Quote“ଡିଜିଟାଲ ଅର୍ଥନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ହିଁ ଶ୍ରେଷ୍ଠ ସ୍ଥାନ”
Quote“ଭାରତରେ ଡିଜିଟାଲ ଅବସ୍ଥାନ୍ତର ଏହାର ନବୋନ୍ମେଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତାର ଅଙ୍ଗୀକାରବଦ୍ଧତା ଦ୍ୱାରା ପରିଚାଳିତ”
Quote“ଦେଶ ପ୍ରଯୁକ୍ତି ବିଦ୍ୟାକୁ ଯଥା ସମ୍ଭବ ଉପଯୋଗ କରି ପ୍ରଶାସନିକ ଅବସ୍ଥାନ୍ତର ଆଣିବା ସହ ଏହାକୁ ଅଧିକ ଦକ୍ଷ, ସମାବେଶୀ, ଦୃଢ଼ ଓ ସ୍ୱଚ୍ଛ କରିଛି”
Quote“ଭାରତରେ ଡିଜିଟାଲ ସାଧାରଣ ଭିତ୍ତିଭୂମି ବୈଶ୍ବିକ ଆହ୍ୱାନର ମୁକାବିଲା ନିମନ୍ତେ ସୁଦୃଢ, ଅତିକ୍ରମଣୀୟ ଓ ସମସ୍ତ ସମାଧାନର ସୂତ୍ର ପ୍ରଦାନ କରୁଛି”
Quote“ଏପରି ବିବିଧତା ନିମନ୍ତେ ଭାରତ ସମାଧାନର ଏକ ଆଦର୍ଶ ପରୀକ୍ଷାଗାର । ଯେଉଁ ସମାଧାନ ସୂତ୍ର ଭାରତରେ ସଫଳତା ଲାଭ କରେ, ତାହା ବିଶ୍ୱର ଯେକୌଣସି ସ୍ଥାନରେ ପ୍ରୟୋଗ କରାଯାଇପାରେ”
Quote“ଜି-୨୦ ଉଚ୍ଚସ୍ତରୀୟ ନୀତିକୁ ଆଧାର କରି ଏକ ଦୃଢ, ଆସ୍ଥାମୂଳକ ଏବଂ ନମନୀୟ ଡିଜିଟାଲ ଅର୍ଥନୀତି ପାଇଁ ସହମତି ଗୁରୁତ୍ୱପୂର୍ଣ୍ଣ”
Quote“ପ୍ରଯୁକ୍ତି ଭିତ୍ତିକ ସମାଧାନ ମାନବ ସମାଜ ସମ୍ମୁଖୀନ ହେଉଥିବା ଆହ୍ୱାନ ଦିଗରେ ପ୍ରୟୋଗ କରାଯିବା ଉଚିତ । ଆମଠାରୁ ଏହା ‘ଚାରୋଟି ସି’ ଆବଶ୍ୟକ କରେ । ତାହା ହେଉଛି କନଭିକସନ(ଦୃଢ଼ତା), କମିଟିମେଣ୍ଟ( ଅଙ୍ଗୀକାରବଦ୍ଧତା), କୋ ଅଡିସନ(ସମନ୍ୱୟ) ଏବଂ କୋଲାବରେସନ (ସହଭାଗିତା)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୮-୨୦୨୩) ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା  ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ଜରିଆରେ ସମ୍ବୋଧନ କରିଛନ୍ତି ।

ସମ୍ମିଳିତ ଅତିଥିମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଔଦ୍ୟୋଗିକତା ଉତ୍ସାହୀ ବେଙ୍ଗାଲୁରୁ ନଗରୀକୁ ସ୍ୱାଗତ ଜଣାଇବା ସହ  ଡିଜିଟାଲ ଅର୍ଥ ନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ଠାରୁ ଆଉ ଉନ୍ନତ ନଗରୀ ନାହିଁ ବୋଲି କହିଥିଲେ ।

