ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଲୋପୋଲି ମେଲୋଙ୍କ ପ୍ରବନ୍ଧ ‘ସଂସଦ ଓ ପିଏମଓରେ ଗୋଟିଏ ଦିନ’କୁ ଶେୟାର କରିଛନ୍ତି । ମେଧାବୀ ଯୁବକଙ୍କୁ ଭେଟିବା ସୁଯୋଗ ପ୍ରଦାନ ପାଇଁ ପଦକ୍ଷେପ ନେଇଥିବା ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କୁ ମଧ୍ୟ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଅରୁଣାଚଳ ପ୍ରଦେଶର ଲୋପୋଲି ମେଲୋଙ୍କ ଏହି ବ୍ୟକ୍ତିଗତ ବିବରଣ ଆପଣମାନଙ୍କୁ ଆନନ୍ଦିତ କରିବ । ଏହି ପଦକ୍ଷେପ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା ଜୀଙ୍କୁ ପ୍ରଶଂସା କରିବାକୁ ଚାହୁଁଛି, ଯାହା ମୋତେ ମେଧାବୀ ଯୁବକଙ୍କୁ ଭେଟିବାର ସୁଯୋଗ ପ୍ରଦାନ କଲା ।”
You will enjoy reading this very personal account of Lopoli Melo from Arunachal Pradesh. I would like to laud Speaker Om Birla Ji for taking the lead for such an initiative which also gave me the opportunity to meet bright youngsters. @ombirlakota https://t.co/QROY7It41c
— Narendra Modi (@narendramodi) February 9, 2023