QuoteSardar Patel and Birsa Munda shared the vision of national unity: PM Modi
QuoteLet’s pledge to make India a global animation powerhouse: PM Modi
QuoteJourney towards Aatmanirbhar Bharat has become a Jan Abhiyan: PM Modi
QuoteStop, think and act: PM Modi on Digital arrest frauds
QuoteMany extraordinary people across the country are helping to preserve our cultural heritage: PM
QuoteToday, people around the world want to know more about India: PM Modi
QuoteGlad to see that people in India are becoming more aware of fitness: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆପଣ ଯଦି ମୋତେ ପଚାରନ୍ତି ଯେ, ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ ଥିଲା, ତେବେ ମୋର ଅନେକ କଥା ମନେପଡ଼େ । କିନ୍ତୁ, ତନ୍ମଧ୍ୟରୁ ଗୋଟିଏ ମୁହୂର୍ତ୍ତ ହେଉଛି ସବୁଠାରୁ ବିଶିଷ୍ଟ, ସେହି କ୍ଷଣଟି ଥିଲା – ଯେତେବେଳେ ଗତବର୍ଷ ନଭେମ୍ବର ୧୫ ତାରିଖ ଦିନ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିଆତୁ ଗାଁକୁ ଯାଇଥିଲି । ଏହି ଯାତ୍ରା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଏହି ପବିତ୍ର ଭୂମିର ମାଟିକୁ ମସ୍ତକରେ ଲଗାଇବାର ସୌଭାଗ୍ୟ ପ୍ରାପ୍ତ କରିବାରେ ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେତେବେଳେ ମୁଁ କେବଳ ଯେ ସ୍ୱାଧୀନତା ସଂଗ୍ରାମର ଶକ୍ତିକୁ ଅନୁଭବ କଲି ତା’ ନୁହେଁ, ବରଂ ଏହି ଭୂମିର ଶକ୍ତି ସହ ଜଡ଼ିତ ହେବାର ସୁଯୋଗ ମଧ୍ୟ ମିଳିଲା । ମୁଁ ଏ କଥା ଅନୁଭବ କଲି ଯେ, କିଭଳି ଗୋଟିଏ ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାର ସାହସ ଦେଶର କୋଟି କୋଟି ଲୋକଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ ।

ବନ୍ଧୁଗଣ, ଭାରତ ପ୍ରତ୍ୟେକ ଯୁଗରେ କିଛି ନା କିଛି ଆହ୍ୱାନର ସମ୍ମୁଖୀନ ହୋଇଛି ଏବଂ ପ୍ରତ୍ୟେକ ଯୁଗରେ ଏଭଳି ଅସାଧାରଣ ଭାରତବାସୀ ଜନ୍ମଗ୍ରହଣ କଲେ, ଯିଏ ଏହି ଆହ୍ୱାନଗୁଡ଼ିକର ମୁକାବିଲା କଲେ । ଆଜିର ‘ମନ୍ କି ବାତ୍’ରେ ମୁଁ ସାହସ ଏବଂ ଦୂରଦୃଷ୍ଟିସମ୍ପନ୍ନ ସେହିଭଳି ଦୁଇଜଣ ମହାନାୟକଙ୍କ ବିଷୟରେ ଆଲୋଚନା କରିବି । ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରିବାକୁ ଦେଶ ସ୍ଥିର କରିଛି । ଅକ୍ଟୋବର ୩୧ ତାରିଖରୁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ବର୍ଷ ଆରମ୍ଭ ହେବ । ଏହା ପରେ ନଭେମ୍ବର ୧୫ ତାରିଖଠାରୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜୟନ୍ତୀ ବର୍ଷ ଆରମ୍ଭ ହେବ । ଏହି ଦୁଇ ମହାପୁରୁଷ ଭିନ୍ନ ଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇଥିଲେ । କିନ୍ତୁ, ଉଭୟଙ୍କ ଦୂରଦୃଷ୍ଟି ସମାନ ଥିଲା - “ଦେଶର ଏକତା” ।

ବନ୍ଧୁଗଣ, ବିଗତ ବର୍ଷମାନଙ୍କରେ ଦେଶର ଏଭଳି ମହାନ ନାୟକ-ନାୟିକାମାନଙ୍କ ଜୟନ୍ତୀକୁ ନୂତନ ଉଦ୍ଦୀପନା ସହ ପାଳନ କରି ନୂତନ ପିଢ଼ିକୁ ନୂତନ ପ୍ରେରଣା ମିଳିଛି । ଆପଣମାନଙ୍କର ମନେଥିବ, ଆମେ ଯେତେବେଳେ ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ପାଳନ କରିଥିଲୁ, ସେତେବେଳେ କେତେ ବିଶେଷ ଆୟୋଜନ ହୋଇଥିଲା । ନ୍ୟୁୟର୍କର ଟାଇମ୍ସ ସ୍କୋୟାର ଠାରୁ ଆରମ୍ଭ କରି ଆଫ୍ରିକାର ଛୋଟିଆ ଗାଁ ପର୍ଯ୍ୟନ୍ତ ବିଶ୍ୱବାସୀ ଭାରତର ସତ୍ୟ ଏବଂ ଅହିଂସାର ବାର୍ତ୍ତାକୁ ହୃଦୟଙ୍ଗମ କଲେ, ଏ ସମ୍ପର୍କରେ ଜାଣିଲେ ଏବଂ ଏହାକୁ ଅନୁସରଣ କଲେ । ଯୁବବର୍ଗଠାରୁ ଆରମ୍ଭ କରି ବୟସ୍କମାନଙ୍କ ଯାଏଁ, ଭାରତୀୟଙ୍କଠାରୁ ବିଦେଶୀ ଯାଏଁ, ପ୍ରତ୍ୟେକେ ଗାନ୍ଧିଜୀଙ୍କ ଉପଦେଶକୁ ନୂତନ ସନ୍ଦର୍ଭରେ ଗ୍ରହଣ କଲେ । ନୂତନ ବୈଶ୍ୱିକ ପରିସ୍ଥିତିରେ ସେ ସମ୍ପର୍କରେ ଜ୍ଞାନଲାଭ କଲେ । ଯେତେବେଳେ ଆମେ ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ କଲୁ, ସେତେବେଳେ ଦେଶର ଯୁବବର୍ଗ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିକୁ ନୂତନ ଭାବେ ପରିଭାଷିତ କଲେ । ଏହି ଯୋଜନାଗୁଡ଼ିକ ଆମକୁ ଏହି ଅନୁଭୂତି ପ୍ରଦାନ କଲେ ଯେ, ଆମ ମହାପୁରୁଷଗଣ ଅତୀତ ଗର୍ଭରେ ବିଲୀନ ହୋଇଯାଆନ୍ତି ନାହିଁ । ବରଂ ସେମାନଙ୍କ ଜୀବନ ଆମର ବର୍ତ୍ତମାନକୁ ଭବିଷ୍ୟତର ପଥ ପ୍ରଦର୍ଶିତ କରେ ।