ଗତ ନଅବର୍ଷ ମଧ୍ୟରେ ଦେଖିଲେ ଦେଶରେ ଡିଜିଟାଲ ଅବସ୍ଥାନ୍ତର ଶ୍ରେୟ ପ୍ରଧାନମନ୍ତ୍ରୀ ୨୦୧୫ରେ ଅନୁଷ୍ଠିତ ଡିଜିଯାଲ ଭାରତ ପଦକ୍ଷେପକୁ ଦେଇଥିଲେ । ସେ କହିଥିଲେ ଯେ ଭାରତର ଡିଜିଟାଲ ଅବସ୍ଥାନ୍ତର ଏହାର ନବନ୍ମୋଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତା ଓ ଅଙ୍ଗୀକାରବଦ୍ଧତା ଦ୍ୱାରା ଏପରି ପରିଚାଳିତ ହୋଇଛି ଯେଉଁଥିରେ କେହି  ମଧ୍ୟ ପଛରେ ପଡିନାହାଁନ୍ତି ।

 ଅବସ୍ଥାନ୍ତରର ଗତି, ମାପକ୍ରମ ଓ ପରିସର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତର ୮୫୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ  ବିଶ୍ୱର ସବୁଠାରୁ  ଶସ୍ତା ଦରରେ ଡାଟା ବ୍ୟବହାର କରୁଛନ୍ତି ବୋଲି କହିଥିଲେ । ଦେଶ ପ୍ରଯୁକ୍ତି ବିଦ୍ୟାରେର ଯଥା ସମ୍ଭବ ବ୍ୟବହାର କରି ପ୍ରଶାସନିକ ସ୍ତର ପରିବର୍ତ୍ତନ ଆଣିବା ସହ ଏହାକୁା ଅଧିକ ଦକ୍ଷ, ଦୃଢ , ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତୀକରଣ କରିଛି । ଏହି ପରିପ୍ରେକ୍ଷୀରେ ସେ ଭାରତର ଆଧାର ଉଦାହରଣ ଦେଇଥିଲେ । ଭାରତର ଅନନ୍ୟ ଡିଜିଟାଲ ପରିଚୟ ମଞ୍ଚ ୧.୩ ବିଲିୟନରୁ ଅଧିକ ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରିଛି । ସେ ଜେଏଏମ୍ ତ୍ରିମୂର୍ତ୍ତି -ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ କଥା କହିଥିଲେ ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ୟୁପିଆଇ ଦେୟ ପଦ୍ଧତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ପ୍ରତି ମାସରେ ୧୦ବିଲିୟନ ଦେଣନେଣ ସଂଗଠିତ ହେଉଥିବା ବେଳେ ବିଶ୍ୱର ଶତକଡା ୪୫ଭାଗ ବାସ୍ତବିକ ଦେୟ ପଇଠ  କାର୍ଯ୍ୟ ଭାରତରେ ହିଁ ହୋଇଥାଏ । ବାଟମାରଣକୁ ରୋକି ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣ ଯୋଗୁଁ ୩୩ ବିଲିୟନ ଡଲାରରୁ ଅଧିକ ଅର୍ଥ ବଚାଂଯାଇ ପାରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ ।  ଭାରତରେ ଟିକାକରଣ ଅଭିଯାନକୁ ସହାୟତା କରିଥିବା କୋୱିନ ପୋର୍ଟାଲକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦୁଇ ବିଲିୟନରୁ ଅଧିକ ଟୀକା ମାତ୍ରା ଦେବା ସହ ଡିଜିଟାଲ ମାଧ୍ୟମରେ ସତ୍ୟପିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛି । ଶ୍ରୀମୋଦୀ ମଧ୍ୟ ଗତି ଶକ୍ତି ପ୍ଲାଟଫର୍ମର କଥା  କହି ପ୍ରଯୁକ୍ତି ବିଦ୍ୟା ଓ ସ୍ଥାନ ସମ୍ପର୍କୀୟ ଯୋଜନାରୁ ମାନଚିତ୍ର ଭିତ୍ତିଭୂମି ଓ ରଣନୀତି ଦ୍ୱାରା ଯୋଜନାରେ ସହାୟତ  କରିବା ସହ ଖର୍ଚ୍ଚ ହ୍ରାସ ଓ ଦ୍ରୁତଗତିରେ କାର୍ଯ୍ୟ ସମ୍ପନ୍ନ କରିବା ସାହାଯ୍ୟ କରିଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ସରକାରୀ ଇ-ବଜାର ଏକ ଅନଲାଇନ ମଞ୍ଚ ଯାହା ସ୍ୱଚ୍ଛତା ଓ ପ୍ରକ୍ରିୟାରେ ସାଧୁତା ଅଣାଯାଇପାରିଛି ଓ ଡିଜିଟାଲ ବାଣିଜ୍ୟ ପାଇଁ ଓପନ ନେଟୱାର୍କ ଯୋଗୁଁ ଇ-ବାଣିଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା କାଏମ ହୋଇପାରିଛି ବୋଲି କହିଥିଲେ । ଟିକସ୍ ପଦ୍ଧତିର ସମ୍ପୂର୍ଣ୍ଣ ଡିଜିଟାଇଜେସନ ଓ ସ୍ୱଚ୍ଛତା ଓ ଇ-ପ୍ରଶାସନ ପ୍ରତିଷ୍ଠା ହୋଇଥିବା ସେ ପ୍ରକାଶ କରିଥିଲେ । କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିଚାଳିତ ଏକ ଭାଷା ଅନୁବାଦ ମଞ୍ଚ ଭାସିନୀ ଭାରତର ବିବିଧ ଭାଷାର ଡିଜିଟାଲ ଅନ୍ତର୍ଭୁକ୍ତୀକରଣରେ ସହାୟକ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ ।

