ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 17 ଫେବୃଆରୀ 2021 ଅପରାହ୍ନ 4.30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁରେ ପ୍ରମୁଖ ତୈଳ ଓ ଗ୍ୟାସ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡର ରାମାନାଥପୁରମ୍ – ଥୋଥୁକୁଡି ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଏବଂ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନାଗାପଟ୍ଟିନମରେ ଥିବା କୌଭେରୀ ବେସିନ ରିଫାଇନାରୀର ଭିତ୍ତିପ୍ରସ୍ତର ମଧ୍ୟ ସେ ରଖିବେ । ଏହି ପ୍ରକଳ୍ପଗୁଡିକ ସାମାଜିକ-ଆର୍ଥିକ ଲାଭରେ ପରିଣତ ହେବ ଏବଂ ଉର୍ଜା ଆତ୍ମନିର୍ଭରଭାରତ ଆଡକୁ ଦେଶକୁ ଆଗେଇ ନେବ । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ପ୍ରକଳ୍ପଗୁଡ଼ିକ ବିଷୟରେ
ରାମନାଥପୁରମ୍ - ଥୋଥୁକୁଡି (143 କିଲୋମିଟର) ଏନ୍ନୋର- ଥିରୁଭାଲୁର- ବେଙ୍ଗାଲୁରୁ- ପୁଡୁଚେରୀ- ନାଗାପାଟ୍ଟିନମ୍- ମଦୁରାଇ- ଟୁଟିକୋରିନ୍ ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ପ୍ରାୟ 700 କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଛି । ଏହା ONGC ଗ୍ୟାସ କ୍ଷେତ୍ରରୁ ଗ୍ୟାସ ବ୍ୟବହାର କରିବାରେ ସାହାଯ୍ୟ କରିବ ଏବଂ ଶିଳ୍ପ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ବ୍ୟବହାରକାରୀଙ୍କୁ କଞ୍ଚାମାଲ ଭାବରେ ପ୍ରାକୃତିକ ଗ୍ୟାସ ବିତରଣ କରିବାରେ ସହାୟକ ହେବ ।
ମନାଲି ସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (CPCL) ରେ ଥିବା ଗ୍ୟାସୋଲିନ୍ ଡେସୁଲଫୁରିଜେସନ୍ ୟୁନିଟ୍, ପ୍ରାୟ 500କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି । ଏହା କମ୍ ସଲଫର୍ (8ppm ରୁ କମ୍) ଛାଡିବା ସହିତ ପରିବେଶ ଅନୁକୂଳ ଗ୍ୟାସୋଲିନ୍ ଉତ୍ପାଦନ କରିବ, ର୍ନିଗମନକୁ ହ୍ରାସ କରିବାରେ ଏବଂ ଏକ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସହାୟକ ହେବ ।
ନାଗାପଟ୍ଟିନମ୍ ଠାରେ ସ୍ଥାପିତ ହେବାକୁ ଥିବା କୌଭେରୀ ବେସିନ ରିଫାଇନାରୀରେ ବାର୍ଷିକ 9 ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ରହିବ । IOCL ଏବଂ CPCLର ମିଳିତ ଉଦ୍ୟୋଗରେ ଏହା ପ୍ରତିଷ୍ଠା ହେବ ଏବଂ ଏହାର ଆନୁମାନିକ ପ୍ରକଳ୍ପ ମୂଲ୍ୟ 31,500 କୋଟି ଟଙ୍କା ହେବ । ଏହା BS-VI ମାନର ମୋଟର ସ୍ପିରିଟ୍ ଏବଂ ଡିଜେଲ୍ ଏବଂ ଏକ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ପଲିପ୍ରୋପିଲିନ ଉତ୍ପାଦନ କରିବ ।