ବ୍ରିଟେନର ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମରଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ଏବଂ ଲେବର ପାର୍ଟିର ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ମନେ ପକାଇବା ସହ ଭାରତ ଓ ବ୍ରିଟେନ ମଧ୍ୟରେ ଥିବା ବ୍ୟାପକ ରଣନୀତିକ ଭାଗିଦାରୀତାକୁ ଅଧିକ ଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଭାରତ-ବ୍ରିଟେନ ମଧ୍ୟରେ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ପାରସ୍ପରିକ ଲାଭପ୍ରଦ ବ୍ୟବସ୍ଥାରେ ପରିଣତ କରିବାକୁ ଉଭୟ ନେତା ସହମତ ହୋଇଥିଲେ ।
ବ୍ରିଟେନର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବିକାଶରେ ଭାରତୀୟ ସମ୍ପ୍ରଦାୟର ସକାରାତ୍ମକ ଅବଦାନକୁ ଉଭୟ ନେତା ପ୍ରଶଂସା କରିବା ସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆଗେଇ ନେବାକୁ ଉଭୟ ରାଜି ହୋଇଥିଲେ ।
ଅତି ଶୀଘ୍ର ଭାରତ ଗସ୍ତରେ ଆସିବାକୁ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କୁ ନିମନ୍ତ୍ରଣ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।
ନିୟମିତ ସମ୍ପର୍କରେ ରହିବାକୁ ଉଭୟ ନେତା ନିଷ୍ପତ୍ତି ନେଇଥିଲେ ।