“ଭାରତର ଡିଜିଟାଲ ଜନ ଭିତ୍ତିଭୂମି ବୈଶ୍ୱିକ ଆହ୍ୱାନର ମୁକାବିଲା ନିମନ୍ତେ ସୁଦୃଢ, ଅତିକ୍ରମଣୀୟ ଓ ସମସ୍ତ ସମାଧାନର ସୂତ୍ର ପ୍ରଦାନ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ଅବିଶ୍ୱସନୀୟ ବିବିଧତାକୁ ନେଇ ପ୍ରଧାନମନ୍ତ୍ରୀ ଦେଶରେ ଡର୍ଜନେ ଭାଷା ଓ ଶତାଧିକ ଉପଭାଷା ରହିଛି ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ ଭାରତ ପ୍ରତ୍ୟେକ ଧର୍ମକୁ ଆଶ୍ରୟଦେଇଛି ଓ ବିଶ୍ୱର ଅନେକ ସାଂସ୍କୃତିକ ଚଳଣି ମଧ୍ୟ ଏଠାରେ ଦେଖିବାକୁ ମିଳେ । “ପ୍ରାଚୀନ ପ୍ରଥା ଠାରୁ ସର୍ବାଧୁନିକ  ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ଭାରତରେ ପ୍ରତ୍ୟେକଙ୍କ ନିମନ୍ତେ କିଛି ନା କିଛି ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏପରି ବିବିଧତା ସତ୍ତ୍ୱେ ଭାରତ ସମାଧାନର ପନ୍ଥା ବାହାର କରିବା ପାଇଁ ଏକ ପରୀକ୍ଷାଗାର. ଯେଉଁ ପରୀକ୍ଷା ନିରୀକ୍ଷା ଭାରତରେ ସଫଳ ହୁଏ  ତାହା ବିଶ୍ୱର ଯେକୌଣସି ସ୍ଥାନରେ ପ୍ରୟୋଗ କରାଯାଇପାରିବ । ପ୍ରଧାନମନ୍ତ୍ରୀ  ସ୍ପଷ୍ଟଭାବେ କହିଥିଲେ ଯେ ଭାରତ ନିଜ ପରୀକ୍ଷାନିରୀକ୍ଷାର ସୁଫଳ ବିଶ୍ୱକୁ ଜଣାଇବାକୁ ପ୍ରସ୍ତୁତ ଓ ଏହି ପରିପ୍ରେକ୍ଷୀରେ ସେ କୋୱିନ ପ୍ଲାଟଫର୍ମର ଉଦାହରଣ ଦେଇଥିଲେ ଯାହାକି ବୈଶ୍ୱିକ ମହାମାରୀ କାଳରେ  ବିଶ୍ୱର ହିତ ଲାଗି ପ୍ରୟୋଗ କରାଯାଇଥିଲା । ଭାରତ ଏକ ଅନ୍‌ଲାଇନ ବୈଶ୍ୱିକ ଜନ ଡିଜିଟାଲ ସାମଗ୍ରୀ ଗନ୍ତାଘର ସୃଷ୍ଟି କରିଥିଲା ।  ଯାହାକି ବିଶେଷକରି ଦକ୍ଷିଣ ଗୋଲାର୍ଦ୍ଧ ଦେଶର କୌଣସି ବ୍ୟକ୍ତି ଯେପରି ବାଦ୍ ନ ପଡନ୍ତି ବୋଲି କହିଥିଲେ ।

