ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆଲେଖ୍ୟ ଆଜି ଶେୟାର କରିଛନ୍ତି । ଏହି ଆଲେଖ୍ୟ ‘ସମସ୍ତଙ୍କ ମହିଳାଙ୍କ କାହାଣୀ, ମୋ କାହାଣୀ- କାହିଁକି ମୁଁ ପୁରୁଷ- ମହିଳା ସମାନତା ନେଇ ଆଶାବାଦୀ’ରେ ଭାରତୀୟ ମହିଳାଙ୍କ ଅବଦମିତ ଭାବନା ଓ ତାଙ୍କ ନିଜ ଜୀବନଯାତ୍ରା ସମ୍ପର୍କରେ ଉଲ୍ଲେଖ ରହିଛି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ତ୍ରିପୁରାରୁ ଫେରିବା ବେଳେ ଏହି ଆଲେଖ୍ୟଟି ପଢିଲି ଓ ଏହା ଖୁବ ପ୍ରେରଣାଦାୟୀ ଥିଲା । ଅନ୍ୟମାନଙ୍କୁ ମଧ୍ୟ ଏହା ପଢିବାକୁ ଅନୁରୋଧ କରୁଛି । ମହିଳା ଦିବସରେ ଏହା ଏକ ଅତ୍ୟନ୍ତ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ଜୀବନ ଯାତ୍ରାକୁ ନେଇ ଲେଖାଯାଇଛି, ଯିଏ ଜନସେବା ପାଇଁ ନିଜ ଜୀବନ ସମର୍ପିତ କରି ପରବର୍ତ୍ତୀ ସମୟରେ ଭାରତର ରାଷ୍ଟ୍ରପତି ହୋଇପାରିଛନ୍ତି ।”
On the way back from Tripura I read this article and found it very motivating. I would urge others to read it as well. On Women’s Day, it chronicles the life journey of a very inspiring person who devoted her life to service and rose to become India’s President. https://t.co/bLR4K0PgxY
— Narendra Modi (@narendramodi) March 8, 2023