ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରୀରାମ ଜନ୍ମଭୂମି ମନ୍ଦିର ପ୍ରତି ଉତ୍ସର୍ଗୀତ ଛଅଟି ସ୍ମାରକୀ ଡାକଟିକଟ ଉନ୍ମୋଚିତ
“ପ୍ରଭୁ ରାମଙ୍କ ପ୍ରତି ଭକ୍ତିଭାବ କଳାତ୍ମକ ଢଙ୍ଗରେ ଡାକଟିକଟରେ ପ୍ରଦର୍ଶିତ ହୋଇଛି”
“ପ୍ରଭୁ ରାମ, ମାତା ସୀତା ଓ ରାମାୟଣ ସମ୍ପର୍କୀତ କଥା କୌଣସି ସମୟ, ସମାଜ ଓ ଜାତି ମଧ୍ୟରେ ସୀମାବଦ୍ଧ ନୁହେଁ ଓ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଯୋଡି ହୋଇରହିଛି”
“ପ୍ରଭୁ ରାମଙ୍କ ଜୀବନ ଘଟଣାବଳୀ ଉପରେ ଆଧାରିତ ଡାକଟିକେଟ ଅଷ୍ଟ୍ରେଲିଆ, କାମ୍ବୋଡିଆ, ଆମେରିକା, ନ୍ୟୁଜିଲାଣ୍ଡ ସମେତ ବିଶ୍ୱର ଅନେକ ଦେଶ ଖୁବ୍ ଆଗ୍ରହ ସହକାରେ ଜାରି କରିଛନ୍ତି” “ପୃଥିବୀରେ ଯେପର୍ଯ୍ୟନ୍ତ ପାହାଡ ଓ ନଈନାଳ ଥିବ ଜନମାନସରେ ରାମାୟଣର କଥା ରହିଥିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮.୦୧.୨୦୨୪) ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ଉତ୍ସର୍ଗ କରାଯାଇଥିବା ଛଅଟି ସ୍ୱତନ୍ତ୍ର ସ୍ମାରକୀ ଡାକଟିକଟର ଉନ୍ମୋଚନ କରିଛନ୍ତି । ଏଥିସହ ଶ୍ରୀ ମୋଦୀ ପ୍ରଭୁ ରାମଙ୍କ ଉପରେ ବିଶ୍ୱର ଅନ୍ୟାନ୍ୟ ଦେଶରେ ପୂର୍ବରୁ ଉନ୍ମୋଚିତ ଡାକିଟକଟ ଉପରେ ଆଧାରିତ ଏକ ଆଲବମ୍‌କୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଭାରତ ଓ ଭାରତ ବାହାରେ ରହୁଥିବା ସମସ୍ତ ରାମଭକ୍ତଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ଜାଣନ୍ତି ଏହି ଡାକଟିକଟଗୁଡିକ ଲଫାପାରେ ଲଗାଯାଇ ଚିଠିପତ୍ର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଠାଇବା ପାଇଁ ବ୍ୟବହାର କରାଯାଏ । ତାହା ଆଉ ଏକ ଉଦ୍ଦେଶ୍ୟ ମଧ୍ୟ ସାଧନ କରିଥାଏ । ଡାକଟିକଟ ଭବିଷ୍ୟତ ପିଢି ନିମନ୍ତେ ଇତିହାସର ମାଧ୍ୟମଭାବେ ମଧ୍ୟ କାର୍ଯ୍ୟ କରିଥାଏ । ଆପଣ ଯେତେବେଳେ କାହାକୁ ଚିଠି ବା ଜିନିଷପତ୍ର ଡାକଟିକଟ ଲଗାଇ ପଠାଉଛନ୍ତି ତାଙ୍କୁ ଆପଣ ଇତିହାସର ଏକ ବସ୍ତୁ ପଠାଉଛନ୍ତି । ଏହି ଟିକଟ ଗୁଡିକ କେବଳ ଛୋଟ କାଗଜ ଟୁକୁଡା ନୁହେଁ, ବରଂ ଇତିହାସର ପୁସ୍ତକ, କଳାକୃତି ବା ଐତହାସିକ ସ୍ଥାନର କ୍ଷୁଦ୍ରାତିକ୍ଷୁଦ୍ର   କଳାକୃତି ବା ଐତିହାସିକ ସ୍ଥାନର କ୍ଷୁଦ୍ରାତିକ୍ଷୁଦ୍ର ଆକୃତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସ୍ମାରକୀ ଡାକଟିକଟଗୁଡିକ ଆମର ଯୁବପିଢିକୁ ଭଗବାନ ରାମ ଓ ତାଙ୍କ ଜୀବନୀ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ । ଭଗବାନ ରାମଙ୍କ ପ୍ରତି ଭକ୍ତି ଏକ କଳାତ୍ମକ ଢଙ୍ଗରେ ଏହି ଟିକଟଗୁଡିକରେ ଦର୍ଶାଯାଇଛି । ଏଥିରେ ଲୋକପ୍ରିୟ ପଦ୍ୟାଂଶ, ମଙ୍ଗଳଭବନ ଅମଙ୍ଗଳ ହାରୀ’ଦେଶର ବିକାଶ ପାଇଁ ଏକ ସଦିଚ୍ଛା ରହିଛି । ସୂର୍ଯ୍ୟବଂଶୀ ରାମଙ୍କ ପ୍ରତୀକ ସୂର୍ଯ୍ୟ, ସରଜୁନଦୀ ମନ୍ଦିରର ଆଭ୍ୟନ୍ତରୀଣ ଭାସ୍କର୍ଯ୍ୟର ଛବି ଏହି ଟିକଟରେ ରହିଛି । ସୂର୍ଯ୍ୟ ଦେଶକୁ ନୂତନ ଆଲୋକର ବାର୍ତ୍ତା ଦେଉଥିବାବେଳେ, ସରଜୁର ଛବି ଦେଶ ସବୁବେଳେ ଭଗବାନ ରାମଙ୍କ ଆଶୀର୍ବାଦ ଯୋଗୁ ଚଳଚଞ୍ଚଳ ରହିବ ।

