ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 26 ରେ ମଧ୍ୟାହ୍ନ 12.30 ବେଳେ 80ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଧିକାରୀ ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ।
ସର୍ବଭାରତୀୟ ପ୍ରିଜାଇଡିଂ ଅଧିକାରୀ ସମ୍ମିଳନୀ 1921 ମସିହାରେ ଆରମ୍ଭ ହୋଇଥିଲା । ଏହି ବର୍ଷ ସମ୍ମିଳନୀର ଶତବାର୍ଷିକୀ ମଧ୍ୟ ପାଳନ କରାଯାଉଛି । ସମାରୋହକୁ ପାଳନ କରିବା ପାଇଁ ନଭେମ୍ବର 25–26 ଦୁଇଦିନ ଧରି ଏହି ସମ୍ମିଳନୀ ଗୁଜରାଟର କେୱଡିଆଠାରେ ଅନୁଷ୍ଠିତ ହେବ । ବ୍ୟବସ୍ଥାପକ, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଉତ୍ତମ ସମନ୍ଵୟ ଓ ମଜବୁତ ଗଣତନ୍ତ୍ରକୁ ଚଳିତ ବର୍ଷ ସମ୍ମିଳନୀର ମୁଖ୍ୟ ବିଷୟ ଭାବେ ଗ୍ରହଣ କରାଯାଇଛି । ସମ୍ମିଳନୀକୁ ଆସନ୍ତା 25ରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଉଦଘାଟନ କରିବେ । ଏଥିରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପସଭାପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ସମ୍ମିଳନୀର ଅଧ୍ୟକ୍ଷ ତଥା ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା, ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଓ ଅନ୍ୟାନ୍ୟ ଗଣମାନ୍ୟ ଅତିଥିବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।