ଦ୍ୱିପାକ୍ଷିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ନେତାମାନେ ପ୍ରତିବଦ୍ଧତା ଦୋହରାଇଛନ୍ତି
ଦୁଇ ନେତା ପଶ୍ଚିମ ଏସିଆର ସ୍ଥିତି ଉପରେ ମତ ବିନିମୟ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ମାନ୍ୟବର ପ୍ରଧାନମନ୍ତ୍ରୀଋଷି ସୁନକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଙ୍କ କାର୍ଯ୍ୟକାଳର ଏକ ବର୍ଷସଫଳତାର ସହ ପୂରା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ବାଣିଜ୍ୟ, ପୁଞ୍ଜିନିବେଶ, ନୂତନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟକ୍ଷେତ୍ର ରେ ଦ୍ୱିପାକ୍ଷିକ ବ୍ୟାପକ ଷ୍ଟାର୍ଟଅପ୍ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ନେତାମାନେସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟଚୁକ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦିଗରେ ହେଉଥିବା ଅଗ୍ରଗତିକୁ ସେମାନେ ସ୍ୱାଗତକରିଥିଲେ ।

ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଏବଂ ଇସ୍ରାଏଲ ଏବଂ ହମାସ ମଧ୍ୟରେସଂଘର୍ଷ ଉପରେ ମତ ବିନିମୟ କରିଥିଲେ। ଆତଙ୍କବାଦ, ସୁରକ୍ଷା ପରିସ୍ଥିତି ବିଗିଡ଼ିବା ଏବଂସାଧାରଣ ନାଗରିକଙ୍କ ଜୀବନହାନି କୁ ନେଇ ଉଭୟ ନେତା ଗଭୀର ଉଦ୍‌ବେଗ ପ୍ରକାଶକରିଛନ୍ତି। ଆଞ୍ଚଳିକ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ନିରନ୍ତର ମାନବିକ ସହାୟତାରଆବଶ୍ୟକତା  ଉପରେ ସେମାନେ ସହମତ ହୋଇଥିଲେ ।

ଉଭୟ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ଏବଂ ଦୀପାବଳିର ପର୍ବପାଇଁ ଶୁଭେଚ୍ଛା ଆଦାନ ପ୍ରଦାନ କରିଥିଲେ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
25% of India under forest & tree cover: Government report

Media Coverage

25% of India under forest & tree cover: Government report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 21, 2024
December 21, 2024

Inclusive Progress: Bridging Development, Infrastructure, and Opportunity under the leadership of PM Modi