Quoteଟାର୍ଗେଟ୍ ରହିଥିବା ୯୨% ଗ୍ରାମରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି
Quoteପ୍ରାୟ ୨.୨୫ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୮ ତାରିଖ ଅପରାହ୍ନ ପ୍ରାୟ ୧୨.୩୦ ରେ ୧୦ଟି ରାଜ୍ୟ ଏବଂ ୨ ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୩୦ରୁ ଅଧିକ ଜିଲ୍ଲାର ୫୦,୦୦୦ ରୁ ଅଧିକ ଗ୍ରାମର ସମ୍ପତ୍ତି ମାଲିକମାନଙ୍କୁ ସ୍ୱାମିତ୍ଵ ଯୋଜନା ଅଧୀନରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ।

ସର୍ବେକ୍ଷଣ ପାଇଁ ଅତ୍ୟାଧୁନିକ ଡ୍ରୋନ୍ ଜ୍ଞାନକୌଶଳ ମାଧ୍ୟମରେ ଗାଁର ଜନବସତି ଅଞ୍ଚଳରେ ଘର ଥିବା ପରିବାରଗୁଡ଼ିକୁ 'ରେକର୍ଡ ଅଫ୍ ରାଇଟ୍ସ' ପ୍ରଦାନ କରି ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସ୍ୱାମିତ୍ଵ ଯୋଜନା ଆରମ୍ଭ କରିଥିଲେ।

ଏହି ଯୋଜନା ସମ୍ପତ୍ତିର ମୁଦ୍ରାକରଣ ଏବଂ ବ୍ୟାଙ୍କ ଋଣ ମାଧ୍ୟମରେ ସଂସ୍ଥାଗତ ଋଣକୁ ସକ୍ଷମ କରିବାରେ ମଧ୍ୟ ସାହାଯ୍ୟ କରିବ। ଏହା ସହିତ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ହ୍ରାସ; ଗ୍ରାମାଞ୍ଚଳରେ ସମ୍ପତ୍ତି ଏବଂ ସମ୍ପତ୍ତି ଟିକସର ଉନ୍ନତ ଆକଳନ କରିବା ଏବଂ ବ୍ୟାପକ ଗ୍ରାମସ୍ତରୀୟ ଯୋଜନାକୁ ସକ୍ଷମ କରିବାରେ ସହାୟକ ହେବ।

୩.୧୭ ଲକ୍ଷରୁ ଅଧିକ ଗାଁରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି, ଯେଉଁଥିରେ ୯୨% ଟାର୍ଗେଟ ରହିଥିବା ଗାଁକୁ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧.୫୩ ଲକ୍ଷରୁ ଅଧିକ ଗାଁ ପାଇଁ ପ୍ରାୟ ୨.୨୫ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି।

ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ ଏବଂ ହରିୟାଣାରେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ଏବଂ ଅନେକ କେନ୍ଦ୍ରଶାସିତ ଅଞ୍ଚଳରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
For PM Modi, women’s empowerment has always been much more than a slogan

Media Coverage

For PM Modi, women’s empowerment has always been much more than a slogan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 8, 2025
March 08, 2025

Citizens Appreciate PM Efforts to Empower Women Through Opportunities