ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ତାରିଖ (୦୭.୦୯.୨୦୨୧) ଦିନ ଶିକ୍ଷକ ପର୍ବର ଉଦ୍ଘାଟନୀ ଆଲୋଚନାଚକ୍ରରେ ପୂର୍ବାହ୍ନ ୧୧ଟାବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେବେ । ଏହି ଅବସରରେ ସେ ଶିକ୍ଷା କ୍ଷେତ୍ରରେ କେତେକ କାର୍ଯ୍ୟକ୍ରମ ଶୁଭାରରମ୍ଭ ମଧ୍ୟ କରିବେ ।
ପ୍ରଧାନମନ୍ତ୍ରୀ ଭାରତୀୟ ଚିହ୍ନ ଭାଷା ଶବ୍ଦ କୋଷ (ଉଭୟ ଶ୍ରାବ୍ୟ ଓ ପୁସ୍ତକ ଆକାର ଚିହ୍ନଭାଷା କୋଷ, ଦିବ୍ୟାଙ୍କ ମାନଙ୍କ ନିମନ୍ତେ) କଥା ପୁସ୍ତକ (ଚକ୍ଷୁହୀନମାନଙ୍କ ନିମନ୍ତ କଥା ପୁସ୍ତକ) ସିବିଏସଇ, ଏନଆଇଏସଏଚଟିଏଚଏ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ବିଦ୍ୟାଳୟ ଗୁଣାତ୍ମକ ପ୍ରତିଶ୍ରୁତି, ଆକଳନ ପଦ୍ଧତି ଓ ଶିକ୍ଷା ସେବା ଇତ୍ୟାଦି ନିମନ୍ତେ ବିଦ୍ୟାଞ୍ଜଳି ପୋଟାଲ ଇତ୍ୟାଦିର ଶୁଭାରମ୍ଭ କରିବେ ।
ଶିକ୍ଷକ ପର୍ବ-୨୦୨୧ ହେଉଛି “ଭାରତରେ ଗୁଣାତ୍ମକ ଓ ନିରନ୍ତର ବିଦ୍ୟାଳୟ ଶିକ୍ଷା ଲାଭ, ଉଦ୍ଭାବନାତ୍ମକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଓ ପ୍ରତ୍ୟେକ ସ୍ତରରେ ନିରନ୍ତରତା ଶିକ୍ଷାର ଓ ଗୁଣାତ୍ମକମାନ ବିକାଶ ଦେଶବ୍ୟାପୀ ବଜାୟ ରଖିବା ପାଇଁ ଏହା କରାଯାଇଛି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀମାନେ ଏଥିରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।