ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ବିପର୍ଯ୍ୟୟ ଭିତ୍ତିଭୂମି ସମ୍ମିଳନୀର ଚତୁର୍ଥ ସଂସ୍କରଣରେ ଉଦ୍ଘାଟନୀ ଅଧିବେଶନକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । ଏହି ଅଧିବେଶନକୁ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍, ଘାନା ରାଷ୍ଟ୍ରପତି ନାନା ଆଡୋ ଡାନକାୱା ଆକୁଫୋ -ଆଡୋ, ଜାପାନ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଫୁମିଓ କିସିଡା ଓ ମାଡାଗାସ୍କର ରାଷ୍ଟ୍ରପତି ମହମହିମ ଆଣ୍ଡ୍ରି ମିରିନା ରାଜୋଲିନା ମଧ୍ୟ ସମ୍ବୋଧନ କରିଛନ୍ତି ।
ପ୍ରଥମରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ଥାୟୀ ଓ ନିରନ୍ତର ବିକାଶର ଲକ୍ଷ୍ୟ କୌଣସି ଅପଦାପନ୍ନ ବ୍ୟକ୍ତିଙ୍କୁ ବାଦ ନ ଦେବାର ପ୍ରତିଜ୍ଞା ବୋଲି ସମବେତ ଜନସାଧାରଣଙ୍କୁ ସ୍ମରଣ କରାଇ ଦେଇଥିଲେ । ସେ ଦୃଷ୍ଟିରୁ “ଆଗାମୀ ବଂଶଧରଙ୍କ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରି ସେମାନଙ୍କ ଆଶା ଆକାଂକ୍ଷା ପୂରଣ ସହ ଆମେ ଗରିବ ଓ ଅବହେଳିତଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଅଙ୍ଗୀକାରବଦ୍ଧ ବୋଲି ସେ କହିଥିଲେ । ଭିତ୍ତିଭୂମି ହେଉଛି ଜନସାଧାରଣଙ୍କ ଉଚ୍ଚ ଗୁଣଯୁକ୍ତ, ନିର୍ଭରଯୋଗ୍ୟ ଓ ନିରନ୍ତର ସେବା ସମାନଭାବେ ପ୍ରଦାନ କରିବା ଦରକାର ବୋଲି ସେ କହିଥିଲେ । “ପ୍ରତ୍ୟେକ ଭିତ୍ତିଭୂମି ବିକାଶର ମୂଳ ହେଉଛନ୍ତି ଜନସାଧାରଣ । ସେମାନଙ୍କୁ ଲକ୍ଷ୍ୟ ରଖି ଆମେ ଭାରତରେ ଯାହା କିଛି କରୁଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଭାରତର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପରିମଳ, ବିଦ୍ୟୁତ, ପରିବହନ ଓ ଆହୁରି ଅନେକ କ୍ଷେତ୍ରରେ ମୌଳିକ ସେବା ବ୍ୟବସ୍ଥାକୁ ଭୟଭୀତ କରୁଥିବାବେଳେ, “ଆମେ ସିଧାସଳଖ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ମଧ୍ୟ ସମ୍ଭାଳୁଛନ୍ତି । ସେଥିପାଇଁ କପ୍-୨୬ରେ ଆମ୍ଭେ ୨୦୭୦ ମସିହା ସୁଦ୍ଧା ନେଟ ଜିରୋର ରଖିବାକୁ ଆମର ବିକାଶ କାର୍ଯ୍ୟରେ ପରିବେଶ ସହ ସମାନ୍ତରାଳ ଭାବେ ଚାଲିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଭିତ୍ତିଭୂମି ଗୁରୁତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମି ନଷ୍ଟର ପ୍ରଭାବ ପରିବର୍ତ୍ତୀ ବଂଶଧରମାନଙ୍କ ଉପରେ ପଡିଥାଏ । ଏହି ପରିପ୍ରେକ୍ଷୀରେ “ଆଧୁନିକ ବୈଷୟିକ ଜ୍ଞାନ ଯାହା ଆମ ପାଖରେ ଉପଲବ୍ଧ ତା’ ଦ୍ୱାରା ଆମେ ଦୀର୍ଘସ୍ଥାୟୀ ନମନୀୟ ଭିତିଭୂମି ନିର୍ମାଣ କରିପାରିବା କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ଏହି ଆହ୍ୱାନର ମୁକାବିଲା ପାଇଁ ସିଡିଆରଆଇ ସୃଷ୍ଟି କରାଯାଇଛି । ଏହି ସମ୍ମିଳିତ ନମନୀୟ ବିପର୍ଯ୍ୟୟ ଭିତ୍ତିଭୂମି ସମ୍ପ୍ରସାରିତ ହୋଇ ଅନେକ ଫଳପ୍ରଦ ହୋଇଛି । ଦ୍ୱିପାଞ୍ଚଳ ଦେଶରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ପଦକ୍ଷେପ କପ-୨୬ରେ ନିଆଯିବା ପରେ ବିଶ୍ୱର ୧୫୦ଟି ବିମାନଘାଟୀ ଉପରେ ଅନୁଧ୍ୟାନ କରାଯାଇ ସିଡିଆରଆଇ କାର୍ଯ୍ୟ କରାଯାଇଛି । ସିଡିଆରଆଇ ନେତୃତ୍ୱରେ ବିଶ୍ୱରେ ନମନୀୟ ବିପର୍ଯ୍ୟୟ ଭିତ୍ତିଭୂମି ନେଇ ଯେଉଁ କାର୍ଯ୍ୟ କରାଯାଉଛି ତାହାର ବୈଶ୍ୱିକ ଜ୍ଞାନ ଖୁବ୍ ଉପାଦେୟ ହେବ ବୋଲି ଶ୍ରୀ ମୋଦି କହିଥିଲେ ।
ଆମର ଭବିଷ୍ୟତ ଓ ନମନୀୟ କରିବାକୁ ହେଲେ ଆମକୁ ଏକ ନମନୀୟ ଭିତ୍ତିଭୂମି ଅବସ୍ଥାନ୍ତର ଦେଇ ଯିବାକୁ ପଡିବ । “ଆମେ ଭିତିଭୂମି ନମନୀୟ କଲେ ଆମେ କେବଳ ନିଜକୁ ବିପର୍ଯ୍ୟୟରୁ ରକ୍ଷା କରିବା ନାହିଁ ବରଂ ଅନେକ ଭାବି ବଂଶଧର ନିମନ୍ତେ ଏହା ସହାୟକ ହେବ’ ବୋଲି ସେ କହିଥିଲେ ।
The solemn promise of the Sustainable Development Goals is to leave no one behind.
— PMO India (@PMOIndia) May 4, 2022
That is why, we remain committed to meeting the needs of the poorest and the most vulnerable, by building the next generation infrastructure to realize their aspirations: PM @narendramodi
Infrastructure is not just about creating capital assets & generating long-term return on investment.
— PMO India (@PMOIndia) May 4, 2022
It is not about the numbers.
It is not about the money.
It is about people.
It is about providing them high quality, dependable & sustainable services in equitable manner: PM
In short time of two and half years CDRI has taken important initiatives & made valuable contributions.
— PMO India (@PMOIndia) May 4, 2022
Initiative on 'Infrastructure for Resilient Island States' that was launched at COP26 last year is a clear expression of our commitment to work with Small
Island countries: PM