ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶଶାଙ୍କଆସନ (ଠେକୁଆ ଭଙ୍ଗୀ)ର ଏକ ଭିଡିଓ ସେୟାର କରିଛନ୍ତି । ଏହି ଯୋଗାସନ ଅଜୀର୍ଣ୍ଣରୁ ମୁକ୍ତି ଦେବା ସହ ହଜମ ଶକ୍ତିକୁ ବୃଦ୍ଧି କରିଥାଏ ।
ଏହି ଆସନ ପିଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦିଏ । ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଏହି ଆସନ କରିବା ପୂର୍ବରୁ ସତର୍କ ରହିବା ଉଚିତ ।
ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଥିବା ବେଳେ ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେୟାର କରିଥିବା ଏହି ଭିଡିଓରେ ଉକ୍ତ ଯୋଗାସନର ଭଙ୍ଗୀ ସମ୍ପର୍କରେ ହିନ୍ଦୀ ଓ ଇଂରାଜୀରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଏଥିପାଇଁ ଆପଣମାନେ ନିଶ୍ଚିତ ଭାବେ ନିୟମିତ ଶଶାଙ୍କଆସନ ଅଭ୍ୟାସ କରିବା ଉଚିତ...”
Here is why you must practice Shashankasana regularly… pic.twitter.com/95kwzrKYTD
— Narendra Modi (@narendramodi) June 19, 2024
शशांकासन का नियमित अभ्यास क्यों करना चाहिए, आइए जानते हैं… pic.twitter.com/9ibVIIW5wC
— Narendra Modi (@narendramodi) June 19, 2024