ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲର ପ୍ରଧାନମନ୍ତ୍ରୀ ମାନ୍ୟବର ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଷଷ୍ଠ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହେବା ପାଇଁ ମାନ୍ୟବର ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଥିଲେ ।
ନିକଟ ଅତୀତରେ ଭାରତ-ଇସ୍ରାଏଲ୍ ରଣନୈତିକ ଭାଗିଦାରୀରେ ଦ୍ରୁତ ଅଗ୍ରଗତିରେ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଏଭଳି ସହଯୋଗକୁ ଆହୁରି ମଜବୁତ କରିବାର ସମ୍ଭାବନା ଉପରେ ସହମତ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ମାନ୍ୟବର ନେତାନ୍ୟାହୁଙ୍କୁ ଶୀଘ୍ର ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି ।