ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଋଷ ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଭ୍ଳାଦିମିର ପୁଟିନଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି ।
ସେମାନେ ଦ୍ୱିପାକ୍ଷିକ ସହଯୋଗ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।
ରାଷ୍ଟ୍ରପତି ପୁଟିନ ଋଷର ସାମ୍ପ୍ରତିକ ସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ।
ୟୁକ୍ରେନ ପରିସ୍ଥିତି ବିଷୟରେ ଆଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ଏବଂ କୂଟନୈତିକ ମାର୍ଗ ଆପଣେଇବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ଉଭୟ ନେତା ପରସ୍ପର ସହିତ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ ଏବଂ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ତଥା ବିଶେଷ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଉଦ୍ୟମ ଜାରି ରଖିବାକୁ ସହମତ ହୋଇଥିଲେ ।