କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର 40ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାକରଣର ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ସହିତ ନୂତନ ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ନେଇ ନୂତନ ବର୍ଷରେ ପ୍ରବେଶ କରିବା ଲାଗି ପଦକ୍ଷେପ ନେବା ନିମନ୍ତେ ଅଧିକାରୀମାନଙ୍କୁ ଆହ୍ୱାନ
“ବର୍ତ୍ତମାନ ପ୍ରତ୍ୟେକ ପରିବାର ନିକଟରେ ଟିକାକରଣ ଅଭିଯାନ ପହଞ୍ଚାଇବା ଲାଗି ଆମେ ପ୍ରସ୍ତୁତ ହେଉଛୁ। ‘ହର ଘର ଦସ୍ତକ’, ପ୍ରତ୍ୟେକଙ୍କ ଘରଦୁଆରେ ପହଞ୍ଚିବା ମନ୍ତ୍ର ସହିତ ଡବଲ ଡୋଜ୍ ଟିକା ସୁରକ୍ଷାରୁ ବଞ୍ଚିତ ପ୍ରତ୍ୟେକ ପରିବାର ନିକଟରେ ଆମେ ପହଞ୍ଚିବୁ”
“ସ୍ଥାନୀୟ ସ୍ତରରେ ରହିଥିବା ବ୍ୟବଧାନକୁ ଦୂର କରିବା ସହିତ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ବର୍ତ୍ତମାନର ଅଭିଜ୍ଞତାକୁ ଧ୍ୟାନରେ ରଖି, ସୂକ୍ଷ୍ମ ରଣନୀତି ବିକଶିତ କରାଯିବା ଆବଶ୍ୟକ”
“ଆପଣଙ୍କ ଜିଲ୍ଲାକୁ ଜାତୀୟ ହାର ସହ ନିକଟତର କରିବାକୁ ହେଲେ ଆପଣମାନଙ୍କୁ ଶ୍ରେଷ୍ଠ ଯୋଗଦାନ ଦେବାକୁ ହେବ”
“ସ୍ଥାନୀୟ ଧାର୍ମିକ ନେତାମାନଙ୍କ ଠାରୁ ଆପଣ ଅଧିକ ସହାୟତା ନେଇପାରିବେ। ସମସ୍ତ ଧର୍ମର ଲୋକମାନେ ଟିକାକରଣ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାର ନଜିର ରହିଛି”
“ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ଦ୍ୱିତ

ଇଟାଲୀ ଏବଂ ଗ୍ଲାସଗୋ ଗସ୍ତରୁ ଫେରିବାର ତୁରନ୍ତ ପରେ ପ୍ରଧାନମନ୍ତ୍ରୀ ଶ୍ର ନରେନ୍ଦ୍ର ମୋଦୀ ଟିକାକରଣରେ ପଛୁଆ ରହିଥିବା ଜିଲ୍ଲାମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ 50 ପ୍ରତିଶତରୁ କମ ପ୍ରଥମ ଡୋଜ୍ ଟିକାକରଣ ଏବଂ ଦ୍ୱିତୀୟ ଡୋଜ୍ ଟିକାକରଣରେ ବିଶେଷ ଅଗ୍ରଗତି କରିପାରିନଥିବା ଜିଲ୍ଲାମାନଙ୍କୁ ସାମିଲ କରାଯାଇଥିଲା। କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର 40ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିଥିଲେ।

ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ କମ ଟିକାକରଣର କାରଣ ଏବଂ ଏ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ ବାଧାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ ବିଭିନ୍ନ କାରଣ ଦର୍ଶାଇଥିଲେ, ଯେଉଁଥିରେ ଗୁଜବ କାରଣରୁ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ, କଠିନ ଅପହଞ୍ଚ ଇଲାକା, ବିଗତ କିଛି ମାସ ଧରି ଦେଖାଦେଇଥିବା ଖରାପ ପାଣିପାଗ ଆଦି ପ୍ରମୁଖ କାରଣ ଥିଲା। ଏସବୁ ଆହ୍ୱାନର ମୁକାବିଲା ଲାଗି ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସାର୍ବଜନୀନ ଟିକାକରଣ ପ୍ରସାରକୁ ତ୍ୱରାନ୍ୱିତ କରିବା ଲାଗି ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ଗୁଡ଼ିକ ବିଷୟରେ ଜିଲ୍ଲାପାଳମାନେ ବିସ୍ତୃତ ସୂଚନା ଦେଇଥିଲେ।

ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଏବଂ ସ୍ଥାନୀୟ କାରଣଗୁଡ଼ିକ ବିଷୟରେ ବିସ୍ତୃତ ଭାବେ କଥା ହୋଇଥିଲେ। ସେ ଏସବୁ ଜିଲ୍ଲାରେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକାରୀ କରାଯିବାକୁ ଥିବା ସମ୍ଭାବ୍ୟ ଉପାୟଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅଧିକରୁ ଅଧିକ ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ଲାଗି ଧାର୍ମିକ ଓ ଜନନେତାମାନଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାକରଣର ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ସହିତ ନୂତନ ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ନେଇ ନୂତନ ବର୍ଷରେ ପ୍ରବେଶ କରିବା ଲାଗି ପଦକ୍ଷେପ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ ଟିକାକରଣ ପ୍ରସାର ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟମାନଙ୍କ ନିକଟରେ ଉପଲବ୍ଧ ଟିକା ଡୋଜ ସମ୍ପର୍କରେ ସେ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ଟିକାକରଣ ପ୍ରସାର ବୃଦ୍ଧି କରିବା ଲାଗି ରାଜ୍ୟମାନଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିନବ ପଦକ୍ଷେପ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ସେମାନେ ଏଥିପ୍ରତି ଧ୍ୟାନ ଦେବା କାରଣରୁ ଜିଲ୍ଲାମାନେ ଆହୁରି ପ୍ରତିବଦ୍ଧତା ସହିତ କାମ କରିବା ଲାଗି ଅନୁପ୍ରାଣିତ ହେବେ। ଶ୍ରୀ ମୋଦୀ କହିଥିଲେ ଯେ ଏହା ହେଉଛି ଶତାବ୍ଦୀର ସବୁଠୁ ବଡ଼ ମହାମାରୀ, ଦେଶ ଅନେକ ବିପତ୍ତିର ସମ୍ମୁଖିନ ହୋଇଛି। ସେ କହିଥିଲେ ଯେ, କରୋନା ମହାମାରୀ ବିରୋଧରେ ଦେଶର ଲଢ଼େଇରେ ଗୋଟିଏ ବିଶେଷ କଥା ହେଉଛି ଆମେ ନୂଆ ସମାଧାନ ପାଇଛୁ ଏବଂ ଅଭିନବ ପଦ୍ଧତି ଆପଣାଇଛୁ। ସେ ପ୍ରଶାସକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ସେମାନଙ୍କ ଜିଲ୍ଲାରେ ଟିକାକରଣ ବଢ଼ାଇବା ଲାଗି ନୂଆ ଅଭିନବ ଉପାୟ ସନ୍ଧାନ କରି ତା’ଉପରେ ସେମାନେ କାର୍ଯ୍ୟ କରିବା ଉଚିତ୍। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟ ଏପରି ସମସ୍ୟାର ସମ୍ମୁଖିନ ହୋଇଥିଲେ, ମାତ୍ର ସମର୍ପଣ ଏବଂ ଅଭିନବ ଉପାୟ ମାଧ୍ୟମରେ ସେମାନେ ନିଜ ଲକ୍ଷ୍ୟରେ ସଫଳ ହୋଇପାରିଛନ୍ତି। ସ୍ଥାନୀୟ ସ୍ତରରେ ରହିଥିବା ବ୍ୟବଧାନକୁ ଦୂର କରିବା ସହିତ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ବର୍ତ୍ତମାନର ଅଭିଜ୍ଞତାକୁ ଧ୍ୟାନରେ ରଖି, ସୂକ୍ଷ୍ମ ରଣନୀତି ବିକଶିତ କରାଯିବା ଆବଶ୍ୟକ ବୋଲି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ  କହିଥିଲେ। ଆବଶ୍ୟକତା କ୍ଷେତ୍ରରେ ଜିଲ୍ଲାରେ ଥିବା ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ସହର ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ। କ୍ଷେତ୍ର ଉପରେ ଆଧାର କରି 20-25 ଜଣ ଲୋକଙ୍କୁ ନେଇ ଏକ ଦଳ ଗଢ଼ିବା ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବ ବୋଲି ସେ ପରାମର୍ଶ ଦେଇଥିଲେ। ଦଳଗୁଡ଼ିକର ପ୍ରଦର୍ଶନରେ ଏକ ସୁସ୍ଥ ପ୍ରତିଯୋଗିତା ବିକଶିତ କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଲକ୍ଷ୍ୟ ହାସଲ ପାଇଁ କ୍ଷେତ୍ର ସ୍ତରୀୟ ସମୟସାରଣୀ ପ୍ରସ୍ତୁତ କରିବା ଲାଗି ଅଧିକାରୀମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆପଣଙ୍କ ଜିଲ୍ଲାକୁ ଜାତୀୟ ହାର ସହ ନିକଟତର କରିବାକୁ ହେଲେ ଆପଣମାନଙ୍କୁ ଶ୍ରେଷ୍ଠ ଯୋଗଦାନ ଦେବାକୁ ହେବ।”

