Quote‘ଭାରତର ଆହ୍ୱାନରେ ୧୮୦ ରୁ ଅଧିକ ଦେଶ ଏକାଠି ହେବା ଐତିହାସିକ ଏବଂ ଅଭୂତପୂର୍ବ’
Quote"ଯୋଗ ହେଉଛି ତାହା, ଯାହା ଆମକୁ ଏକତ୍ରିତ କରିଥାଏ’
Quote‘ଯୋଗ ଏକ ସୁସ୍ଥ ଏବଂ ଶକ୍ତିଶାଳୀ ସମାଜ ସୃଷ୍ଟି କରିଥାଏ ଯେଉଁଠାରେ ସାମୂହିକ ଶକ୍ତି ଯଥେଷ୍ଟ ଅଧିକ ରହିଥାଏ’
Quote"ଭାରତର ସଂସ୍କୃତି ଏବଂ ସାମାଜିକ ଗଠନ, ଆଧ୍ୟାତ୍ମିକତା ଏବଂ ଆଦର୍ଶ, ଦର୍ଶନ ଏବଂ ଦୂରଦୃଷ୍ଟି ସଦା ସର୍ବଦା ଏପରି ପରମ୍ପରାକୁ ପୋଷଣ କରି ଆସିଛି ଯାହା ଏକତ୍ୱକୁ ଗ୍ରହଣ କରିଥାଏ ଏବଂ ଆଦର କରିଥାଏ’
Quote‘ଯୋଗ ଆମକୁ ସେହି ଚେତନା ସହିତ ଯୋଡିଥାଏ ଯାହା ଆମକୁ ଜୀବର ଏକତ୍ୱକୁ ଅନୁଭବ କରାଇଥାଏ’
Quote"ଯୋଗ ମାଧ୍ୟମରେ, ଆମେ ନିଃସ୍ୱାର୍ଥପର କାର୍ଯ୍ୟ କ’ଣ ତାହା ଜାଣିଥାଉ, ଆମେ କର୍ମ ଠାରୁ କର୍ମଯୋଗୀ ହେବା ପର୍ଯ୍ୟନ୍ତ ଯାତ୍ରା କରିବାକୁ ସ୍ଥିର କରିଥାଉ’
Quote"ଯୋଗ ଆମର ଶାରୀରିକ ଶକ୍ତି, ମାନସିକ ବିସ୍ତାର ଏବଂ ବିକଶିତ ଭାରତର ଆଧାର ହେବ’

ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଯୋଗ ଦିବସ, ୨୦୨୩ ର ଜାତୀୟ ଉତ୍ସବକୁ ସମ୍ବୋଧିତ କରିଛନ୍ତି ।  ନବମ ଆନ୍ତର୍ଜାତିକ ଯୋଗ ଦିବସର ଜାତୀୟ ଉତ୍ସବ ମଧ୍ୟପ୍ରଦେଶର ଜବଲପୁର ଠାରେ ଭାରତର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ଯୋଗ ଦିବସରେ ନାଗରିକ ମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇବା ସହ ପୂର୍ବ ଥର ଗୁଡ଼ିକ ଭଳି ଯୋଗ ଦିବସରେ ଯେତେବେଳେ ସେ ଏଠାରେ ଉପସ୍ଥିତ ଥିଲେ, ସେହି ସମୟ ଭଳି ଏବେ ସେମାନଙ୍କ ସହ ଯୋଗ ଦେଇ ନ ପାରି ବିଭିନ୍ନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ କାରଣରୁ ସେ ବର୍ତ୍ତମାନ ଆମେରିକା ଗସ୍ତ କରୁଥିବାରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କ ସହ ଯୋଡ଼ି ହେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

ମିଳିତ ଜାତିସଂଘ ମୁଖ୍ୟାଳୟରେ ଭାରତୀୟ ସମୟ ଅପରାହ୍ନ ପ୍ରାୟ ୫.୩୦ ରେ ସେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଭାରତର ଆହ୍ୱାନରେ ୧୮୦ ରୁ ଅଧିକ ଦେଶ ଏକାଠି ହେବା ଐତିହାସିକ ଏବଂ ଅଭୂତପୂର୍ବ ଅଟେ ।’ ସେ ଆନ୍ତର୍ଜାତିକ ଯୋଗ ଦିବସ ମାଧ୍ୟମରେ ଯୋଗକୁ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନ ତଥା ବିଶ୍ୱର ଆତ୍ମା ରୂପେ ପରିଣତ କରିବା ପାଇଁ ସେ ୨୦୧୪ ଜାତିସଂଘର ସାଧାରଣ ସଭାରେ ଯୋଗ ଦିବସର ପ୍ରସ୍ତାବ ଉପସ୍ଥାପିତ ହୋଇଥିବା ବେଳେ ରେକର୍ଡ ସଂଖ୍ୟକ ଦେଶଙ୍କ ସମର୍ଥନକୁ ମନେ ପକାଇଥିଲେ ।

