ଭାରତ ଓ ବ୍ରିଟେନ୍ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀ ପାଇଁ ପ୍ରତିବଦ୍ଧତା ଦୋହରାଇଲେ
ରାଜ୍ୟଗୋଷ୍ଠୀ, ଜଳବାୟୁ କାର୍ଯ୍ୟକାରିତା ଏବଂ ସ୍ଥିରତା ଉପରେ ଆଲୋଚନା କଲେ
ଉଭୟ ଉଭୟଙ୍କୁ ବଡଦିନ ଓ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କ ସହ କଥା ହୋଇଛନ୍ତି ।

ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ମନେ ପକାଇ, ଉଭୟ ଭାରତ ଓ ବ୍ରିଟେନ୍ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀ ସୁଦୃଢ଼ କରିବାକୁ ପ୍ରତିବଦ୍ଧତା ନିଶ୍ଚିତ କରିଥିଲେ ।

ରାଜ୍ୟଗୋଷ୍ଠୀ ଦେଶ ସମୂହ ଏବଂ ସମୋଆରେ ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ ଦେଶ ମୁଖ୍ୟଙ୍କ ବୈଠକ ଉପରେ ଉଭୟ ନିଜର ବିଚାର ଆଦାନ-ପ୍ରଦାନ କରିଥିଲେ ।

ଏହାଛଡା ଜଳବାୟୁ କାର୍ଯ୍ୟକାରିତା ଏବଂ ସ୍ଥିରତା ସହିତ ପାରସ୍ପରିକ ଆଗ୍ରହର ଅନେକ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ମହାରାଜ ଚାର୍ଲ୍ସ ତୃତୀୟଙ୍କର ନିରନ୍ତର ସମର୍ଥନ ଓ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ ଭାରତ ଦ୍ୱାରା ନିଆଯାଇଥିବା ଏକାଧିକ ପଦକ୍ଷେପ ବିଷୟରେ ତାଙ୍କୁ ସୂଚନା ଦେଇଥିଲେ ।

ଆଗାମୀ ବଡଦିନ ଏବଂ ନୂଆବର୍ଷର ଉତ୍ସବଗୁଡିକ ପାଇଁ ଉଭୟ ଉଭୟଙ୍କୁ ଶୁଭକାମନା ଜଣାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଚାର୍ଲ୍ସ ତୃତୀୟଙ୍କୁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଶୁଭେଚ୍ଛା ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Ray Dalio: Why India is at a ‘Wonderful Arc’ in history—And the 5 forces redefining global power

Media Coverage

Ray Dalio: Why India is at a ‘Wonderful Arc’ in history—And the 5 forces redefining global power
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 25, 2025
December 25, 2025

Vision in Action: PM Modi’s Leadership Fuels the Drive Towards a Viksit Bharat