ବନ୍ଧୁଗଣ, ଯଦିଓ ସରକାର ଏହି ମହାପୁରୁଷମାନଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଜାତୀୟ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, କିନ୍ତୁ ଆପଣମାନଙ୍କ ସହଭାଗିତା ହିଁ ଏହି ଅଭିଯାନରେ ପ୍ରାଣସଂଚାର କରିବ, ଏହାକୁ ଜୀବନ୍ତ କରିବ । ଏହି ଅଭିଯାନରେ ଅଂଶଗ୍ରହଣ କରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ଲୌହମାନବ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ ଆପଣଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ #Sardar150ରେ ଶେୟାର କରନ୍ତୁ ଏବଂ ଧରତୀ-ଆବା ବିର୍ସା ମୁଣ୍ଡାଙ୍କ ପ୍ରେରଣାକୁ #BirsaMunda150 ଜରିଆରେ ବିଶ୍ୱବାସୀଙ୍କ ସମ୍ମୁଖକୁ ଆଣନ୍ତୁ । ଆସନ୍ତୁ, ଏକାଠି ମିଶି ଏହି ଉତ୍ସବକୁ ଭାରତର ବିବିଧତାରେ ଏକତାର ଉତ୍ସବରେ ପରିଣତ କରିବା । ଏହାକୁ ପରମ୍ପରାରୁ ବିକାଶର ଉତ୍ସବରେ ପରିଣତ କରିବା ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କୁ ସେ ଦିନ ନିଶ୍ଚୟ ମନେଥିବ, ଯେତେବେଳେ ଛୋଟା ଭୀମର ପ୍ରସାରଣ ଟିଭି ପରଦାରେ ଆରମ୍ଭ ହୋଇଥିଲା । ପିଲାମାନେ ତ ଏହା କେବେ ବି ଭୁଲିପାରିନଥିବେ । ଛୋଟା ଭୀମକୁ ନେଇ କେତେ ଉତ୍ସାହ ଥିଲା !! ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ଢୋଲକପୁରର ଢୋଲ କେବଳ ଭାରତ ନୁହେଁ, ବରଂ ଅନ୍ୟ ଦେଶର ପିଲାମାନଙ୍କ ପାଇଁ ମଧ୍ୟ ଆକର୍ଷଣ ସାଜିଛି । ସେହିପରି ଆମର ଅନ୍ୟାନ୍ୟ ଆନିମେଟେଡ୍ ସିରିଆଲ୍ କ୍ରିଷ୍ଣା, ହନୁମାନ, ମୋଟୁ-ପତଲୁକୁ ପସନ୍ଦ କରୁଥିବା ଦର୍ଶକ ମଧ୍ୟ ସାରା ବିଶ୍ୱରେ ରହିଛନ୍ତି । ଭାରତର ଆନିମେଶନ୍ ଚରିତ୍ର, ଏଠାକାର ଆନିମେଶନ୍ ଚଳଚ୍ଚିତ୍ର ଏହାର ବିଷୟବସ୍ତୁ ଏବଂ ସୃଜନଶୀଳତା ଯୋଗୁଁ ସାରାବିଶ୍ୱରେ ଆଦର ଲାଭ କରୁଛି । ଆପଣମାନେ ଦେଖିଥିବେ ଯେ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ସିନେମା ପରଦା ଯାଏଁ, ଗେମିଂ କନ୍ସୋଲରୁ ଆରମ୍ଭ କରି ଭର୍ଚୁଆଲ ରିଆଲିଟି ଯାଏଁ – ସବୁଠି ଆନିମେଶନ୍ ରହିଛି । ଆନିମେଶନ୍ ଦୁନିଆରେ ଭାରତ ନୂତନ ବିପ୍ଳବ ସୃଷ୍ଟି କରିବା ମାର୍ଗରେ ଅଗ୍ରସର ହେଉଛି । ଭାରତର ଗେମିଂ ସ୍ପେସ୍ ମଧ୍ୟ ଦ୍ରୁତଗତିରେ ବିସ୍ତାର ଲାଭ କରିଚାଲିଛି । ଭାରତୀୟ ଖେଳ ମଧ୍ୟ ଆଜିକାଲି ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି । କିଛିମାସ ପୂର୍ବରୁ ମୁଁ ଭାରତର ଅଗ୍ରଣୀ ଗେମରମାନଙ୍କ ସହିତ ସାକ୍ଷାତ କରିଥିଲି । ସେତେବେଳେ ମୋତେ ଭାରତୀୟ ଖେଳର ଆଶ୍ଚର୍ଯ୍ୟଜନକ ସୃଜନଶୀଳତା ଏବଂ ଗୁଣବତ୍ତାକୁ ବୁଝିବାର ସୁଯୋଗ ମିଳିଥିଲା । ପ୍ରକୃତରେ, ଦେଶରେ ସୃଜନଶୀଳ ଶକ୍ତିର ଗୋଟିଏ ପ୍ରବାହ ପ୍ରବାହିତ ହେଉଛି । ଆନିମେଶନ୍ ଦୁନିଆରେ ମେଡ୍ ଇନ୍ ଇଣ୍ଡିଆ କିମ୍ବା ମେଡ୍ ବାୟ ଇଣ୍ଡିଆନ୍ସ ବ୍ୟାପକ ଭାବେ ଦୃଷ୍ଟିଗୋଚର ହେଉଛି । ଆପଣମାନେ ଏକଥା ଜାଣି ଖୁସିହେବେ ଯେ, ଆଜି ଭାରତର ପ୍ରତିଭାଶାଳୀମାନେ ବିଦେଶୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି । ଏବେକାର ସ୍ପାଇଡରମ୍ୟାନ୍ ହେଉ କିମ୍ବା ଟ୍ରାନ୍ସଫର୍ମର୍ସ ହେଉ, ଏହି ଦୁଇ ଚଳଚ୍ଚିତ୍ରରେ ଲୋକେ ହରିନାରାୟଣ ରାଜୀବଙ୍କ ଅବଦାନକୁ ବହୁ ପ୍ରଶଂସା କରିଛନ୍ତି । ଭାରତର ଆନିମେଶନ୍ ଷ୍ଟୁଡିଓ ଡିଜ୍ନୀ ଓ ୱାର୍ଣ୍ଣର୍ ବ୍ରଦର୍ସ ଭଳି ବିଶ୍ୱର ସୁପ୍ରସିଦ୍ଧ ପ୍ରଡକ୍ସନ କମ୍ପାନୀ ସହ କାମ କରୁଛନ୍ତି ।