ଯୋଗ ଦିବସକୁ ଅଧିକ ସ୍ୱତନ୍ତ୍ର କରୁଥିବା ‘ଯୋଗର ମହାସାଗରୀୟ ବଳୟ' (ଓସନ ରିଙ୍ଗ ଅଫ ଯୋଗ)ର ଧାରଣା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଯୋଗର ଧାରଣା ଏବଂ ସମୁଦ୍ରର ବିସ୍ତାର ମଧ୍ୟରେ ପାରସ୍ପରିକ ସମ୍ପର୍କ ଉପରେ ଆଧାରିତ । ଜଳ ସମ୍ବଳ ବ୍ୟବହାର କରି ସେନା କର୍ମଚାରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଯୋଗ ଭାରତମାଳା ଏବଂ ଯୋଗ ସାଗରମାଳା' ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଜାରି ରଖି କରିଥିଲେ, ଆର୍କଟିକ୍ ଠାରୁ ଆଂଟାର୍କଟିକା ପର୍ଯ୍ୟନ୍ତ ଭାରତର ଦୁଇଟି ଅନୁସନ୍ଧାନ ଆଧାର ଯଥା ପୃଥିବୀର ଦୁଇଟି ମୁଣ୍ଡ (ପୋଲ୍‌) ମଧ୍ୟ ଯୋଗ ସହିତ ଜଡ଼ିତ । ସେ କହିଛନ୍ତି ଯେ ଏହି ଅନନ୍ୟ ଉତ୍ସବରେ ଏହିପରି ସ୍ୱତଃପ୍ରବୃତ୍ତ ଭାବରେ ଦେଶ ତଥା ବିଶ୍ୱର କୋଟି କୋଟି ଲୋକଙ୍କ ଅଂଶଗ୍ରହଣ ଯୋଗର ବିସ୍ତାରତା ଏବଂ ଖ୍ୟାତିକୁ ଦର୍ଶାଉଛି ।

"ଯାହା ଆମକୁ ଏକତ୍ରିତ କରିଥାଏ, ତାହା ହେଉଛି ଯୋଗ’ ବୋଲି ପ୍ରଧାନମନ୍ତ୍ରୀ ମୁନି ଋଷିମାନଙ୍କ କଥାକୁ ଉଲ୍ଲେଖ କରି ଏହାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗର ପ୍ରଚାର ହେଉଛି ଏହି ଧାରାର ଏକ ବିସ୍ତାର ଯାହା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ଅନ୍ତର୍ଭୁକ୍ତ କରାଯାଇ ପାରିଛି । ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ବିଷୟବସ୍ତୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗର ପ୍ରସାର ହେଉଛି ‘ବସୁଧୈବ କୁଟୁମ୍ବକମ୍‌'ର ଭାବନା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ବିଶ୍ୱର କୋଟି କୋଟି ଲୋକ ‘ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ' ବିଷୟବସ୍ତୁକୁ ନେଇ ଏକାଠି ଯୋଗ ସମ୍ପାଦନ କରୁଛନ୍ତି ।

ଯୋଗ ଶାସ୍ତ୍ର ଗୁଡିକୁ ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ମାଧ୍ୟମରେ ଜଣେ ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ, ବଳ ଏବଂ ଶକ୍ତି ହାସଲ କରନ୍ତି ଏବଂ ଯେଉଁମାନେ ଏହି ଅଭ୍ୟାସରେ ନିୟମିତ ଭାବରେ ଜଡିତ ରହି ଆସିଛନ୍ତି, ସେମାନେ ଏହାର ଶକ୍ତିକୁ ଅନୁଭବ କରିଛନ୍ତି । ବ୍ୟକ୍ତିଗତ ତଥା ପରିବାର ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଯୋଗ ଏକ ସୁସ୍ଥ ଏବଂ ଶକ୍ତିଶାଳୀ ସମାଜ ସୃଷ୍ଟି କରେ ଯେଉଁଠାରେ ସାମୂହିକ ଶକ୍ତି ଅଧିକ ଥାଏ । ସ୍ୱଚ୍ଛ ଭାରତ ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଅଭିଯାନ ଉପରେ ସେ ଆଲୋକପାତ କରିଛନ୍ତି ଯାହା ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଗଠନ ତଥା ଦେଶର ସାଂସ୍କୃତିକ ପରିଚୟକୁ ପୁନଃ ସ୍ଥାପିତ କରିବାରେ ସହାୟକ ହୋଇଛି ଏବଂ ଏହି ଶକ୍ତିରେ ଦେଶ ତଥା ଏହାର ଯୁବକମାନେ ବହୁ ଅବଦାନ ଦେଇଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଦେଶର ମାନସିକତା ବଦଳିଛି ଯାହା ଫଳରେ ଲୋକମାନଙ୍କ ଠାରେ ଏବଂ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିଛି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଭାରତର ସଂସ୍କୃତି ଏବଂ ସାମାଜିକ ଗଠନ, ଏହାର ଆଧ୍ୟାତ୍ମିକତା ଏବଂ ଆଦର୍ଶ, ଏବଂ ଏହାର ଦାର୍ଶନିକତା ଏବଂ ଦୃଷ୍ଟିକୋଣ ସର୍ବଦା ପରମ୍ପରାକୁ ପୋଷଣ କରେ, ଯାହା ଏକତା, ଗ୍ରହଣ ଏବଂ ଆଦର କରିଥାଏ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ନୂତନ ଧାରଣା ଗୁଡ଼ିକରେ ସମୃଦ୍ଧ ବିବିଧତାକୁ ଆଲୋକିତ କରିଥିବାରୁ ଭାରତୀୟମାନେ ନୂତନ ଚିନ୍ତାଧାରାକୁ ସ୍ୱାଗତ କରିଛନ୍ତି ଏବଂ ସେଗୁଡିକର ସଂରକ୍ଷଣ କରିଛନ୍ତି । ସେ କହିଛନ୍ତି ଯେ ଯୋଗ ଏପରି ଭାବନାକୁ ମଜଭୁତ କରେ, ଆଭ୍ୟନ୍ତରୀଣ ଦୃଷ୍ଟିକୋଣକୁ ବିସ୍ତାର କରିଥାଏ ଏବଂ ଆମକୁ ସେହି ଚେତନା ସହିତ ଯୋଡିଥାଏ ଯାହା ଆମକୁ ଜୀବନ୍ତ ପ୍ରାଣୀଙ୍କ ଏକତାକୁ ଅନୁଭବ କରାଏ ଯାହା ଜୀବନ୍ତ ସତ୍ତାଙ୍କ ପ୍ରତି ପ୍ରେମର ଆଧାର ଦେଇଥାଏ । ତେଣୁ ଯୋଗ ମାଧ୍ୟମରେ ଆମର ବିରୋଧ ଭାବ, ଅବରୋଧ ଏବଂ ପ୍ରତିରୋଧକୁ ଦୂର କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ\'ର ଭାବନାକୁ ବିଶ୍ୱ ପାଇଁ ଏକ ଉଦାହରଣ ଭାବରେ ଉପସ୍ଥାପନ କରିବାକୁ ପଡ଼ିବ ।

