Quoteସମ୍ମିଳନୀର ମୁଖ୍ୟ ଫୋକସ୍: ଇଜ୍ ଅଫ୍ ଲିଭିଂ
Quoteଆଲୋଚନା ର ପ୍ରମୁଖ କ୍ଷେତ୍ର: ଭୂମି, ବିଜୁଳି, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ବିଦ୍ୟାଳୟ ଶିକ୍ଷା
Quoteସାଇବର ସୁରକ୍ଷା, ଆକାଂକ୍ଷୀ ବ୍ଲକ ଓ ଜିଲ୍ଲା କାର୍ଯ୍ୟକ୍ରମ, ଯୋଜନାର ପ୍ରଯୁଜ୍ୟତା ଏବଂ ନୂତନ ଯୁଗ ପ୍ରଯୁକ୍ତି ବିଦ୍ୟା ଉପରେ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ
Quoteଏହି ସମ୍ମିଳନୀରେ ରାଜ୍ୟଗୁଡ଼ିକର ଶ୍ରେଷ୍ଠ ଅଭ୍ୟାସ ଗୁଡ଼ିକ ମଧ୍ୟ ଉପସ୍ଥାପିତ ହେବ

.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଏବଂ ୨୯, ୨୦୨୩ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କର ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା ହେଉଛି ତୃତୀୟ ସମ୍ମିଳନୀ, ପ୍ରଥମଟି ୨୦୨୨ ଜୁନ୍ ରେ ଧର୍ମଶାଳାରେ ଏବଂ ଦ୍ୱିତୀୟ ସମ୍ମିଳନୀ ଜାନୁଆରୀ ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ।

ସମବାୟ ସଂଘୀୟତାର ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ପ୍ରେରିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅଂଶୀଦାର ଶାସନ ଏବଂ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଏ । ଚଳିତ ବର୍ଷ ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବଙ୍କ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ।

ଏହି ତିନି ଦିନିଆ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି, ମୁଖ୍ୟ ଶାସନ ସଚିବ ଏବଂ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୨୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ। ଏହା ସରକାରୀ ହସ୍ତକ୍ଷେପ ଗୁଡିକର ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରି ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ଜନସାଧାରଣଙ୍କ ଉନ୍ନତ ମାନର ଜୀବନ ଧାରଣ ପାଇଁ ସହଯୋଗୀ କାର୍ଯ୍ୟ ପାଇଁ ଭିତ୍ତିଭୂମି ସ୍ଥାପନ କରିବ ।

ଚଳିତ ବର୍ଷ ମୁଖ୍ୟ ଶାସନ ସଚିବଙ୍କ ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫୋକସ୍ ହେବ 'ଇଜ୍ ଅଫ୍ ଲିଭିଂ'। ଏହି ସମ୍ମିଳନୀ ଏକ ସାଧାରଣ ବିକାଶ ଏଜେଣ୍ଡାର ବିକାଶ ଏବଂ କାର୍ଯ୍ୟକାରିତା ଏବଂ ରାଜ୍ୟମାନଙ୍କ ସହ ଭାଗିଦାରୀରେ ସମନ୍ୱିତ କାର୍ଯ୍ୟ ପାଇଁ ବ୍ଲୁପ୍ରିଣ୍ଟ ଉପରେ ଗୁରୁତ୍ୱାରୋପ କରିବ ।

କଲ୍ୟାଣମୂଳକ ଯୋଜନାଗୁଡ଼ିକର ସହଜ ଉପଲବ୍ଧତା ଏବଂ ସେବା ଯୋଗାଣରେ ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱାରୋପ କରି ସମ୍ମିଳନୀରେ ୫ଟି ଉପ-ବିଷୟ ବସ୍ତୁ ଉପରେ ଆଲୋଚନା କରାଯିବ ଯାହା ହେଉଛି ଭୂମି ଓ ସମ୍ପତ୍ତି; ବିଜୁଳି; ପିଇବା ପାଣି; ସ୍ଵାସ୍ଥ୍ୟ ଏବଂ ବିଦ୍ୟାଳୟ ଶିକ୍ଷା। ଏହାବ୍ୟତୀତ ସାଇବର ସିକ୍ୟୁରିଟି: ନୂତନ ଚ୍ୟାଲେଞ୍ଜ ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଆଇ,  ଭୂମିରୁ କାହାଣୀ ଉପରେ  ଦୃଷ୍ଟିକୋଣ: ଆକାଂକ୍ଷୀ ବ୍ଲକ ଏବଂ ଜିଲ୍ଲା କାର୍ଯ୍ୟକ୍ରମ; ରାଜ୍ୟଗୁଡ଼ିକର ଭୂମିକା: ଯୋଜନା ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ପ୍ରଯୁଜ୍ୟତା ଏବଂ ପୁଞ୍ଜି ବ୍ୟୟ ବୃଦ୍ଧି; ଶାସନରେ ଏଆଇ: ଆହ୍ୱାନ ଏବଂ ସୁଯୋଗ।

ଏହାବ୍ୟତୀତ ନିଶା ମୁକ୍ତି ଓ ଥଇଥାନ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ। ଅମୃତ ସରୋବର; ପର୍ଯ୍ୟଟନ ପ୍ରୋତ୍ସାହନ, ବ୍ରାଣ୍ଡିଂ ଏବଂ ରାଜ୍ୟଗୁଡ଼ିକର ଭୂମିକା; ଏବଂ ପିଏମ ବିଶ୍ୱକର୍ମା ଯୋଜନା ଏବଂ ପିଏମ ସ୍ୱନିଧି । ଏହି ସମ୍ମିଳନୀରେ ପ୍ରତ୍ୟେକ ବିଷୟବସ୍ତୁ ଅଧୀନରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଶ୍ରେଷ୍ଠ ଅଭ୍ୟାସ ଉପସ୍ଥାପନ କରାଯିବ ଯାହା ଦ୍ୱାରା ରାଜ୍ୟମାନେ ନିଜ ନିଜ ଆବଶ୍ୟକତା ଅନୁଯାୟୀ ଗୋଟିଏ ରାଜ୍ୟ କିମ୍ବା କୌଶଳରେ ହାସଲ କରିଥିବା ସଫଳତାକୁ ଅନୁସରଣ କରିପାରିବେ ।

 

  • krishangopal sharma Bjp December 18, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
  • krishangopal sharma Bjp December 18, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
  • krishangopal sharma Bjp December 18, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
  • DEVENDRA SHAH February 25, 2024

    'Today women are succeeding in all phases of life,' Modi in Mann ki Baat ahead of Women's day
  • Ajay Chourasia February 25, 2024

    vande bharat
  • Ajay Chourasia February 25, 2024

    vande bharat
  • Kiran jain February 25, 2024

    vande bharat
  • Kiran jain February 25, 2024

    vande bharat
  • Dhajendra Khari February 20, 2024

    ओहदे और बड़प्पन का अभिमान कभी भी नहीं करना चाहिये, क्योंकि मोर के पंखों का बोझ ही उसे उड़ने नहीं देता है।
  • Dhajendra Khari February 19, 2024

    विश्व के सबसे लोकप्रिय राजनेता, राष्ट्र उत्थान के लिए दिन-रात परिश्रम कर रहे भारत के यशस्वी प्रधानमंत्री श्री नरेन्द्र मोदी जी का हार्दिक स्वागत, वंदन एवं अभिनंदन।
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Centre announces $1 bn fund for creators' economy ahead of WAVES summit

Media Coverage

Centre announces $1 bn fund for creators' economy ahead of WAVES summit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2025
March 14, 2025

Appreciation for Viksit Bharat: PM Modi’s Leadership Redefines Progress and Prosperity