ବନ୍ଧୁଗଣ, ଆଜି ଆମ ଯୁବବର୍ଗ ଆମ ସଂସ୍କୃତିର ଝଲକ ରହିଥିବା Original ଇଣ୍ଡିଆନ୍ କଂଟେଂଟ୍ ପ୍ରସ୍ତୁତ କରୁଛନ୍ତି । ଯାହାକୁ ସମଗ୍ର ବିଶ୍ୱବାସୀ ଦେଖୁଛନ୍ତି । ଆନିମେଶନ୍ ସେକ୍ଟର ଆଜି ଏଭଳି ଗୋଟିଏ ଶିଳ୍ପରେ ପରିଣତ ହୋଇଛି, ଯାହା ଅନ୍ୟ ଶିଳ୍ପଗୁଡ଼ିକୁ ଶକ୍ତି ପ୍ରଦାନ କରୁଛି । ଯେମିତିକି, ଆଜିକାଲି ଭିଆର୍ ଟୁରିଜିମ୍ ବହୁତ ଖ୍ୟାତି ଅର୍ଜନ କରିବାରେ ଲାଗିଛି । ଆପଣ ଭର୍ଚୁଆଲ୍ ଟୁର୍ ବା ଆଭାସୀ ପର୍ଯ୍ୟଟନ ମାଧ୍ୟମରେ ଅଜନ୍ତାର ଗୁମ୍ଫାକୁ ଦେଖିପାରିବେ, କୋଣାର୍କ ମନ୍ଦିର ପରିସରରେ ଭ୍ରମଣ କରିପାରନ୍ତି କିମ୍ବା ବାରାଣସୀର ଘାଟର ଆନନ୍ଦକୁ ଅନୁଭବ କରିପାରନ୍ତି । ଏସବୁ ଭିଆର ଆନିମେଶନ୍ ଭାରତର କ୍ରିଏଟର୍ସମାନେ ପ୍ରସ୍ତୁତ କରିଛନ୍ତି । ଭିଆର ଜରିଆରେ ଏହି ସ୍ଥାନଗୁଡ଼ିକୁ ଦେଖିବା ପରେ ଅନେକ ଲୋକ ବାସ୍ତବରେ ଏହି ସ୍ଥାନ ପରିଦର୍ଶନ କରିବାକୁ ଚାହୁଁଛନ୍ତି । ଅର୍ଥାତ, ପର୍ଯ୍ୟଟନ ସ୍ଥଳର ଆଭାସୀ ପରିଦର୍ଶନ ଲୋକଙ୍କ ମନରେ ସେହି ସ୍ଥାନ ପରିଦର୍ଶନର ଆଗ୍ରହ ସୃଷ୍ଟି କରିବାର ଏକ ମାଧ୍ୟମ ପାଲଟିଛି । ଆଜି ଏହି କ୍ଷେତ୍ରରେ ଆନିମେଟରମାନଙ୍କ ସହିତ କଥାକାର, ଲେଖକ, ପ୍ରଚ୍ଛଦପଟ ସ୍ୱର ବିଶେଷଜ୍ଞ, ସଙ୍ଗୀତଜ୍ଞ, Game Developers, ଆଭାସୀ ବାସ୍ତବିକତା ବିଶେଷଜ୍ଞମାନଙ୍କ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ତେଣୁ, ନିଜର ସୃଜନଶୀଳତାର ବିକାଶ ପାଇଁ ମୁଁ ଭାରତୀୟ ଯୁବବର୍ଗଙ୍କୁ ଆହ୍ୱାନ କରୁଛି । କିଏ ଜାଣେ, ବିଶ୍ୱର ପରବର୍ତ୍ତୀ ସୁପରହିଟ୍ ଆନିମେଶନ୍ ଆପଣଙ୍କ କମ୍ପ୍ୟୁଟରରୁ ସୃଷ୍ଟି ହୋଇପାରେ! ହୁଏତ ପରବର୍ତ୍ତୀ ଭାଇରାଲ୍ ଗେମ୍ ଆପଣଙ୍କ ସୃଜନ ହୋଇପାରେ! ଶିକ୍ଷାତ୍ମକ ଆନିମେଶନରେ ଆପଣଙ୍କ ନବସୃଜନ ବଡ଼ ସଫଳତା ଲାଭ କରିପାରେ । ଚଳିତ ଅକ୍ଟୋବର ୨୮ ତାରିଖ, ଅର୍ଥାତ୍ ଆସନ୍ତା କାଲି ବିଶ୍ୱ ଆନିମେଶନ୍ ଦିବସ ମଧ୍ୟ ପାଳିତ ହେବାକୁ ଯାଉଛି । ଆସନ୍ତୁ, ଆମେ ସମସ୍ତେ ଭାରତକୁ ଗ୍ଲୋବାଲ୍ ଆନିମେଶନ୍ ପାୱାର ହାଉସରେ ପରିଣତ କରିବାକୁ ସଂକଳ୍ପ ଗ୍ରହଣ କରିବା ।

