ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଚଳିତ ବର୍ଷର ଗଣତନ୍ତ୍ର ଦିବସ ସମାରୋହରେ ଆରବ ଗଣରାଜ୍ୟ ଇଜିପ୍ଟର ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କ ଗରିମାମୟ ଉପସ୍ଥିତି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ସିସି ଭାରତର ୭୪ତମ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ଥିଲେ ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଚଳିତ ବର୍ଷର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କ ଗରିମାମୟ ଉପସ୍ଥିତି ପାଇଁ ତାଙ୍କୁ କୃତଜ୍ଞତା ଜଣାଉଛି । @AlsisiOfficial”
I am grateful to President Abdel Fattah el-Sisi for gracing this year’s Republic Day celebrations with his august presence.@AlsisiOfficial pic.twitter.com/S58TP4msSo
— Narendra Modi (@narendramodi) January 26, 2023