ଶ୍ରୀ ନରେନ୍ଦ୍ର ମୋଦୀ ୨୦୦୫ ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ପରେ କିପରି ନିଜ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ତାହା ମନେ ପକାଇଛନ୍ତି ତାଙ୍କ ସ୍କୁଲ ଶିକ୍ଷକ ଶ୍ରୀ ସୋମଭାଇ ପଟେଲ । ଗୁରୁମାନଙ୍କ ପ୍ରତି ଶ୍ରୀ ମୋଦୀଙ୍କ ଶ୍ରଦ୍ଧା ଓ ସମ୍ମାନ ସମ୍ପର୍କରେ ଏକ ଭିଡିଓରେ ଶ୍ରୀ ପଟେଲ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ୨୦୦୫ରେ ନରେନ୍ଦ୍ରଭାଇ ନିଜର ସମସ୍ତ ଗୁରୁଙ୍କ ପାଇଁ ଅହମ୍ମଦାବାଦରେ ଏକ ଗୁରୁ ବନ୍ଦନା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ପ୍ରାୟ ସମସ୍ତ ୨୭ ଜଣ ଗୁରୁଙ୍କ ନିକଟକୁ ଯାଇ ଶ୍ରୀ ମୋଦୀ ସେମାନଙ୍କ ନାମ କହିବା ସହ ପ୍ରଣାମ କରିଥିଲେ ଓ ଫୁଲମାଳ ଦେଇ ସମ୍ମାନିତ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଗୁଜରାଟର ତତ୍କାଳୀନ ରାଜ୍ୟପାଳ ପଣ୍ଡିତ ନୱଲ କିଶୋର ଶର୍ମା ଏଭଳି କାର୍ଯ୍ୟକ୍ରମ ଭାରତରେ ଅଶ୍ରୁତ ଓ ଅଦୃଷ୍ଟ ବୋଲି ମନ୍ତବ୍ୟ ଦେଇଥିବା ଶ୍ରୀ ପଟେଲ କହିଛନ୍ତି । “ରାଜ୍ୟପାଳ କହିଥିଲେ, ନରେନ୍ଦ୍ର ଭାଇ ତାଙ୍କ ଗୁରୁମାନଙ୍କୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଏପରି ଏକ କାର୍ଯ୍ୟକ୍ରମ ସମଗ୍ର ଭାରତରେ ଅଶ୍ରୁତ ଓ ଅଦୃଷ୍ଟ ” ବୋଲି ଶ୍ରୀ ପଟେଲ କହିଛନ୍ତି ।
It is humbling to note the respect and affection that Narendra Modi has for his Gurus.
— Modi Story (@themodistory) July 13, 2022
His school teacher Sombhai Patel fondly remembers how Modi honoured his teachers in 2005 after becoming the Gujarat CM!
A #ModiStory on #GuruPurnimahttps://t.co/EdWZ1iSKel @themodistory pic.twitter.com/HyedjugdIN