 

ଏହି ସ୍ମାରକୀ ଡାକଟିକଟ ପ୍ରକାଶନ ନିମନ୍ତେ ଡାକ ବିଭାଗକୁ ଯେଉଁ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ସହ ସଂଶ୍ଳିଷ୍ଟ ସାଧୁ ସନ୍ଥମାନେ ମାର୍ଗଦର୍ଶନ ଦେଉଛନ୍ତି, ସେମାନଙ୍କୁ ପ୍ରଶଂସା କରିଥିଲେ ।

 ପ୍ରଧାନମନ୍ତ୍ରୀ କହିଥିଲେ ଯେ  ପ୍ରଭୁ ରାମ, ମାତା ସୀତା ଓ ରାମାୟଣର କଥାବସ୍ତୁ କୌଣସି ସମୟ, ସମାଜ ଓ ଜାତି ମଧ୍ୟରେ ସୀମାବଦ୍ଧ ନୁହେଁ ଓ ଏହା ପ୍ରତ୍ୟେକଙ୍କର ସହ ଯୋଡି ହୋଇ ରହିଛି । କଠିନ ପରିସ୍ଥିତିରେ ତ୍ୟାଗ, ପ୍ରେମ, ସଂହତି ଓ ଶୌର୍ଯ୍ୟର ଶିକ୍ଷା ଦେଉଥିବା ରାମାୟଣ ସମଗ୍ର ମାନବତାକୁ ସଂଯୋଗ କରିଥାଏ । ସେଥିପାଇଁ ରାମାୟଣ ସବୁବେଳେ ସାରା ବିଶ୍ୱର କେନ୍ଦ୍ରବିନ୍ଦୁ ହୋଇ ରହି ଆସିଛି । ଆଜି ଉନ୍ମୋଚିତ ଆଲବମ୍‌ରେ ପ୍ରଭୁ ରାମ, ମାତା ସୀତା ଓ ରାମାୟଣକୁ ସାରା ଜଗତ ଗର୍ବର ସହ କିପରି ଦେଖେ ତାହାର ସେଥିରେ  ପ୍ରତିଫଳନ ହୋଇଛି ।