ମୋର ପ୍ରିୟ ଦେଶବାସୀଗଣ, ସଫଳତାର ମନ୍ତ୍ର ପ୍ରଦାନ କରି ସ୍ୱାମୀ ବିବେକାନନ୍ଦ ଥରେ କହିଥିଲେ – କୌଣସି ଏକ ବିଚାରଧାରା (ବା ଆଇଡିଆ) ଗ୍ରହଣ କରନ୍ତୁ । ସେହି ବିଚାରଧାରାକୁ ନିଜ ଜୀବନରେ ସମାହିତ କରିଦିଅନ୍ତୁ । ସଦାସର୍ବଦା ସେ ବିଷୟରେ ଚିନ୍ତା କରନ୍ତୁ, ତାହାର ସ୍ୱପ୍ନ ଦେଖନ୍ତୁ ତାହାକୁ ନିଜ ଜୀବନର ଅଙ୍ଗ କରିନିଅନ୍ତୁ । ଆଜି ଆତ୍ମନିର୍ଭର ଭାରତ ଅଭିଯାନ ମଧ୍ୟ ସଫଳତାର ଏହି ମନ୍ତ୍ରକୁ ନେଇ ଆଗେଇ ଚାଲିଛି । ଏହି ଅଭିଯାନ ଆମ ସାମୂହିକ ଚେତନାର ଅଂଶ ପାଲଟିଯାଇଛି । ନିରନ୍ତର ଭାବେ, ପ୍ରତିମୁହୂର୍ତ୍ତରେ ଏହା ଆମ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛି । ଆତ୍ମନିର୍ଭରତା କେବଳ ଆମର ନୀତି ନୁହେଁ, ଆମର Passionରେ ପରିଣତ ହୋଇସାରିଲାଣି । ବେଶୀ ନୁହେଁ, ମାତ୍ର ୧୦ ବର୍ଷ ପୂର୍ବ କଥା । ସେତେବେଳେ ଯଦି କେହି କହୁଥିଲା ଯେ, କୌଣସି ଜଟିଳ କାରିଗରୀ କୌଶଳକୁ ଭାରତରେ ବିକଶିତ କରାଯାଉ, ଏକଥା ଉପରେ କିଛି ଲୋକ ବିଶ୍ୱାସ କରୁନଥିଲେ ତ କିଛି ଏହାକୁ ପରିହାସ କରୁଥିଲେ । କିନ୍ତୁ ଆଜି ସେହି ଲୋକେ ଦେଶର ସଫଳତାକୁ ଦେଖି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ଆତ୍ମନିର୍ଭର ହୋଇଚାଲିଛି ଭାରତ, ପ୍ରତ୍ୟେକ କ୍ଷେତ୍ରରେ କରିଚାଲିଛି ଚମତ୍କାର ପ୍ରଦର୍ଶନ । ଆପଣମାନେ ଚିନ୍ତା କରନ୍ତୁ, ଦିନେ ମୋବାଇଲ୍ ଫୋନ୍ ଆମଦାନୀ କରୁଥିବା ଭାରତ, ଆଜି, ବିଶ୍ୱର ଦ୍ୱିତୀୟ ସର୍ବବୃହତ ଉତ୍ପାଦନକାରୀ ହୋଇଯାଇଛି । ଦିନେ, ବିଶ୍ୱରେ ସର୍ବାଧିକ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରୁଥିବା ଭାରତ, ଆଜି ୮୫ଟି ଦେଶକୁ ରପ୍ତାନୀ ମଧ୍ୟ କରୁଛି । ମହାକାଶ ବିଜ୍ଞାନରେ ଭାରତ ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିପାରିଥିବା ପ୍ରଥମ ଦେଶ ହୋଇଯାଇଛି । ଆଉ ଗୋଟିଏ କଥା ତ ମୋତେ ସବୁଠୁ ଭଲ ଲାଗେ ଯେ, ଆତ୍ମନିର୍ଭରଶୀଳତାର ଏହି ଅଭିଯାନ, ଏବେ କେବଳ ସରକାରୀ ଅଭିଯାନ ହୋଇ ରହିନାହିଁ, ଏବେ ଆତ୍ମନିର୍ଭର ଭାରତ ଅଭିଯାନ, ଗୋଟିଏ ଜନଆନ୍ଦୋଳନରେ ପରିଣତ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ ଏହା ସଫଳତା ଲାଭ କରିଚାଲିଛି । ଯେମିତିକି ଚଳିତ ମାସରେ ଲଦ୍ଦାଖର ହାନଲେରେ ଆମେ ଏସିଆର ସବୁଠାରୁ ବଡ଼ ଇମେଜିଂ ଟେଲିସ୍କୋପ MACE ବା ଚିତ୍ର-ଉତ୍ତୋଳନକାରୀ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ଉଦଘାଟନ କରିଛୁ । ଏହା ୪୩୦୦ ମିଟର ଉଚ୍ଚତାରେ ଅବସ୍ଥିତ । ଏହାର ବିଶେଷତ୍ୱ କ’ଣ – ଜାଣିଛନ୍ତି କି ? ଏହା ଭାରତରେ ନିର୍ମିତ । ଚିନ୍ତା କରନ୍ତୁ, ଯେଉଁଠି ତାପମାତ୍ରା ମାଇନସ୍ ୩୦ ଡିଗ୍ରୀ, ଯେଉଁଠି ଅମ୍ଳଜାନର ଅଭାବ ରହିଛି, ସେଠାରେ ଆମର ବୈଜ୍ଞାନିକ ଏବଂ ସ୍ଥାନୀୟ ଉଦ୍ୟୋଗଗୁଡ଼ିକ ତାହା କରିଦେଖାଇଛନ୍ତି, ଯାହା ଏସିଆର କୌଣସି ଦେଶ କରିନାହାନ୍ତି । ହାନଲେର ଦୂରବୀକ୍ଷଣ ଯନ୍ତ୍ର ହୁଏତ ଦୂର ଦୁନିଆକୁ ଦେଖୁଛି, କିନ୍ତୁ ଆମକୁ ଦର୍ଶାଉଛି – ଆତ୍ମନିର୍ଭର ଭାରତର ଶକ୍ତି ।

