ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 6, 2021 ସକାଳ 10.30 ସମୟରେ ଗୁଜରାଟ ଉଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ । ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠାର ଷାଠିଏ ବର୍ଷ ପୂରଣ ହେବା ଅବସରରେ ସେ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ ।
ଏହି ସମାରୋହରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ, ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଗୁଜରାଟ ଉଚ୍ଚ ନ୍ୟାୟାଳୟର ବିଚାରପତି ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ଗୁଜରାଟ ଆଇନ ବିଭାଗର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ ।