Quoteଭାରତ-ଆମେରିକା ସହଭାଗିତା ପ୍ରତି ରାଷ୍ଟ୍ରପତି ବାଇଡେନଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି
Quoteନେତାମାନେ ଆଲୋକପାତ କରିଥିଲେ ଯେ ଭାରତ-ଆମେରିକା ଭାଗିଦାରୀ ଉଭୟ ଦେଶର ଜନସାଧାରଣ ତଥା ସମଗ୍ର ମାନବଜାତିକୁ ଉପକୃତ କରିବା ପାଇଁ ଉଦ୍ଦିଷ୍ଟ
Quoteୟୁକ୍ରେନର ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା
Quoteପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବାଇଡେନଙ୍କୁ ତାଙ୍କ ନିକଟରେ ୟୁକ୍ରେନ ଗସ୍ତ ବିଷୟରେ ଅବଗତ କରାଇଥିଲେ
Quoteଶାନ୍ତି ଓ ସ୍ଥିରତା ଶୀଘ୍ର ଫେରିବା ପାଇଁ ଭାରତର ପୂର୍ଣ୍ଣ ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି
Quoteବାଂଲାଦେଶରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି
Quoteକ୍ୱାଡ୍ ସମେତ ବହୁପକ୍ଷୀୟ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ସେମାନେ ପ୍ରତିବଦ୍ଧତା ଦୋହରାଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ୍ ଆର ବାଇଡେନଙ୍କ ଠାରୁ ଏକ ଟେଲିଫୋନ୍ କଲ୍ ଆସିଛି ।

ଗଣତନ୍ତ୍ର, ଆଇନର ଶାସନ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କର ମିଳିତ ମୂଲ୍ୟବୋଧ ଉପରେ ଆଧାରିତ ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ପ୍ରତି ରାଷ୍ଟ୍ରପତି ବାଇଡେନଙ୍କ ଗଭୀର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଆଲୋକପାତ କରିଥିଲେ ଯେ ଭାରତ-ଆମେରିକା ଭାଗିଦାରୀ ଉଭୟ ଦେଶର ଜନସାଧାରଣ ତଥା ସମଗ୍ର ମାନବଜାତିକୁ ଉପକୃତ କରିବା ପାଇଁ ଉଦ୍ଦିଷ୍ଟ ।

ଅନେକ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ବିସ୍ତୃତ ଭାବ ବିନିମୟ ହୋଇଥିଲା।

ୟୁକ୍ରେନର ସ୍ଥିତି ଉପରେ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ତାଙ୍କ ନିକଟରେ ୟୁକ୍ରେନ ଗସ୍ତ ବିଷୟରେ ଅବଗତ କରାଇଥିଲେ । ଆଲୋଚନା ଓ କୂଟନୀତି ସପକ୍ଷରେ ଭାରତର ନିରନ୍ତର ଆଭିମୁଖ୍ୟକୁ ଦୋହରାଇବା ସହ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ଦୁଇ ନେତା ବାଂଲାଦେଶର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆଇନ ଶୃଙ୍ଖଳା ବଜାୟ ରଖିବା ସହ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

କ୍ୱାଡ୍ ସମେତ ବହୁପକ୍ଷୀୟ କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ନେତା ସେମାନଙ୍କପ୍ରତିବଦ୍ଧତା ଦୋହରାଇଥିଲେ।

ଏହାସହିତ ସେମାନେ ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ।

 

  • Rampal Baisoya October 18, 2024

    🙏🙏
  • Harsh Ajmera October 14, 2024

    Love from hazaribagh 🙏🏻
  • Vivek Kumar Gupta October 13, 2024

    नमो ..🙏🙏🙏🙏🙏
  • Vivek Kumar Gupta October 13, 2024

    नमो ......................🙏🙏🙏🙏🙏
  • Lal Singh Chaudhary October 07, 2024

    बनी रहती है जिसकी हमेशा चाहत, कहते हैं हम उसे सफलता। दूआ ही नहीं पूरी चाहत है मेरी हमें प्राप्त हो तुम्हारी सफलता।। भारत भाग्य विधाता मोदी जी को जय श्री राम
  • Manish sharma October 04, 2024

    🇮🇳
  • கார்த்திக் September 21, 2024

    🪷ஜெய் ஸ்ரீ ராம்🪷जय श्री राम🪷જય શ્રી રામ🪷 🪷ಜೈ ಶ್ರೀ ರಾಮ್🌸🪷జై శ్రీ రామ్🪷JaiShriRam🪷🌸 🪷জয় শ্ৰী ৰাম🪷ജയ് ശ്രീറാം🪷ଜୟ ଶ୍ରୀ ରାମ🪷🌸
  • Himanshu Adhikari September 18, 2024

    Jai ho
  • Dheeraj Thakur September 16, 2024

    जय श्री राम जय श्री राम
  • Dheeraj Thakur September 16, 2024

    जय श्री राम
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Manufacturing sector pushes India's industrial output growth to 5% in Jan

Media Coverage

Manufacturing sector pushes India's industrial output growth to 5% in Jan
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles passing of Dr. Shankar Rao Tatwawadi Ji
March 13, 2025

The Prime Minister, Shri Narendra Modi condoled passing of Dr. Shankar Rao Tatwawadi Ji, today. Shri Modi stated that Dr. Shankar Rao Tatwawadi Ji will be remembered for his extensive contribution to nation-building and India's cultural regeneration."I consider myself fortunate to have interacted with him on several occasions, both in India and overseas. His ideological clarity and meticulous style of working always stood out" Shri Modi added.

The Prime Minister posted on X :

"Pained by the passing away of Dr. Shankar Rao Tatwawadi Ji. He will be remembered for his extensive contribution to nation-building and India's cultural regeneration. He dedicated himself to RSS and made a mark by furthering its global outreach. He was also a distinguished scholar, always encouraging a spirit of enquiry among the youth. Students and scholars fondly recall his association with BHU. His various passions included science, Sanskrit and spirituality.

I consider myself fortunate to have interacted with him on several occasions, both in India and overseas. His ideological clarity and meticulous style of working always stood out.

Om Shanti