ବନ୍ଧୁଗଣ, ମୁଁ ଚାହୁଁଚି ଯେ ଆପଣ ମଧ୍ୟ ଗୋଟିଏ କାମ ନିଶ୍ଚିତ ଭାବେ କରନ୍ତୁ । ଆତ୍ମନିର୍ଭର ଭାରତର ଅଧିକରୁ ଅଧିକ ଉଦାହରଣ, ଏବଂ ଏଭଳି ପ୍ରୟାସଗୁଡ଼ିକ ସମ୍ପର୍କରେ ଶେୟାର୍‌ କରନ୍ତୁ । ନିଜ ନିଜ ଆଖପାଖରେ କ’ଣ ସବୁ ନୂଆ Innovation ଦେଖୁଛନ୍ତି, କେଉଁ ସ୍ଥାନୀୟ ଷ୍ଟାର୍ଟଅପ୍‌ ଆପଣଙ୍କୁ ସବୁଠୁ ବେଶୀ ପ୍ରଭାବିତ କରିଛି, ଏହି ତଥ୍ୟକୁ #AatmanirbharInnovation ସହ ସାମାଜିକ ଗଣମାଧ୍ୟମରେ ଲେଖନ୍ତୁ ଏବଂ ଆତ୍ମନିର୍ଭର ଭାରତର ଉତ୍ସବ ପାଳନ କରନ୍ତୁ । ଏ ପାର୍ବଣ ଋତୁରେ ତ ଆମେ ସମସ୍ତେ ଆତ୍ମନିର୍ଭର ଭାରତର ଏହି ଅଭିଯାନକୁ ଅଧିକ ମଜଭୁତ କରିଥାଉ । ଆମେ ଭୋକାଲ୍‌ ଫର୍‌ ଲୋକାଲ୍‌ ମନ୍ତ୍ର ସହିତ ନିଜର କିଣାକିଣି କରିଥାଉ । ଏହା ହେଉଛି ନୂଆ ଭାରତ, ଯେଉଁଠି ଅସମ୍ଭବ ହେଉଛି କେବଳ ଏକ ଆହ୍ୱାନ, ଯେଉଁଠି ମେକ୍‌ ଇନ୍‌ ଇଣ୍ଡିଆ ଏବେ ମେକ୍‌ ଫର୍‌ ଦି ୱାର୍ଲଡ ହୋଇଯାଇଛି, ଯେଉଁଠି ପ୍ରତ୍ୟେକ ନାଗରିକ ଜଣେ ଜଣେ Innovator, ଯେଉଁଠି ପ୍ରତ୍ୟେକ ଆହ୍ୱାନ ଏକ ସୁଯୋଗ । ଆମକୁ କେବଳ ଯେ ଭାରତକୁ ଆତ୍ମନିର୍ଭର କରିବାର ନାହିଁ, ବରଂ ନିଜ ଦେଶକୁ ଉଦ୍ଭାବନର ବିଶ୍ୱଶକ୍ତି ଭାବେ ମଜଭୁତ କରିବାର ଅଛି ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣଙ୍କୁ ଏକ ଅଡିଓ ଶୁଣାଉଛି ।

ଟ୍ରାନ୍ସକ୍ରିପ୍‌ସନ ଅଡିଓ ବାଇଟ୍‌

ଠକ କଲର୍‌ ୧ : ହେଲୋ

ପୀଡ଼ିତ : ସାର୍‌ ନମସ୍ତେ ସାର୍‌

ଠକ କଲର୍‌ ୧ : ନମସ୍ତେ

ପୀଡ଼ିତ : ସାର୍‌, କହନ୍ତୁ ସାର୍‌

ଠକ କଲର୍‌ ୧ : ଦେଖନ୍ତୁ ଆପଣ ଏ ଯେଉଁ ଏଫ୍‌ଆଇର୍‌ ନମ୍ବର ମୋତେ ପଠାଇଛନ୍ତି, ଏହି ନମ୍ବର ବିରୋଧରେ ୧୭ଟି ଅଭିଯୋଗ ଆମ ପାଖରେ ଅଛି, ଆପଣ ଏହି ନମ୍ବର ବ୍ୟବହାର କରୁଛନ୍ତି କି ?

ପୀଡ଼ିତ : ମୁଁ ଏହାକୁ ବ୍ୟବହାର କରେନି ସାର୍‌

ଠକ କଲର୍‌ ୧ : ଏବେ କୋଉଠୁ କଥା ହେଉଛନ୍ତି ?

ପୀଡ଼ିତ : ସାର୍‌ କର୍ଣ୍ଣାଟକ ସାର୍‌, ଏବେ ଘରେ ଅଛି ସାର୍‌

ଠକ କଲର୍‌ ୧ : ଓକେ, ଆପଣ ନିଜର ଷ୍ଟେଟ୍‌ମେଣ୍ଟ୍‌ ରେକର୍ଡ କରନ୍ତୁ ଯେପରିକି ଏହି ନମ୍ବରକୁ ବ୍ଲକ୍‌ କରିହେବ। ଭବିଷ୍ୟତରେ ଯେପରିକି ଆପଣଙ୍କର କିଛି ଅସୁବିଧା ହେବନାହିଁ, ଓକେ

ପୀଡ଼ିତ : ହଁ ସାର୍‌

ଠକ କଲର୍‌ ୧ : ଏବେ ମୁଁ ଆପଣଙ୍କୁ କନେକ୍ଟ୍‌ କରୁଛି, ଇଏ ଆପଣଙ୍କର ଇନ୍‌ଭେଷ୍ଟିଗେସନ ଅଫିସର୍‌ । ଆପଣ ନିଜର ଷ୍ଟେଟ୍‌ମେଣ୍ଟ ରେକର୍ଡ କରନ୍ତୁ ଯେଭଳି ଏହି ନମ୍ବରକୁ ବ୍ଲକ୍‌ କରିଦିଆଯିବ, ଓକେ

ପୀଡ଼ିତ : ହଁ ସାର୍‌

ଠକ କଲର୍‌ ୧ : ହଁ ଆଜ୍ଞା କହନ୍ତୁ, କ’ଣ ମୁଁ କାହା ସହ କଥା ହଉଛି ? ଆପଣଙ୍କ ଆଧାର କାର୍ଡ ମୋତେ ଦେଖାନ୍ତୁ, ଭେରିଫାଏ କରିବା ପାଇଁ ... କହନ୍ତୁ

ପୀଡ଼ିତ : ସାର୍‌ ମୋ ପାଖରେ ଏବେ ନାହିଁ ସାର୍‌ ଆଧାର କାର୍ଡ ସାର୍‌...ପ୍ଲିଜ୍‌ ସାର୍‌

ଠକ କଲର୍‌ ୧ : ଆପଣଙ୍କର ଫୋନ୍‌ରେ ଅଛି କି ?

ପୀଡ଼ିତ : ନା ସାର୍‌

ଠକ କଲର୍‌ ୧ : ଫୋନରେ ଆଧାର କାର୍ଡର କୌଣସି ଫଟୋ ନାହିଁ କି ?

ପୀଡ଼ିତ : ନାହିଁ ସାର୍

ଠକ କଲର୍‌ ୧ : ନମ୍ବର ମନେ ଅଛି ଆପଣଙ୍କର ?

