ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୨ ଏପ୍ରିଲ, ୨୦୨୩ ରେ ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଉଦଘାଟନୀ ଟ୍ରେନ୍ ଜୟପୁର ଏବଂ ଦିଲ୍ଲୀ କ୍ୟାଣ୍ଟ ରେଳ ଷ୍ଟେସନ ମଧ୍ୟରେ ଚାଲିବ । ଏହି ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ସେବା ୧୩ ଏପ୍ରିଲ, ୨୦୨୩ ରୁ ଆରମ୍ଭ ହେବ ଏବଂ ଜୟପୁର, ଅଲୱାର ଏବଂ ଗୁରୁଗାଓଁ ଠାରେ ରହଣି ସହିତ ଅଜମେର ଏବଂ ଦିଲ୍ଲୀ କ୍ୟାଣ୍ଟ ମଧ୍ୟରେ ଚଳାଚଳ କରିବ ।
ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଦିଲ୍ଲୀ କ୍ୟାଣ୍ଟ ଏବଂ ଅଜମେର ମଧ୍ୟରେ ଦୂରତାକୁ ୫ଘଣ୍ଟା ୧୫ ମିନିଟ୍ରେ ଅତିକ୍ରମ କରିବ । ସମାନ ମାର୍ଗରେ ବର୍ତ୍ତମାନର ଦ୍ରୁତତମ ଟ୍ରେନ୍, ଶତାବ୍ଦୀ ଏକ୍ସପ୍ରେସ, ଦିଲ୍ଲୀ କ୍ୟାଣ୍ଟରୁ ଅଜମେରକୁ ୬ ଘଣ୍ଟା ୧୫ ମିନିଟ୍ ନେଉଛି । ସେହିଭଳି ସମାନ ମାର୍ଗରେ ଚାଲୁଥିବା ଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ୬୦ ମିନିଟ କମ୍ ସମୟ ନେବ ।
ଅଜମେର-ଦିଲ୍ଲୀ କ୍ୟାଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ ବୃଦ୍ଧି ପାଉଥିବା ଓଭରହେଡ ଇଲେକ୍ଟ୍ରିକ୍ (ଓଏଚଇ) ଅଞ୍ଚଳରେ ବିଶ୍ୱର ପ୍ରଥମ ସେମି ହାଇ ସ୍ପିଡ୍ ଯାତ୍ରୀବାହୀ ଟ୍ରେନ୍ ହେବ । ଏହି ଟ୍ରେନ୍ ରାଜସ୍ଥାନର ପୁଷ୍କର, ଅଜମର୍ ସରିଫ୍ ଦର୍ଘା ଇତ୍ୟାଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳର ସଂଯୋଗକୁ ବିକାଶ କରିବ । ଏହି ସଂଯୋଗ ମଧ୍ୟ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ସହାୟକ ହେବ ।