କାର୍ଯ୍ୟକାରୀ ଗୋଷ୍ଠୀ ଏକ  ଜି-୨୦ ଆଭାସୀ ବୈଶ୍ୱିକ ଡିଜିଟାଲ ଜନ ଭିତ୍ତିଭୂମି ଭଣ୍ଡାର ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ । ଏକ ଜନ ସାଧାରଣର ଡିଜିଟାଲ ଭିତ୍ତିଭୂମି ସୃଷ୍ଟି ଦ୍ୱାରା ଏକ ଉତ୍ତରଦାୟୀ, ସ୍ୱଚ୍ଛ ଓ ଉତ୍ତମ ଡିଜିଟାଲ ବାତାବରଣ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ସେ ମଧ୍ୟ ଡିଜିଟାଲ କୌଶଳ ଓ ଆଭାସୀ ଉତ୍କର୍ଷ କେନ୍ଦ୍ର ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ଦେଶ ଦେଶ ମଧ୍ୟରେ ଏକ ରୋଡ ମ୍ୟାପ ତିଆରିର ମଧ୍ୟ ସ୍ୱାଗତ କରିଥିଲେ । ଭବିଷ୍ୟତ ପାଇଁ ସୃଷ୍ଟି ହେଉଥିବା ମାନବ ସମ୍ବଳ ନିମନ୍ତେ ଏପରି ଉଦ୍ୟମ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଡିଜିଟାଲ ଅର୍ଥ ବ୍ୟବସ୍ଥା ବୈଶ୍ୱିକ ହେବା ସହ ଏହା ପ୍ରତି ସୁରକ୍ଷାଗତ ଆତଙ୍କ ମଧ୍ୟ ରହିଛି । ସେ ଦୃଷ୍ଟିରୁ ଜି-୨୦ଉଚ୍ଚସ୍ତରୀୟ ଓ ନୀତିଗତ ସହମତି ଦ୍ୱାରା ଏକ ସୁରକ୍ଷିତ, ଆସ୍ଥାଭାଜନକାରୀ ଓ ନମନୀୟ ଡିଜିଟାଲ ଅର୍ଥ ବ୍ୟବସ୍ଥା କାଏମ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ପ୍ରଯୁକ୍ତି ଆଜି ଆମକୁ  ଚମତ୍କାର ଭାବେ ଏକାଠି କରୁଛି । ଏହା ଆଗରୁ କେବେ ଦେଖା ନ ଥିଲା ।ଏହା ଅନ୍ତର୍ଭୁକ୍ତୀକରଣ ଓ ନିରନ୍ତର ଓ ସ୍ଥାୟୀ ବିକାଶର ଶପଥକୁ ରକ୍ଷା କରୁଛି” ବୋଲ ପ୍ରଧାନମନ୍ତ୍ରୀ ି କହିବା ସହ ଜି-୨୦ଦେଶମାନଙ୍କର ଏକ ସମୃଦ୍ଧ ଓ ନିରାପଦ ବୈଶ୍ୱିକ ଡିଜିଟାଲ ଭବିଷ୍ୟତ ଗଠନ ପାଇଁ ଅପୂର୍ବ ସୁଯୋଗ ରହିଛି ବୋଲି କହିଥିଲେ । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଉତ୍ପାଦକତାକୁ ଡିଜିଟାଲ ଜନ ଭିତ୍ତିଭୂମି  ଦ୍ୱାରା ଆଗେଇ ନେଇ ହେବ । କୃଷକ, ଛୋଟ ବ୍ୟବସାୟୀ ଡିଜିଟାଲ  ପ୍ରଯୁକ୍ତି ବିଦ୍ୟଶ ଆପଣାଇବାକୁ ସେ ପ୍ରସ୍ତାବ ଦେଇଥିଲେ । ଏଥି ସହ ଏକ ନିରାପଦ ଓ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତାର ଉପଯୋଗ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ମାନବ ସମାଜ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ଆହ୍ୱାନକୁ ପ୍ରଯୁକ୍ତିଜ୍ଞାନ ଦ୍ୱାରା ସମାଧାନ କରି ହେବ । ଆମ ପାଇଁ ଏହା ସାକାର କରିବାକୁ ଚାରିଟି ସି’ ଆବଶ୍ୟକ । ତାହାହେଲା, ଏ କନଭିକସନ(ଦୋଷସିଦ୍ଧି), କମିଟିମେଣ୍ଟ( ଅଙ୍ଗୀକାରବଦ୍ଧତା), କୋ ଅଡିନେସନ(ସମନ୍ୱୟ) ଏବଂ କୋଲାବରେସନ (ସହଭାଗିତା)  ବୋଲି କହି  ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ଏ ଦିଗରେ  କାର୍ଯ୍ୟକାରୀ ଗୋଷ୍ଠୀ ଆମକୁ ଆଗକୁ ଆଗକୁ ନେଇଯିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

