ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଷ୍ଟ୍ରାସନ ତଥା ଓଟ ଭଙ୍ଗୀର ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି । ଉଷ୍ଟ୍ରାସନ ମଣିଷର ପିଠି, ବେକର ମାଂସପେଶୀକୁ ଦୃଢ଼ କରିବା ସହ ଶରୀରରେ ରକ୍ତ ସଂଚାଳନ ସୁଗମ ଏବଂ ଦୃଷ୍ଟିଶକ୍ତି ବଢ଼ାଇଥାଏ ।
ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଆସୁଥିବା ବେଳେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେୟାର କରିଥିବା ଏହି ଭିଡିଓରେ ଉଷ୍ଟ୍ରାସନର ଭଙ୍ଗୀକୁ ଉଭୟ ହିନ୍ଦୀ ଓ ଇଂରାଜୀରେ ବର୍ଣ୍ଣନା କରାଯାଇଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଉଷ୍ଟ୍ରାସନ ପିଠି ଓ ବେକର ମାଂସପେଶୀକୁ ସୁଦୃଢ଼ କରିଥାଏ । ଏହା ମଧ୍ୟ ଶରୀରରେ ରକ୍ତ ସଞ୍ଚାଳନ ସୁଗମ କରିବା ସହ ଦୃଷ୍ଟିଶକ୍ତି ବଢ଼ାଇଥାଏ” ।
Ustrasana strengthens the muscles of the back and neck. It also improves blood circulation and improves eyesight. pic.twitter.com/nqsbh5y34f
— Narendra Modi (@narendramodi) June 18, 2024
उष्ट्रासन पीठ और गर्दन की मांसपेशियों को मजबूत बनाता है। यह रक्त संचार को बेहतर बनाने के साथ ही आंखों की रोशनी भी बढ़ाता है। pic.twitter.com/yD1GFsSJdJ
— Narendra Modi (@narendramodi) June 18, 2024