ନିଜର ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ ଯୋଗ ବିଷୟରେ ଏକ ଶ୍ଲୋକର ଉଦ୍ଧାର କରି କହିଥିଲେ ଯେ କାର୍ଯ୍ୟରେ ଦକ୍ଷତା ହେଉଛି ଯୋଗ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଆଜାଦୀ କା ଅମୃତ କାଳରେ ସମସ୍ତଙ୍କ ପାଇଁ ଏହି ମନ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯୋଗର ସିଦ୍ଧତା ସେତିକି ବେଳେ ହାସଲ ହୁଏ ଯେତେବେଳେ ଜଣେ ନିଜ କର୍ତ୍ତବ୍ୟରେ ଉତ୍ସର୍ଗୀକୃତ ହୁଏ । ‘ଯୋଗ ମାଧ୍ୟମରେ ଆମେ ନିଃସ୍ୱାର୍ଥପର କାର୍ଯ୍ୟ କ’ଣ ତାହା ଜାଣିଥାଉ, କର୍ମଠାରୁ କର୍ମଯୋଗୀ ହେବା ପର୍ଯ୍ୟନ୍ତ ଯାତ୍ରା ସ୍ଥିର କରିଥାଉ’ ବୋଲି ଶ୍ରୀ ମୋଦୀ ଏହା ଉପରେ ଦୃଢ଼ ଆସ୍ଥା ପ୍ରକଟ କରି କହିଛନ୍ତି ଯେ ଯୋଗ ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବୁ ଏବଂ ଏହି ସଂକଳ୍ପ ଗୁଡିକୁ ମଧ୍ୟ ଗ୍ରହଣ କରିବୁ । ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟର ଶେଷରେ କହିଛନ୍ତି ଯେ ‘ଆମର ଶାରୀରିକ ଶକ୍ତି, ଆମର ମାନସିକ ବିସ୍ତାର ଏକ ବିକଶିତ ଭାରତର ଆଧାର ହେବ ।’

 

  • Munish kumar June 30, 2023

    जय हो
  • Pramod Bora June 25, 2023

    जय श्री राम
  • Niraj Kumar Urf Babalu June 23, 2023

    जय हिंद
  • Chitra Khadpe June 22, 2023

    Yoga Slogan By Ishan Malvankar 🇮🇳
  • Tribhuwan Kumar Tiwari June 22, 2023

    वंदेमातरम सादर प्रणाम सर सादर त्रिभुवन कुमार तिवारी पूर्व सभासद लोहिया नगर वार्ड पूर्व उपाध्यक्ष भाजपा लखनऊ महानगर उप्र भारत
  • anmol goswami June 22, 2023

    Jay hind
  • Lokesh Rajput June 22, 2023

    जय हिंद
  • anmol goswami June 22, 2023

    जय हिन्द
  • Amal Das June 22, 2023

    Jai Shree Ram
  • Babaji Namdeo Palve June 22, 2023

    Jai Hind Jai Bharat Bharat Mata Kee Jai
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
For PM Modi, women’s empowerment has always been much more than a slogan

Media Coverage

For PM Modi, women’s empowerment has always been much more than a slogan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 8, 2025
March 08, 2025

Citizens Appreciate PM Efforts to Empower Women Through Opportunities