Click here to read full text speech

  • Mintu Kumar September 01, 2023

    नमस्कार सर, मैं कुलदीप पिता का नाम स्वर्गीय श्री शेरसिंह हरियाणा जिला महेंद्रगढ़ का रहने वाला हूं। मैं जून 2023 में मुम्बई बांद्रा टर्मिनस रेलवे स्टेशन पर लिनेन (LILEN) में काम करने के लिए गया था। मेरी ज्वाइनिंग 19 को बांद्रा टर्मिनस रेलवे स्टेशन पर हुई थी, मेरा काम ट्रेन में चदर और कंबल देने का था। वहां पर हमारे ग्रुप 10 लोग थे। वहां पर हमारे लिए रहने की भी कोई व्यवस्था नहीं थी, हम बांद्रा टर्मिनस रेलवे स्टेशन पर ही प्लेटफार्म पर ही सोते थे। वहां पर मैं 8 हजार रूपए लेकर गया था। परंतु दोनों समय का खुद के पैसों से खाना पड़ता था इसलिए सभी पैसै खत्म हो गऍ और फिर मैं 19 जुलाई को बांद्रा टर्मिनस से घर पर आ गया। लेकिन मेरी सैलरी उन्होंने अभी तक नहीं दी है। जब मैं मेरी सैलरी के लिए उनको फोन करता हूं तो बोलते हैं 2 दिन बाद आयेगी 5 दिन बाद आयेगी। ऐसा बोलते हुए उनको दो महीने हो गए हैं। लेकिन मेरी सैलरी अभी तक नहीं दी गई है। मैंने वहां पर 19 जून से 19 जुलाई तक काम किया है। मेरे साथ में जो लोग थे मेरे ग्रुप के उन सभी की सैलरी आ गई है। जो मेरे से पहले छोड़ कर चले गए थे उनकी भी सैलरी आ गई है लेकिन मेरी सैलरी अभी तक नहीं आई है। सर घर में कमाने वाला सिर्फ मैं ही हूं मेरे मम्मी बीमार रहती है जैसे तैसे घर का खर्च चला रहा हूं। सर मैंने मेरे UAN नम्बर से EPFO की साइट पर अपनी डिटेल्स भी चैक की थी। वहां पर मेरी ज्वाइनिंग 1 जून से दिखा रखी है। सर आपसे निवेदन है कि मुझे मेरी सैलरी दिलवा दीजिए। सर मैं बहुत गरीब हूं। मेरे पास घर का खर्च चलाने के लिए भी पैसे नहीं हैं। वहां के accountant का नम्बर (8291027127) भी है मेरे पास लेकिन वह मेरी सैलरी नहीं भेज रहे हैं। वहां पर LILEN में कंपनी का नाम THARU AND SONS है। मैंने अपने सारे कागज - आधार कार्ड, पैन कार्ड, बैंक की कॉपी भी दी हुई है। सर 2 महीने हो गए हैं मेरी सैलरी अभी तक नहीं आई है। सर आपसे हाथ जोड़कर विनती है कि मुझे मेरी सैलरी दिलवा दीजिए आपकी बहुत मेहरबानी होगी नाम - कुलदीप पिता - स्वर्गीय श्री शेरसिंह तहसील - कनीना जिला - महेंद्रगढ़ राज्य - हरियाणा पिनकोड - 123027
  • Ambikesh Pandey August 25, 2023

