ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 29, 2020ରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ବିଶାଳ ଶିବିରରେ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅଧୀନରେ ବରିଷ୍ଠ ନାଗରିକ ଏବଂ ଏଡିଆଇପି ଯୋଜନା ଅଧୀନରେ ବିଦ୍ୟାଙ୍ଗଜନଙ୍କୁ ସହାୟତା ଉପକରଣ ବଣ୍ଟନ କରିବେ ।
ଏହା ହେଉଛି ଦେଶର ସର୍ବବୃହତ ସହାୟତା ଉପକରଣ ଶିବିର, ଯେଉଁଥିରେ ସର୍ବାଧିକ ସଂଖ୍ୟକ ହିତାଧିକାରୀଙ୍କୁ ସବୁଠୁ ଅଧିକ ମୂଲ୍ୟର ସହାୟତା ଉପକରଣ ବଣ୍ଟନ କରାଯିବ ।
ଏହି ବିଶାଳ ଶିବିରରେ 26,000ରୁ ଅଧିକ ହିତାଧିକାରୀଙ୍କୁ 56,000ରୁ ଅଧିକ ବିଭିନ୍ନ ପ୍ରକାରର ସହାୟତା ଉପକରଣ ମାଗଣାରେ ବଣ୍ଟନ କରାଯିବ । ଏହି ସହାୟତା ଉପକରଣଗୁଡିକର ମୂଲ୍ୟ 19 କୋଟିରୁ ଅଧିକ ।
ଏହି ସହାୟତା ଉପକରଣ ବଣ୍ଟନର ଉଦ୍ଦେଶ୍ୟ ହେଉଛି ଦିବ୍ୟାଙ୍ଗଜନ ଏବଂ ବରିଷ୍ଠ ନାଗରିକମାନଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଲାଗି ସହାୟତା କରିବା ।