ବିକାଶ ପ୍ରାଧିକରଣ ଦ୍ୱାରା ପିପିପି ମୋଡରେ ବିକଶିତ କରାଯାଇଛି। ପର୍ଯ୍ୟଟକମାନେ ଆଖପାଖରେ ଅବସ୍ଥିତ ବିଭିନ୍ନ ଘାଟରୁ ଡଙ୍ଗା ଯୋଗେ ଟେଣ୍ଟ ସିଟିରେ ପହଞ୍ଚିବେ। ପ୍ରତିବର୍ଷ ଅକ୍ଟୋବରରୁ ଜୁନ୍ ପର୍ଯ୍ୟନ୍ତ ଟେଣ୍ଟ ସିଟି କାର୍ଯ୍ୟକ୍ଷମ ହେବ ଏବଂ ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି ହେତୁ ତିନିମାସ ପାଇଁ ଏହା ବନ୍ଦ ରହିବ ।

ଆନ୍ତଃ ରାଜ୍ୟ ଜଳପଥ ପ୍ରକଳ୍ପଗୁଡିକ

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ହଳଦିଆ ମଲ୍ଟି ମୋଡାଲ ଟର୍ମିନାଲର ଉଦଘାଟନ କରିବେ । ଜଳ ମାର୍ଗ ବିକାଶ ପ୍ରକଳ୍ପ ଅଧୀନରେ ବିକଶିତ, ହଳଦିଆ ମଲ୍ଟି ମୋଡାଲ୍ ଟର୍ମିନାଲ୍ ରେ ବାର୍ଷିକ ୩ ନିୟୁତ ମେଟ୍ରିକ୍ ଟନ୍ (ଏମଏମଟିପିଏ) ର ସାମଗ୍ରୀ ପରିବହନ କ୍ଷମତା ଅଛି ଏବଂ ପ୍ରାୟ ୩୦୦୦ ଡେଡୱେଟ୍ ଟନେଜ୍ (ଡିଡବ୍ଲୁଟି) ପର୍ଯ୍ୟନ୍ତ ଜାହାଜ ପରିଚାଳନା ପାଇଁ ବର୍ଥଗୁଡିକ ଡିଜାଇନ୍ କରାଯାଇଛି ।

ପ୍ରଧାନମନ୍ତ୍ରୀ ଗାଜିପୁର ଜିଲ୍ଲାର ସୟଦପୁର, ଚୋଚକପୁର, ଜାମାନିଆ ଏବଂ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାର କାନସପୁରରେ ଚାରିଟି ଭାସମାନ କମ୍ୟୁନିଟି ଜେଟିର ଉଦଘାଟନ କରିବେ । ଏହା ବ୍ୟତୀତ ପାଟନା ଜିଲ୍ଲାର ଦିଘା, ନାକତା ଡିଆରା, ବାରହ, ପାନପୁର ଏବଂ ବିହାରର ସମସ୍ତିପୁର ଜିଲ୍ଲାର ହାସନପୁରରେ ପାଞ୍ଚଟି କମ୍ୟୁନିଟି ଜେଟି ପାଇଁ ଭିତତି ପ୍ରସ୍ତର ସ୍ଥାପନ କରାଯିବ । ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟ ଦେଇ ଗଙ୍ଗା ନଦୀ କୂଳରେ ୬୦ ରୁ ଅଧିକ କମ୍ୟୁନିଟି ଜେଟି ର୍ନିମାଣ କରାଯାଉଛି । କ୍ଷୁଦ୍ର ଚାଷୀ, ମତ୍ସ୍ୟଜୀବୀ, ଅସଂଗଠିତ କୃଷି ଉତ୍ପାଦନକାରୀ ଗୋଷ୍ଠି, ଉଦ୍ୟାନ କୃଷି, ପୁଷ୍ପ ବ୍ୟବସାୟୀ ଏବଂ କାରିଗରମାନଙ୍କ ପାଇଁ ଗଙ୍ଗା ନଦୀକୂଳ ଆଖପାଖରେ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେଇ କମ୍ୟୁନିଟି ଜେଟୀ ଲୋକମାନଙ୍କର ଜୀବିକା ର୍ନିବାହରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ ଗୌହାଟୀ ଠାରେ ଉତ୍ତର ପୂର୍ବ ପାଇଁ ସାମୁଦ୍ରିକ ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବେ । ଏହା ଉତ୍ତର ପୂର୍ବାଞ୍ଚଳର ସମୃଦ୍ଧ ପ୍ରତିଭାକୁ ଖୋଜି ବାହାର କରିବାରେ ସାହାଯ୍ୟ କରିବ ଏବଂ ଦ୍ରୁତ ଗତିରେ ବଢୁଥିବା ଲଜିଷ୍ଟିକ୍ ଶିଳ୍ପରେ ଉତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଗୌହାଟୀର ପାଣ୍ଡୁ ଟର୍ମିନାଲରେ ଜାହାଜ ମରାମତି ସୁବିଧା ଏବଂ ଏକ ଉଚ୍ଚ ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ପାଣ୍ଡୁ ଟର୍ମିନାଲରେ ଥିବା ଜାହାଜ ମରାମତି ସୁବିଧା ବହୁ ମୂଲ୍ୟବାନ ସମୟ ସଞ୍ଚୟ କରିବ କାରଣ ଏକ ଜାହାଜକୁ କୋଲକାତାରେ ମରାମତି କରି ଆଣିବା ପାଇଁ ଏକ ମାସରୁ ଅଧିକ ସମୟ ଲାଗଯାଉଛି । ଅଧିକନ୍ତୁ, ଏହା ମଧ୍ୟ ଆର୍ଥିକ ଦୃଷ୍ଟିରୁ ବିପୁଳ ସଞ୍ଚୟ କରିବ କାରଣ ଜାହାଜର ପରିବହନ ମୂଲ୍ୟ ମଧ୍ୟ ସଞ୍ଚୟ ହେବ । ପାଣ୍ଡୁ ଟର୍ମିନାଲ୍ କୁ ଜାତୀୟ ରାଜପଥ ୨୭ କୁ ସଂଯୋଗ କରୁଥିବା ଉତ୍ସର୍ଗୀକୃତ ସଡକ ୨୪ ଘଣ୍ଟା ଯୋଗାଯୋଗକୁ ସକ୍ଷମ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Regional languages take precedence in Lok Sabha addresses

Media Coverage

Regional languages take precedence in Lok Sabha addresses
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in the mishap in Chitradurga district of Karnataka
December 25, 2025
Announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap in Chitradurga district of Karnataka. Shri Modi also wished speedy recovery for those injured in the mishap.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister posted on X:

“Deeply saddened by the loss of lives due to a mishap in the Chitradurga district of Karnataka. Condolences to those who have lost their loved ones. May those injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi"