Quoteଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ସମ୍ମିଳନୀ
Quoteମାନୁଫାକଚରିଂ, ନିଯୁକ୍ତି, ନବୀକରଣଯୋଗ୍ୟ ଊର୍ଜା ଓ ଆର୍ଥିକ ବିକାଶ ଉପରେ ଅଧିବେଶନ
Quoteଅଗ୍ରଣୀ ଯାନ୍ତ୍ରିକ ବିଦ୍ୟା, ଅର୍ଥନୀତିର ପେଣ୍ଠସ୍ଥଳ ଭାବରେ ବିକଶିତ ସହର, ପୁଞ୍ଜି ନିବେଶ ଲାଗି ରାଜ୍ୟରେ ଆର୍ଥିକ ସୁଧାର, ମିଶନ କର୍ମଯୋଗୀ ଉପରେ ସ୍ୱତନ୍ତ୍ର ଅଧିବେଶନ
Quoteଉପସ୍ଥାପନ ହେବ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସର୍ବୋତ୍ତମ ପରିପ୍ରକାଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୪ ଓ ୧୫ ତାରିଖରେ ନୂଆଦିଲ୍ଲୀରେ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଲାଗି ଏହି ସମ୍ମିଳନୀ କାମ ଦେବ ବୋଲି କୁହାଯାଇଛି । ସଂଘୀୟ ବ୍ୟବସ୍ଥାକୁ ମଜଭୂତ କରିବା ଲାଗି ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବୋଲି ବିବେଚନା କରାଯାଏ ।

ଗତ ତିନି ବର୍ଷ ଧରି ଏହି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଆସୁଛି । ଧର୍ମଶାଳାରେ ଜୁନ ୨୦୨୨ରେ ପ୍ରଥମକରି ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ପରେ ଜାନୁୟାରୀ ୨୦୨୩ ଓ ଡିସେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଏହା ଅନୁଷ୍ଠିତ ହୋଇଥିଲା ।

୧୩ ଡିସେମ୍ବରରୁ ୧୫ ଡିସେମ୍ବର ଯାଏ ଆୟୋଜିତ ହେଉଥିବା ଏହି ତିନି ଦିନିଆ ସମ୍ମିଳନୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକକ ବିକାଶ ଏଜେଣ୍ଡା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କୁହାଯାଇଛି । ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମତପ୍ରକାଶ ପାଇଛି ।

କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ, ନିତି ଆୟୋଗ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଓ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଏହି ଚତୁର୍ଥ ଜାତୀୟ ସମ୍ମିଳନୀ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେବ । ଏହି କାର୍ଯ୍ୟକ୍ରମ ଅଧୀନରେ ଛଅଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ । ଏଗୁଡିକ ହେଲା ମାନୁଫାକଚରିଂ, ନିଯୁକ୍ତି, ଗ୍ରାମାଂଚଳ ଅଣଫାର୍ମ, ସହରାଂଚଳ, ନବୀକରଣଯୋଗ୍ୟ ଊର୍ଜା ଓ ଚଳନକ୍ଷମ ଅର୍ଥନୀତି । ଏହାଛଡା ଚାରିଟି ପ୍ରସଙ୍ଗ ଉପରେ ବି ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି କୁହାଯାଇଛି । ଏଗୁଡିକ ହେଲା ବିକଶିତ ଭାରତ ଲାଗି ଅଗ୍ରଣୀ ଯାନ୍ତ୍ରିକ ବିଦ୍ୟା, ଅର୍ଥନୀତିର ପେଣ୍ଠସ୍ଥଳ ଭାବରେ ବିକଶିତ ସହର, ପୁଞ୍ଜି ନିବେଶ ଲାଗି ରାଜ୍ୟରେ ଆର୍ଥିକ ସୁଧାର, ମିଶନ କର୍ମଯୋଗୀ ମାଧ୍ୟମରେ ଦକ୍ଷତା ବୃଦ୍ଧି । କୃଷିରେ ଆତ୍ମନିର୍ଭରଶୀଳତା, ବୟସ୍କଙ୍କ ଲାଗି ସହାୟକ ଅର୍ଥନୀତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଓ ଭାରତୀୟ ଜ୍ଞାନ ପରମ୍ପରା ପରି ପ୍ରସଙ୍ଗ ଉପରେ ଅଧିବେଶନ ବି ବସିବ ।

ଏସବୁ ପ୍ରସଙ୍ଗ ଉପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସର୍ବୋତ୍ତମ ପରିପ୍ରକାଶକୁ ଉପସ୍ଥାପିତ କରାଯିବ । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ବରିଷ୍ଠ ପଦାଧିକାରୀ ଓ ଏକାଧିକ ବିଶେଷଜ୍ଞ ଉପସ୍ଥିତ ରହିବେ ।

 

  • kranthi modi February 22, 2025

    ram ram 🚩🙏
  • रीना चौरसिया February 17, 2025

    Thanks...
  • Bhushan Vilasrao Dandade February 10, 2025

    जय हिंद
  • Vivek Kumar Gupta February 10, 2025

    नमो ..🙏🙏🙏🙏🙏
  • Vivek Kumar Gupta February 10, 2025

    नमो ..............................🙏🙏🙏🙏🙏
  • Dr Mukesh Ludanan February 08, 2025

    Jai ho
  • Yash Wilankar January 29, 2025

    Namo 🙏
  • amar nath pandey January 11, 2025

    Jai ho
  • MAHESWARI K January 07, 2025

    👏🙌👍
  • ram Sagar pandey January 02, 2025

    🌹🙏🏻🌹जय श्रीराम🙏💐🌹जय माता दी 🚩🙏🙏🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹🌹🌹🙏🙏🌹🌹
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India generated USD 143 million launching foreign satellites since 2015

Media Coverage

India generated USD 143 million launching foreign satellites since 2015
NM on the go

Nm on the go

Always be the first to hear from the PM. Get the App Now!
...
Prime Minister engages in an insightful conversation with Lex Fridman
March 15, 2025

The Prime Minister, Shri Narendra Modi recently had an engaging and thought-provoking conversation with renowned podcaster and AI researcher Lex Fridman. The discussion, lasting three hours, covered diverse topics, including Prime Minister Modi’s childhood, his formative years spent in the Himalayas, and his journey in public life. This much-anticipated three-hour podcast with renowned AI researcher and podcaster Lex Fridman is set to be released tomorrow, March 16, 2025. Lex Fridman described the conversation as “one of the most powerful conversations” of his life.

Responding to the X post of Lex Fridman about the upcoming podcast, Shri Modi wrote on X;

“It was indeed a fascinating conversation with @lexfridman, covering diverse topics including reminiscing about my childhood, the years in the Himalayas and the journey in public life.

Do tune in and be a part of this dialogue!”