ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ମାନ୍ୟବର ମୁନ ଜେ-ଇନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।
କୋଭିଡ-19 ମହାମାରୀ ଲଢେଇର ଅଗ୍ରଗତି, ଅନ୍ତର୍ଜାତୀୟ ଭାଲ୍ୟୁ ଚେନର ବିବିଧକରଣ, ସ୍ୱଚ୍ଛ ସଂରକ୍ଷଣର ଆବଶ୍ୟକତା, ବିକାଶ ତଥା ନିୟମ-ଆଧାରିତ ବିଶ୍ୱ ବାଣିଜ୍ୟ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ବିଶ୍ଵସ୍ତରୀୟ ବିକାଶ ଉପରେ ଦୁଇ ନେତା ସମୀକ୍ଷା କରିଥିଲେ ।
ଉପରୋକ୍ତ ପ୍ରସଙ୍ଗ ଉପରେ ଉଭୟ ଦେଶ ଯୋଗାଯୋଗରେ ରହିବା ସହିତ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରିବା ନେଇ ଦୁଇ ନେତା ସହମତ ହୋଇଥିଲେ ।