    👍
  • Anuradha Sharma August 24, 2023

    Our great PM
  • Gopal Chodhary August 23, 2023

    जय जय भाजपा
  • mathankumar s. p. August 21, 2023

    bharadha madha ki jai
  • गोपाल बघेल जी किसान मोर्चा के मंडल August 21, 2023

    जय श्री कृष्ण राधे राधे मोदी जी राहुल गांधी के ऊपर देश द्रोहो धरा लगना चाहिए और तुरन्त जेल डाल देना चाहिए क्योंकि
  • Vunnava Lalitha August 21, 2023

    करो तैयारी हेट्रिक की तैयारी, मोदी है तो मुमकिन है के नारे घर घर पहुंचाओ।
  • Vijay Kumar Singh August 21, 2023

    Vijay Kumar singh nilkhanthpur mahua vaishali bihar pin code 844122 mo 7250947501 char bar mahua thana mein likhit aavedan dene ke bad bhi hamare sath abhi tak koi naya nahin mila FIR Vaishali SP sahab ke yahan Janata Darbar mein char bar likhit aavedan diye online ke madhyam se lok shikayat nivaaran Kendra char bar likhita char bar likhita aavedan dene ke bad bhi hamare sath abhi tak koi naya nahin mila
  • prashanth simha August 20, 2023

    Looks like China is the worst enemy for India… don’t support BRICS 👎
  • prashanth simha August 20, 2023

    Global reset with Brics currency or West’s digital currency is the same… India should do what is the best for India 🇮🇳
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s fruit exports expand into western markets with GI tags driving growth

Media Coverage

India’s fruit exports expand into western markets with GI tags driving growth
NM on the go

Nm on the go

Always be the first to hear from the PM. Get the App Now!
...
We remain committed to deepening the unique and historical partnership between India and Bhutan: Prime Minister
February 21, 2025

Appreciating the address of Prime Minister of Bhutan, H.E. Tshering Tobgay at SOUL Leadership Conclave in New Delhi, Shri Modi said that we remain committed to deepening the unique and historical partnership between India and Bhutan.

The Prime Minister posted on X;

“Pleasure to once again meet my friend PM Tshering Tobgay. Appreciate his address at the Leadership Conclave @LeadWithSOUL. We remain committed to deepening the unique and historical partnership between India and Bhutan.

@tsheringtobgay”