ପୀଡ଼ିତ : ନାଇଁ ସାର୍‌, ନମ୍ବର ବି ମନେ ନାହିଁ ସାର୍‌

ଠକ କଲର୍‌ ୧ : ଆମକୁ କେବଳ ଭେରିଫାଏ କରିବାର ଅଛି, ଓକେ, କେବଳ ଭେରିଫାଏ କରିବା ପାଇଁ

ପୀଡ଼ିତ : ନା ସାର୍‌

ଠକ କଲର୍‌ ୧ : ଆପଣ ଡରନ୍ତୁନି ଡରନ୍ତୁନି, ଯଦି କିଛି ଭୁଲ୍ କରିନାହାନ୍ତି ତାହେଲେ ଆପଣ ଡରନ୍ତୁନି

ପୀଡ଼ିତ : ହଁ ସାର୍‌ ହଁ ସାର୍‌

ଠକ କଲର୍‌ ୧ : ଆପଣଙ୍କ ପାଖରେ ଆଧାର କାର୍ଡ ଅଛି ତ ମୋତେ ଦେଖାନ୍ତୁ ଭେରିଫାଏ କରିବା ପାଇଁ

ପୀଡ଼ିତ : ନା ସାର୍‌ .. ନା ସାର୍‌ .. ମୁଁ ଗାଁକୁ ଆସିଛି ସାର୍‌ .. ସେଇଠି ଘରେ ଅଛି ସାର୍‌

ଠକ କଲର୍‌ ୧ : ଓକେ

ଦ୍ୱିତୀୟ ସ୍ୱର : ମେ ଆଇ କମ୍‌ ଇନ୍‌ ସାର୍‌

ଠକ କଲର୍‌ ୧ : କମ୍‌ ଇନ୍‌

ଠକ କଲର୍‌ ୨ : ଜୟ ହିନ୍ଦ୍‌

ଠକ କଲର୍‌ ୧ : ଜୟ ହିନ୍ଦ୍‌

ଠକ କଲର୍‌ ୧ : ଏ ଲୋକର One sided ଭିଡିଓ କଲ୍‌ ରେକର୍ଡ କର ପ୍ରୋଟୋକଲ୍‌ ଅନୁସାରେ ... ଓକେ

//////////

ଏଇ ଅଡିଓ କେବଳ ସୂଚନା ପାଇଁ ନୁହେଁ, ଏହା କୌଣସି ମନୋରଞ୍ଜନଧର୍ମୀ ଅଡିଓ ନୁହେଁ, ଏକ ଗଭୀର ଚିନ୍ତାକୁ ନେଇ ଏହି ଅଡିଓ ଆସିଛି । ଆପଣ ଏବେ ଯେଉଁ କଥାବାର୍ତ୍ତା ଶୁଣିଲେ, ତାହା ଏକ ଡିଜିଟାଲ୍‌ ଆରେଷ୍ଟ୍‌ର ଠକେଇ ଅଟେ । ଏହି କଥାବାର୍ତ୍ତା ଜଣେ ପୀଡ଼ିତ ଓ ଠକ ମଧ୍ୟରେ ହୋଇଥିଲା । ଡିଜିଟାଲ୍‌ ଆରେଷ୍ଟ୍‌ ଠକେଇରେ ଫୋନ୍‌ କରୁଥିବା ଠକ କେବେ ପୁଲିସ, ସିବିଆଇ, କେବେ ନାର୍କୋଟିକ୍ସ ତ ଆଉ କେବେ ଆର୍‌ବିଆଇ, ଏଭଳି ବିଭିନ୍ନ ପ୍ରକାରର ଅଧିକାରୀର ମିଛ ପରିଚୟ ଦେଇ ବଡ଼ ଆତ୍ମବିଶ୍ୱାସର ସହ କଥା ହୋଇଥାନ୍ତି । ‘ମନ୍‌ କି ବାତ୍‌’ର ବହୁତ ଶ୍ରୋତା ମୋତେ କହିଛନ୍ତି ଯେ ଏ ନେଇ ନିଶ୍ଚିତ ଭାବେ ଚର୍ଚ୍ଚା କରାଯିବା ଦରକାର । ଆସନ୍ତୁ, ମୁଁ ଆପଣଙ୍କୁ ସୂଚନା ଦେଉଛି ଯେ ଏହି ଠକାମି କରୁଥିବା ଲୋକେ କିପରି କାମ କରନ୍ତି; ଏହି ବିପଦଜନକ ଖେଳ କ’ଣ? ଆପଣ ନିଜେ ବୁଝିବା ଜରୁରୀ ଆଉ ଅନ୍ୟକୁ ବୁଝାଇବା ମଧ୍ୟ ସେତିକି ଆବଶ୍ୟକ । ପ୍ରଥମ କୌଶଳରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସବୁକୁ ସେମାନେ ସଂଗ୍ରହ କରନ୍ତି ଯେମିତିକି – “ଆପଣ ଗତମାସରେ ଗୋଆ ଯାଇଥିଲେ କି ନାହିଁ ? ଆପଣଙ୍କ ଝିଅ ଦିଲ୍ଲୀରେ ପଢ଼ୁଛି କି ନାହିଁ ?” ସେମାନେ ଆପଣଙ୍କ ବିଷୟରେ ଏତେ ତଥ୍ୟ ସଂଗ୍ରହ କରନ୍ତି ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଦ୍ୱିତୀୟ କୌଶଳରେ ସରକାରୀ କାର୍ଯ୍ୟାଳୟ ପରି Set up ଏବଂ Uniform ପ୍ରଦର୍ଶନ କରି ଭୟର ପରିବେଶ ସୃଷ୍ଟି କରିଥାନ୍ତି ତଥା ଆଇନର ବିଭିନ୍ନ ଧାରାର ଆଳରେ ସେମାନେ ଆପଣଙ୍କୁ ଫୋନରେ କଥାରେ କଥାରେ ଏତେ ଡରାଇ ଦେବେ ଯେ ଆପଣ ଚିନ୍ତା ବି କରିପାରିବେ ନାହିଁ । ଶେଷରେ ଆରମ୍ଭ ହୁଏ ତୃତୀୟ କୌଶଳ, ସମୟ ଚାପର ପ୍ରୟୋଗ ଯେମିତିକି, “ଏବେ ନିଷ୍ପତ୍ତି ନେବାକୁ ହେବ, ନଚେତ୍‌ ଆପଣଙ୍କୁ ଗିରଫ ହେବାକୁ ପଡ଼ିବ ।” ଏ ଲୋକେ ପୀଡ଼ିତ ଉପରେ ଏତେ ମନୋବୈଜ୍ଞାନିକ ଚାପ ପକାନ୍ତି ଯେ ସେ ଅସହାୟ ହୋଇପଡ଼େ । ଡିଜିଟାଲ୍‌ ଆରେଷ୍ଟ୍‌ ଭୟର ଶିକାର ହେଉଥିବା ଲୋକଙ୍କ ମଧ୍ୟରେ ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ବୟସର ବ୍ୟକ୍ତି ଥାଆନ୍ତି । ଲୋକେ ଡରିଯାଇ ନିଜର କଷ୍ଟ ଅର୍ଜିତ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । କେବେ ବି ଆପଣଙ୍କ ପାଖକୁ ଯଦି ଏଭଳି କଲ୍‌ ଆସେ, ତେବେ ଆପଣଙ୍କୁ ଡରିବାର ନାହିଁ । ଆପଣ ଜାଣିବା ଦରକାର ଯେ କୌଣସି ତଦନ୍ତକାରୀ ସଂସ୍ଥା ଫୋନ୍‌କଲ୍‌ ବା ଭିଡିଓ କଲ୍‌ରେ ଏହିଭଳି ପଚରାଉଚୁରା କେବେ ବି କରନ୍ତି ନାହିଁ । ମୁଁ ଆପଣଙ୍କୁ ଡିଜିଟାଲ୍‌ ସୁରକ୍ଷାର ତିନିଟି ପଦକ୍ଷେପ ସମ୍ପର୍କରେ କହୁଛି । ଏହି ତିନିଟି ପଦକ୍ଷେପ ହେଲା- ଅଟକିଯାଆନ୍ତୁ-ଭାବନ୍ତୁ-ଆକ୍ସନ ନିଅନ୍ତୁ । କଲ୍‌ ଆସିବା କ୍ଷଣି ‘ଅଟକିଯାନ୍ତୁ’- ବିଚଳିତ ହୁଅନ୍ତୁ ନାହିଁ, ଶାନ୍ତ ରହନ୍ତୁ, ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, କାହାକୁ ନିଜର ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ, ସମ୍ଭବ ହେଲେ ସ୍କ୍ରିନ୍‌ ସଟ୍‌ ନିଅନ୍ତୁ ଓ ରେକର୍ଡିଂ ନିଶ୍ଚିତ କରନ୍ତୁ । ଏହାପରେ ଆସେ ଦ୍ୱିତୀୟ ପଦକ୍ଷେପ । ପ୍ରଥମ ପଦକ୍ଷେପ ଥିଲା, ‘ଅଟକିଯାଆନ୍ତୁ’, ଦ୍ୱିତୀୟ ପଦକ୍ଷେପ ହେଲା ‘ଭାବନ୍ତୁ’ । କୌଣସି ସରକାରୀ ସଂସ୍ଥା ଫୋନ୍‌ରେ ଏଭଳି ଧମକ ଦିଏନାହିଁ କି ଭିଡିଓ କଲ୍‌ରେ ପଚରାଉଚୁରା କରେ ନାହିଁ କିମ୍ବା ଏଭଳି ଟଙ୍କା ମାଗେ ନାହିଁ । ଯଦି ଡର ଲାଗୁଛି ତ ଭାବନ୍ତୁ ଯେ କିଛି ଗଡ଼ବଡ଼ ଅଛି । ଏ ତ ଗଲା ପ୍ରଥମ ଏବଂ ଦ୍ୱିତୀୟ ପଦକ୍ଷେପ କଥା, ଏବେ ମୁଁ କହୁଛି ତୃତୀୟ ପଦକ୍ଷେପ ସମ୍ପର୍କରେ । ପ୍ରଥମ ପଦକ୍ଷେପରେ ମୁଁ କହିଲି ‘ଅଟକି ଯାଆନ୍ତୁ’, ଦ୍ୱିତୀୟରେ ମୁଁ କହିଲି ‘ଭାବନ୍ତୁ’, ଆଉ ତୃତୀୟରେ କହୁଛି- ‘ଆକ୍ସନ ନିଅନ୍ତୁ’ । ଜାତୀୟ ସାଇବର୍‌ ହେଲ୍‌ପଲାଇନ ୧୯୩୦କୁ ଡାଏଲ୍‌ କରନ୍ତୁ, cybercrime.gov.inରେ ରିପୋର୍ଟ କରନ୍ତୁ, ପରିବାର ଓ ପୁଲିସକୁ ସୂଚନା ଦିଅନ୍ତୁ, ପ୍ରମାଣ ସୁରକ୍ଷିତ ରଖନ୍ତୁ । ‘ଅଟକନ୍ତୁ’, ପରେ ‘ଭାବନ୍ତୁ’, ତା’ପରେ ଆକ୍ସନ୍‌ ନିଅନ୍ତୁ । ଏହି ତିନୋଟି ପଦକ୍ଷେପ ଆପଣଙ୍କ ଡିଜିଟାଲ୍‌ ସୁରକ୍ଷାର କବଚ ହୋଇପାରିବ ।