ଟିକାକୁ ନେଇ ରହିଥିବା ଗୁଜବ ଏବଂ ଭ୍ରାନ୍ତ ଧାରଣା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ସଚେତନତା ହିଁ ଏହାର ଏକମାତ୍ର ସମାଧାନ। ଧାର୍ମିକ ନେତାମାନଙ୍କ ଠାରୁ ଏ କ୍ଷେତ୍ରରେ ସହାୟତା ନେବା ଲାଗି ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଧାର୍ମିକ ନେତାମାନେ ଟିକାକରଣ ଅଭିଯାନ ସମ୍ପର୍କରେ ଅତ୍ୟନ୍ତ ଉତ୍ସାହୀ ଥାଆନ୍ତି। କିଛିଦିନ ପୂର୍ବରୁ ଭାଟିକାନ ସିଟିରେ ପରମପୂଜ୍ୟ ପୋପ୍ ଫ୍ରାନ୍ସିସଙ୍କ ସହ ତାଙ୍କ ସାକ୍ଷାତ ବିଷୟରେ ଶ୍ରୀ ମୋଦୀ ସ୍ମରଣ କରିଥିଲେ। ଟିକାକରଣ ସମ୍ପର୍କରେ ଧାର୍ମିକ ନେତାମାନଙ୍କର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଲାଗି ବିଶେଷ ଜୋର ଦେଇଥିଲେ।

ଲୋକମାନଙ୍କୁ ନିରାପଦ ଭାବେ ଟିକାକରଣ କେନ୍ଦ୍ରକୁ ନେଇ ଟିକା ଦେବା ଠାରୁ ଏବେ ଘରକୁ ଘର ଯାଇ ଟିକାକରଣ କରିବା ଲାଗି ରଣନୀତିରେ ପରିବର୍ତ୍ତନ ଆଣିବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ‘ହର ଘର ଟିକା, ଘର ଘର ଟିକା’- ସମସ୍ତଙ୍କ ଘର ଦୁଆରେ ଟିକା ପହଞ୍ଚାଇବାର ଉତ୍ସାହ ନେଇ ପ୍ରତ୍ୟେକ ଘରକୁ ଘର ବୁଲିବା ଲାଗି ସେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବର୍ତ୍ତମାନ ପ୍ରତ୍ୟେକ ପରିବାର ନିକଟରେ ଟିକାକରଣ ଅଭିଯାନ ପହଞ୍ଚାଇବା ଲାଗି ଆମେ ପ୍ରସ୍ତୁତ ହେଉଛୁ। ‘ହର ଘର ଦସ୍ତକ’, ପ୍ରତ୍ୟେକଙ୍କ ଘରଦୁଆରେ ପହଞ୍ଚିବା ମନ୍ତ୍ର ସହିତ ଡବଲ ଡୋଜ୍ ଟିକା ସୁରକ୍ଷାରୁ ବଞ୍ଚିତ ପ୍ରତ୍ୟେକ ପରିବାର ନିକଟରେ ଆମେ ପହଞ୍ଚିବୁ।”