 

ଖୁବ୍ ଶ୍ରଦ୍ଧାର ସହ ଆମେରିକା, ଅଷ୍ଟ୍ରେଲିଆ, କାମ୍ବୋଡିଆ, କାନାଡା, ଚେକ ସାଧାରଣତନ୍ତ୍ର, ଫିଜି, ଇଣ୍ଡୋନେସିଆ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଥାଇଲାଣ୍ଡ, ଗୁଏନା, ସିଙ୍ଗାପୁର କିପରି ଡାକଟିକଟ ପ୍ରକାଶନ କରିଛନ୍ତି ପ୍ରଧାନମନ୍ତ୍ରୀ ତାହାର ବର୍ଣ୍ଣନା କରିଥିଲେ । ନୂତନ ଭାବେ ଉନ୍ମୋଚିତ ଆଲବମ୍‌ରେ ପ୍ରଭୁ ଶ୍ରୀ ରାମ ଓ ମାତା ଜାନକୀଙ୍କୁ ନେଇ ଅନେକ ବର୍ଣ୍ଣନା ରହିଛି । ଭଗବାନ ରାମ କିପରି ଭାରତ ବାହାରେ ମଧ୍ୟ ଏକାଧାରାରେ ମହାନ ତାଙ୍କୁ ଏଥିରୁ ଜଣାପଡିଥାଏ । ଏପରିକି ଆଧୁନିକ ଯୁଗର ଦେଶଗୁଡିକରେ ମଧ୍ୟ ପ୍ରଭୁ ରାମଙ୍କ ଚରିତ୍ରର ପ୍ରଶଂସା କରାଯାଇଥାଏ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହର୍ଷି ବାଲ୍ମିକୀଙ୍କ ଭଗବାନଙ୍କ ନିକଟରେ ପ୍ରାର୍ଥନା ଆଜି ମଧ୍ୟ ଅମର ହୋଇରହିଛି। ସେ କହିଛନ୍ତି

ଯାବତ୍ ସ୍ଥାସ୍ୟନ୍ତି ଗିରୟଃ ସରିତଶ୍ଚ ମହୀତଳେ,

ତାବତ୍ ରାମାୟଣ କଥା,

ଲୋକେଷୁ ପ୍ରଚରିସ୍ୟତି ।

ଏହାର ଅର୍ଥ ହେଲା ଯେପର୍ଯ୍ୟନ୍ତ ପାହାଡ ପର୍ବତ ଓ ନଦନଦୀ ପୃଥିବୀରେ ରହିଥିବ, ସେପର୍ଯ୍ୟନ୍ତ ପ୍ରଭୁ ରାମଙ୍କ ବ୍ୟକ୍ତିତ୍ୱ ଜନମାନସରେ ରହିଥିବ ।

 

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'India Delivers': UN Climate Chief Simon Stiell Hails India As A 'Solar Superpower'

Media Coverage

'India Delivers': UN Climate Chief Simon Stiell Hails India As A 'Solar Superpower'
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles loss of lives due to stampede at New Delhi Railway Station
February 16, 2025

The Prime Minister, Shri Narendra Modi has condoled the loss of lives due to stampede at New Delhi Railway Station. Shri Modi also wished a speedy recovery for the injured.

In a X post, the Prime Minister said;

“Distressed by the stampede at New Delhi Railway Station. My thoughts are with all those who have lost their loved ones. I pray that the injured have a speedy recovery. The authorities are assisting all those who have been affected by this stampede.”