I hope that the discussions and debates would give far-reaching results in public interest: PM Modi at the start of the Monsoon Session of Parliament
I condemn the Manipur incident and it is a shameful act for any civilised society: PM Modi at the start of the Monsoon Session of Parliament
The perpetrators of the Manipur incident will not be spared: PM Modi at the start of the Monsoon Session of Parliament

ନମସ୍କାର ବନ୍ଧୁଗଣ,

ମୌସୁମୀ ଅଧିବେଶନରେ ଆପଣମାନଙ୍କୁ ସ୍ୱାଗତ । ଶ୍ରାବଣର ପବିତ୍ର ମାସ ଚାଲିଛି । ଆଉ ଏଥର ଯୋଡ଼ା ଶ୍ରାବଣ ପଡ଼ିଛି । ସେଥିପାଇଁ ଶ୍ରାବଣର ପବିତ୍ର ସମୟ ଅଧିକ ରହିଛି । ପବିତ୍ର ସଂକଳ୍ପ ନେବା ପାଇଁ, ପବିତ୍ର କାମ କରିବା ପାଇଁ ଶ୍ରାବଣକୁ ଖୁବ୍‌ ଉତ୍ତମ ବୋଲି ବିବେଚନା କରାଯାଏ। ଆଜି ଗଣତନ୍ତ୍ର ମନ୍ଦିରରେ ଆମେ ଏହି ପବିତ୍ର ଶ୍ରାବଣ ମାସରେ ଏକାଠି ହେଉଛୁ । ଗଣତନ୍ତ୍ର ମନ୍ଦିରରେ ଅନେକ ପବିତ୍ର କାର୍ଯ୍ୟ କରିବା ଲାଗି ଏହାଠାରୁ ଆଉ ଉତ୍ତମ ସୁଯୋଗ ଆମକୁ ମିଳିବ ନାହିଁ । ସବୁ ମାନନୀୟ ସାଂସଦ ମିଶି ଏହି ଅଧିବେଶନକୁ ଜନହିତରେ ସର୍ବାଧିକ ଉପଯୋଗ କରିବେ ବୋଲି ମୋର ବିଶ୍ୱାସ ରହିଛି ।

ସଂସଦକୁ ଯେଉଁ ଉତ୍ତରଦାୟିତ୍ୱ ମିଳିଛି ଏବଂ ସଂସଦରେ ପ୍ରତ୍ୟେକ ସାଂସଦଙ୍କର ଯାହା ଉତ୍ତରଦାୟିତ୍ୱ ଅଛି ସେହି ଅନୁଯାୟୀ ଅନେକ ଆଇନ ପ୍ରଣୟନ କରିବା, ଏହାର ବିସ୍ତାର ପୂର୍ବକ ଆଲୋଚନା କରିବା ଅତି ଆବଶ୍ୟକ ଅଟେ। ଆଲୋଚନା ଯେତେ ଅଧିକ ହେବ, ଯେତେ ଗଭୀର ଆଲୋଚନ ହେବ, ଜନହିତ ପାଇଁ ସେତେ ଦୂରଗାମୀ ପରିଣାମ ଦେବା ଭଳି ନିଷ୍ପତ୍ତି ନିଆଯାଇ ପାରିବ । ସଦନକୁ ଆସିଥିବା ମାନନୀୟ ସାଂସଦମାନେ ତୃଣମୂଳ ସ୍ତର ସହ ଯୋଡ଼ି ହୋଇ ରହିଥାନ୍ତି, ସେମାନେ ଜନତାଙ୍କ ଦୁଃଖଦୁର୍ଦ୍ଦଶାକୁ ବୁଝିଥାନ୍ତି। ତେଣୁ ଯେତେବେଳେ ଆଲୋଚନା ହୁଏ ସେମାନଙ୍କ ତରଫରୁ ପ୍ରକଟ କରାଯାଉଥିବା ବିଚାର ତୃଣମୂଳ ସ୍ତର ସହ ଯୋଡ଼ି ହୋଇ ରହିଥାଏ। ଫଳରେ ଆଲୋଚନା ସମୃଦ୍ଧ ହୁଏ, ସଶକ୍ତ ନିଷ୍ପତ୍ତି ଗ୍ରହଣ କରାଯାଏ ଏବଂ ଜନସାଧାରଣଙ୍କୁ ଏହାର ସୁଫଳ ମିଳିଥାଏ। ସେହି ଦୃଷ୍ଟିରୁ ସବୁ ରାଜନୈତିକ ଦଳ, ସବୁ ମାନନୀୟ ସାଂସଦ ଏହି ଅଧିବେଶନକୁ ଭରପୂର ଉପଯୋଗ କରି ଜନକଲ୍ୟାଣ କାର୍ଯ୍ୟ କରିବାକୁ ଆଗକୁ ବଢ଼ିବା ଉଚିତ୍‌।