ପ୍ରତ୍ୟେକ ଘର ଦୁଆରେ ପହଞ୍ଚିବା ସମୟରେ ଦୁଇଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ। ଟିକାକରଣ ସମୟରେ ଦ୍ୱିତୀୟ ଡୋଜ୍ ସହିତ ପ୍ରଥମ ଡୋଜ୍ ଦିଆଯିବା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କାରଣ ଯେତେବେଳେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥାଏ, ସେତେବେଳେ ଜରୁରି ପଦକ୍ଷେପ ଗ୍ରହଣ କରିବାର ଭାବନା ମଧ୍ୟ ହ୍ରାସ ପାଇଥାଏ। ଟିକା ନେବାର ଜରୁରି ଆବଶ୍ୟକତା ଲୋକମାନଙ୍କ ମନରୁ ଧିରେ ଧିରେ କମି ଯାଇଥାଏ। ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ଦ୍ୱିତୀୟ ଡୋଜ୍ ଟିକା ଗ୍ରହଣ କରିନଥିବା ଲୋକମାନଙ୍କ ସହିତ ଆପଣମାନଙ୍କୁ ଯୋଗାଯୋଗ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କାରଣ ଏହାକୁ ଅଣଦେଖା କରିବାର କୁପରିଣାମ ଆଜି ବିଶ୍ୱର ଅନେକ ରାଷ୍ଟ୍ର ଭୋଗୁଛନ୍ତି ବୋଲି ଶ୍ରୀ ମୋଦୀ ଚେତାଇ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ଗୋଟିଏ ଦିନରେ ରେକର୍ଡ ଅଢ଼େଇ କୋଟି ଟିକାକରଣ କରିଛି, ଏହା ଉପଲବ୍ଧି ଭାରତର ସାମର୍ଥ୍ୟକୁ ଦର୍ଶାଉଛି ବୋଲି ସେ କହିଥିଲେ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲ୍ଲାର ସହଯୋଗୀମାନଙ୍କ ଠାରୁ ଅଭିନବ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଶିକ୍ଷାଲାଭ କରିବା ଲାଗି ଜିଲ୍ଲା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଆବଶ୍ୟକତା ଓ ପରିବେଶ ପାଇଁ ଅନୁକୂଳ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ।

 

 

 

 

 

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Enrolment of women in Indian universities grew 26% in 2024: Report

Media Coverage

Enrolment of women in Indian universities grew 26% in 2024: Report
NM on the go

Nm on the go

Always be the first to hear from the PM. Get the App Now!
...
PM Modi to visit Mauritius from March 11-12, 2025
March 08, 2025

On the invitation of the Prime Minister of Mauritius, Dr Navinchandra Ramgoolam, Prime Minister, Shri Narendra Modi will pay a State Visit to Mauritius on March 11-12, 2025, to attend the National Day celebrations of Mauritius on 12th March as the Chief Guest. A contingent of Indian Defence Forces will participate in the celebrations along with a ship from the Indian Navy. Prime Minister last visited Mauritius in 2015.

During the visit, Prime Minister will call on the President of Mauritius, meet the Prime Minister, and hold meetings with senior dignitaries and leaders of political parties in Mauritius. Prime Minister will also interact with the members of the Indian-origin community, and inaugurate the Civil Service College and the Area Health Centre, both built with India’s grant assistance. A number of Memorandums of Understanding (MoUs) will be exchanged during the visit.

India and Mauritius share a close and special relationship rooted in shared historical, cultural and people to people ties. Further, Mauritius forms an important part of India’s Vision SAGAR, i.e., Security and growth for All in the Region.

The visit will reaffirm the strong and enduring bond between India and Mauritius and reinforce the shared commitment of both countries to enhance the bilateral relationship across all sectors.