ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 19 ଅକ୍ଟୋବର ଦିନ 11:15ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବ 2020କୁ ସମ୍ବୋଧିତ କରିବେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କର୍ଣ୍ଣାଟକର ରାଜ୍ୟପାଳ ଉପସ୍ଥିତ ରହିବେ । ସିଣ୍ଡିକେଟ ଏବଂ ଏକାଡେମିକ କାଉନସିଲର ସଦସ୍ୟ, ସାଂସଦ, ବିଧାୟକ, ଏମ.ଏଲ.ସି, ଷ୍ଟାଟ୍ୟୁଟାରୀ ଅଫିସର, ଜିଲ୍ଲା ଅଧିକାରୀ, ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଛାତ୍ର ଓ ଅଭିଭାବକମାନେ ଅନଲାଇନରେ ଏହି ସମ୍ମିଳନୀକୁ ଦେଖିବେ।

ବିଶ୍ୱବିଦ୍ୟାଳୟ ବିଷୟରେ

ମହୀଶୂର ବିଶ୍ୱବିଦ୍ୟାଳୟ 27 ଜୁଲାଇ 1916ରେ ପ୍ରତିଷ୍ଠିତ ହୋଇଥିଲା । ଏହା ଦେଶର ଷଷ୍ଠ ବିଶ୍ୱବିଦ୍ୟାଳୟ ଏବଂ କର୍ଣ୍ଣାଟକ ରାଜ୍ୟରେ ପ୍ରଥମ ଥିଲା । ବିଶ୍ୱବିଦ୍ୟାଳୟର ମୂଳ ଉଦ୍ଦେଶ୍ୟ ହେଉଛି 'ନାହି ଜେନେନା ସାଡ୍ରିଶାମ' ଯାହାର ଅର୍ଥ ହେଉଛି 'ଜ୍ଞାନ ସମାନ କିଛି ନୁହେଁ' । ଦୂରଦୃଷ୍ଟି ସମ୍ପନ୍ନ ତତ୍କାଳୀନ ପ୍ରିନ୍ସଲି ଷ୍ଟେଟ ଅଫ ମହୀଶୂରର ମହାରାଜା ମହାମହିମ ଶ୍ରୀ ନାଲୱାଡି କୃଷ୍ଣରାଜ ୱାଡିୟର ଏବଂ ତତ୍କାଳୀନ ଦିୱାନ ସାର ଏମ. ବିଶ୍ୱେଶ୍ୱରାୟାଙ୍କ ଦ୍ଵାରା ଏହି ବିଶ୍ୱବିଦ୍ୟାଳୟଟି ପ୍ରତିଷ୍ଠା ହୋଇଥିଲା ।

 

  • Manda krishna BJP Telangana Mahabubabad District mahabubabad September 19, 2022

    🇮🇳💐🇮🇳💐
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
‘India has every right to defend itself’: Germany backs New Delhi after Operation Sindoor

Media Coverage

‘India has every right to defend itself’: Germany backs New Delhi after Operation Sindoor
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 23, 2025
May 23, 2025

Citizens Appreciate India’s Economic Boom: PM Modi’s Leadership Fuels Exports, Jobs, and Regional Prosperity