ଚଳିତ ଅଧିବେଶନର ଆଉ ଏକ ଗୁରୁତ୍ୱ ରହିଛି ଏବଂ ତାହା ହେଉଛି ଏଥିରେ ଉପସ୍ଥାପନ କରାଯିବାକୁ ଥିବା ବିଲ୍‌ଗୁଡ଼ିକ ସିଧାସଳଖ ଜନସାଧାରଣଙ୍କ ହିତ ସହ ଜଡ଼ିତ । ଆମର ଯୁବପିଢ଼ି ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଦୁନିଆରେ ଏକ ପ୍ରକାର ନେତୃତ୍ୱ ନେଉଛି । ଏଭଳି ଏକ ସମୟରେ ଡେଟା ବା ତଥ୍ୟ ସୁରକ୍ଷା ବିଲ୍‌ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନୂଆ ବିଶ୍ୱାସ ଦେବ ଏବଂ ବିଶ୍ୱରେ ଭାରତର ପ୍ରତିଷ୍ଠା ବଢ଼ାଇବ । ସେହିପରି ଜାତୀୟ ଗବେଷଣା ପ୍ରତିଷ୍ଠାନ ନୂଆ ଶିକ୍ଷା ନୀତି ଦିଗରେ ଏକ ବହୁତ ବଡ଼ ପଦକ୍ଷେପ । ଏହାର ଉପଯୋଗ ଦ୍ୱାରା ନବସୃଜନ, ଗବେଷଣା ଓ ଅନୁସନ୍ଧାନକୁ ପ୍ରୋତ୍ସାହନ ମିଳିବ । ବିଶ୍ୱସ୍ତରରେ ନୂଆ ଉପକ୍ରମ ଜରିଆରେ ଦୁନିଆର ନେତୃତ୍ୱ ନେବା ଲାଗି ସାମର୍ଥ୍ୟ ରଖୁଥିବା ଆମର ଯୁବ ପିଢ଼ି ପାଇଁ ଏକ ବଡ଼ ସୁଯୋଗ ନେଇ ଆସିବ ।

ଜନବିଶ୍ୱାସ ମଧ୍ୟ ଜରୁରି ଓ ସାଧାରଣ ଜନତାଙ୍କ ପ୍ରତି ଭରସା ସୃଷ୍ଟି କରିବା ବି ଜରୁରି । ଅନେକ ଆଇନର ନିରପରାଧୀକରଣ କରିବାର ଏକ ବିଲ୍ ଅଣାଯାଇ ଏହି ପ୍ରୟାସକୁ ଆଗକୁ ନିଆଯିବ । ସେହିପରି ପୁରୁଣା ଆଇନକୁ ଉଚ୍ଛେଦ କରିବା ଲାଗି ଏକ ବିଲର ବ୍ୟବସ୍ଥା କରାଯାଉଛି । ଆମ ଦେଶରେ ଶହ ଶହ ବର୍ଷ ଧରି ଏକ ପରମ୍ପରା ରହିଆସିଛି ଏବଂ ତାହା ହେଉଛି ଯେତେବେଳେ କୌଣସି ବିବାଦ ଦେଖା ଦେଉଛି ତାହାକୁ ସମ୍ବାଦ ବା ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ୍‌ । ଆମେ ଦେଶରେ ହଜାର ହଜାର ବର୍ଷ ଧରି ମଧ୍ୟସ୍ଥତାର ପରମ୍ପରା ରହିଛି, ଏହାକୁ ଏକ ଆଇନଗତ ଆଧାର ପ୍ରଦାନ କରିବା ଲାଗି ମଧ୍ୟସ୍ଥତା ବିଲ ଅଣାଯିବ । ଏଥିପାଇଁ ଚଳିତ ଅଧିବେଶନ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ବିବାଦ ସମାଧାନ ବିଲ୍‌ ଆସିଲେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଅସାଧାରଣ ସଂଯୋଗକୁ ମଧ୍ୟ ମିଳିମିଶି ସମାଧାନ କରିବା ଲାଗି ଏକ ମୂଳଦୁଆ ପ୍ରତିଷ୍ଠା ହୋଇପାରିବ । ଅନୁରୂପ ଭାବେ ଡେଣ୍ଟାଲ୍‌ ମିଶନ ବା ଦନ୍ତ ଚିକିତ୍ସା ଅଭିଯାନକୁ ନେଇ ଅଣାଯିବାକୁ ଥିବା ବିଲ୍‌ ଆମ ଦେଶର ଦନ୍ତଚିକିତ୍ସା ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ବ୍ୟବସ୍ଥାକୁ ଆକାର ଦେବ ।

ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଚଳିତ ଅଧିବେଶନରେ ସଂସଦରେ ଆସିବାକୁ ଯାଉଛି । ଏସବୁ ବିଲ୍‌ ଜନହିତ, ଯୁବପିଢ଼ିଙ୍କ ହିତ ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଚଳିତ ସଦନରେ ଗମ୍ଭୀରତାପୂର୍ବକ ଏହି ବିଲ୍‌ ଉପରେ ଆଲୋଚନା କରି ଆମେ ଖୁବ୍‌ ଦ୍ରୁତ ଗତିରେ ରାଷ୍ଟ୍ରହିତର ଗୁରୁତ୍ୱପୂର୍ଣ୍ଣ ପ୍ରୟାସକୁ ଆଗକୁ ବଢ଼ାଇବୁ ।

ବନ୍ଧୁଗଣ,

ଆଜି ଯେତେବେଳେ ମୁଁ ଆପଣମାନଙ୍କ ଗହଣରେ ଛିଡ଼ା ହୋଇଛି, ଏହି ଗଣତନ୍ତ୍ର ମନ୍ଦିର ପାଖରେ ଦଣ୍ଡାୟମାନ ହୋଇଛି, ମୋ ହୃଦୟ ଯନ୍ତ୍ରଣାରେ ଫାଟି ପଡ଼ୁଛି, ମନ କ୍ରୋଧରେ ଅସ୍ଥିର ହୋଇ ଉଠୁଛି; କାରଣ ମଣିପୁରରେ ଯେପରି ଘଟଣା ସାମ୍ନାକୁ ଆସିଛି ତାହା ଯେକୌଣସି ସଭ୍ୟ ସମାଜକୁ ଲଜ୍ଜିତ କରିଦେବ । ପାପ କରିଥିବା ଲୋକମାନେ, ଦୋଷୀମାନେ କେତେ ସଂଖ୍ୟାରେ ଅଛନ୍ତି, ସେମାନେ କିଏ, ସେମାନେ ନିଜ ଜାଗାରେ ଅଛନ୍ତି, କିନ୍ତୁ ସାରା ଦେଶର ଅପମାନ ହୋଇଛି । ୧୪୦ କୋଟି ଦେଶବାସୀଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି । ମୁଁ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରୁଛି ଯେ ସେମାନେ ନିଜ ରାଜ୍ୟରେ ଆଇନ ବ୍ୟବସ୍ଥାକୁ ଆହୁରି ମଜବୁତ କରନ୍ତ, ବିଶେଷ କରି ଆମର ମା’ ଭଉଣୀମାନଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ । ରାଜସ୍ଥାନର ଘଟଣା ହେଉ, ଛତିଶଗଡ଼ର ଘଟଣା ହେଉ କିମ୍ବା ମଣିପୁରର ଘଟଣା; ହିନ୍ଦୁସ୍ତାନର ଯେଉଁ ପ୍ରାନ୍ତରେ ଏଭଳି ଘଟଣା ଘଟିଥାଉ ପଛେ, ଯେକୌଣସି ରାଜ୍ୟ ରାଜ୍ୟ ସରକାରଙ୍କ ଅଧୀନରେ ହୋଇଥାଉ ନା କାହିଁକି ରାଜନୈତିକ ବାଦବିବାଦରୁ ଉପରକୁ ଉଠି ଆଇନବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବାର ଆବଶ୍ୟକତା ରହିଛି । ନାରୀମାନଙ୍କୁ ସମ୍ମାନ ମିଳିବା ଉଚିତ୍‌ । କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଁ ଦେଶବାସୀଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି । ଆଇନର ସମ୍ପୂର୍ଣ୍ଣ ସାମର୍ଥ୍ୟ ଅନୁଯାୟୀ, ଗୋଟିଏ ପରେ ଗୋଟିଏ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମଣିପୁରର ଝିଅମାନଙ୍କ ସହିତ ଯାହା ହୋଇଛି, ସେପରି ଅପରାଧକୁ କେବେ କ୍ଷମା କରାଯାଇପାରିବ ନାହିଁ।

ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Oman, India’s Gulf 'n' West Asia Gateway

Media Coverage

Oman, India’s Gulf 'n' West Asia Gateway
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles passing of renowned writer Vinod Kumar Shukla ji
December 23, 2025

The Prime Minister, Shri Narendra Modi has condoled passing of renowned writer and Jnanpith Awardee Vinod Kumar Shukla ji. Shri Modi stated that he will always be remembered for his invaluable contribution to the world of Hindi literature.

The Prime Minister posted on X:

"ज्ञानपीठ पुरस्कार से सम्मानित प्रख्यात लेखक विनोद कुमार शुक्ल जी के निधन से अत्यंत दुख हुआ है। हिन्दी साहित्य जगत में अपने अमूल्य योगदान के लिए वे हमेशा स्मरणीय रहेंगे। शोक की इस घड़ी में मेरी संवेदनाएं उनके परिजनों और प्रशंसकों के साथ हैं। ओम शांति।"