ବନ୍ଧୁଗଣ, ମୁଁ ପୁଣିଥରେ କହୁଛି ଯେ ଡିଜିଟାଲ୍‌ ଆରେଷ୍ଟ ଭଳି କୌଣସି ବ୍ୟବସ୍ଥା ଆଇନରେ ନାହିଁ, ଏହା କେବଳ ଏକ ଫ୍ରଡ୍‌, ଏକ ଠକେଇ, ମିଛ, ବଦମାସ୍‌ମାନଙ୍କର ଗୋଷ୍ଠୀ ଅଛି ଏବଂ ଯେଉଁମାନେ ଏଭଳି କରୁଛନ୍ତି ସେମାନେ ସମାଜର ଶତ୍ରୁ । ଡିଜିଟାଲ୍‌ ଆରେଷ୍ଟ୍‌ ନାଁରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବିଭିନ୍ନ ତଦନ୍ତକାରୀ ସଂସ୍ଥା ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବା ପାଇଁ ନେସନାଲ୍‌ ସାଇବର୍‌ କୋ-ଅର୍ଡିନେସନ ସେଣ୍ଟର୍‌ ପ୍ରତିଷ୍ଠା କରାଯାଇଛି । ସଂସ୍ଥାଗୁଡ଼ିକ ପକ୍ଷରୁ ଏପରି ଠକେଇ କରୁଥିବା ହଜାର ହଜାର ଭିଡିଓ କଲିଂ ଆଇଡିକୁ ବ୍ଲକ୍‌ କରାଯାଇଛି । ଲକ୍ଷଲକ୍ଷ ସିମ୍‌ କାର୍ଡ, ମୋବାଇଲ୍‌ ଫୋନ୍‌ ଓ ବ୍ୟାଙ୍କ୍‌ ଖାତାକୁ ମଧ୍ୟ ବ୍ଲକ୍‌ କରାଯାଇଛି । ସଂସ୍ଥାଗୁଡ଼ିକ ତ ନିଜ କାମ କରୁଛନ୍ତି, କିନ୍ତୁ ଡିଜିଟାଲ୍‌ ଆରେଷ୍ଟ୍‌ ନାଁରେ ହେଉଥିବା ଠକେଇରୁ ରକ୍ଷା ପାଇବାକୁ ହେଲେ ସମସ୍ତେ ସଚେତନ ହେବା ନିହାତି ଜରୁରୀ; ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ । ଯେଉଁମାନେ ଏଇଭଳି ସାଇବର ଠକେଇର ଶିକାର ହୋଇଛନ୍ତି, ସେମାନେ ଅଧିକରୁ ଅଧିକ ଲୋକଙ୍କୁ ଏ ବିଷୟରେ ଜଣାଇବା ଦରକାର । ଆପଣ ସଚେତନତା ପାଇଁ #SafeDigitalIndiaର ପ୍ରୟୋଗ କରିପାରିବେ । ମୁଁ ସ୍କୁଲ୍‌ ଓ କଲେଜଗୁଡ଼ିକୁ ମଧ୍ୟ କହିବି ଯେ ସାଇବର ଠକେଇ ବିରୋଧୀ ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରନ୍ତୁ । ସମାଜରେ ସମସ୍ତଙ୍କ ପ୍ରୟାସରେ ହିଁ ଆମେ ଏହି ଆହ୍ୱାନର ମୁକାବିଲା କରିପାରିବା ।

ମୋର ପ୍ରିୟ ଦେଶବାସୀଗଣ, ଆମର ବହୁତ ସ୍କୁଲ୍‌ପିଲା କାଲିଗ୍ରାଫି ଅର୍ଥାତ ସୁନ୍ଦର ହସ୍ତାକ୍ଷରରେ ବହୁତ ରୁଚି ରଖନ୍ତି । ଏହା ମାଧ୍ୟମରେ ଆମର ଲେଖା ସଫା, ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ । ଆଜି ଜାମ୍ମୁକାଶ୍ମୀରରେ ସ୍ଥାନୀୟ ସଂସ୍କୃତିକୁ ଲୋକପ୍ରିୟ କରିବା ପାଇଁ ଏହାର ଉପଯୋଗ ହେଉଛି । ସେଠାକାର ଅନନ୍ତନାଗର ଫିରଦୌସା ବଶିର୍‌ ଜୀ କାଲିଗ୍ରାଫିରେ ଦକ୍ଷତା ହାସଲ କରିଛନ୍ତି, ଏହା ଜରିଆରେ ସେ ସ୍ଥାନୀୟ ସଂସ୍କୃତିର ବିଭିନ୍ନ ଦିଗକୁ ଲୋକଲୋଚନକୁ ଆଣୁଛନ୍ତି । ଫିର୍‌ଦୌସା ଜୀଙ୍କ କାଲିଗ୍ରାଫି ସ୍ଥାନୀୟ ଲୋକଙ୍କୁ, ବିଶେଷକରି ଯୁବପିଢ଼ିକୁ ଆକର୍ଷିତ କରୁଛି । ଉଧମପୁରର ଗୋରିନାଥ୍ ଜୀ ମଧ୍ୟ ଠିକ୍‌ ଏଇଭଳି ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଗୋଟିଏ ଶତାବ୍ଦୀରୁ ଅଧିକ ପୁରୁଣା ସାରଙ୍ଗୀ ମାଧ୍ୟମରେ ଡୋଗରା ସଂସ୍କୃତି ଓ ପରମ୍ପରାର ବିଭିନ୍ନ ରୂପକୁ ସାଇତିବାରେ ଲାଗିଛନ୍ତି । ସାରଙ୍ଗୀର ଧୁନ୍ ସହିତ ସେ ନିଜ ସଂସ୍କୃତି ସହିତ ଜଡ଼ିତ ପ୍ରାଚୀନ କାହାଣୀ ଓ ଐତିହାସିକ ଘଟଣାଗୁଡ଼ିକୁ ଅତି ମନଛୁଆଁ ଭାବରେ କହୁଛନ୍ତି । ଦେଶର ଭିନ୍ନ ଭିନ୍ନ ଭାଗରେ ଆପଣଙ୍କୁ ଏଭଳି ଅନେକ ଅସାଧାରଣ ଲୋକ ମିଳିଯିବେ ଯେଉଁମାନେ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ପାଇଁ ଆଗେଇ ଆସିଛନ୍ତି । ଡି. ବୈକୁଣ୍ଠମ୍ ପ୍ରାୟ ୫୦ ବର୍ଷ ଧରି ଚେରିୟାଲ୍ ଲୋକକଳାକୁ ଲୋକପ୍ରିୟ କରିବା ପାଇଁ ଲାଗିପଡ଼ିଛନ୍ତି । ତେଲଙ୍ଗାନା ରାଜ୍ୟ ସହ ଜଡ଼ିତ ଏହି କଳାକୁ ଆଗେଇନେବା ପାଇଁ ସେ ଅଦ୍ଭୁତ ପ୍ରୟାସ କରୁଛନ୍ତି । ଚୋରିୟାଲ୍ ପେଣ୍ଟିଂ ତିଆରି କରିବାର ପ୍ରକ୍ରିୟା ଅତ୍ୟନ୍ତ ନିଆରା । ଏହା ଗୋଟିଏ Scroll ରୂପରେ କାହାଣୀଗୁଡ଼ିକୁ ସାମନାକୁ ଆଣେ । ଏଥିରେ ଆମ ଇତିହାସ ଓ ପୁରାଣର ସମ୍ପୂର୍ଣ୍ଣ ଝଲକ ଦେଖିବାକୁ ମିଳେ । ଛତିଶଗଡ଼ ନାରାୟଣପୁର ନିବାସୀ ବୁଟଲୁରାମ ମାଥରା ମହାଶୟ ଅବୁଝମାଡ଼ିଆ ଜନଜାତିର ଲୋକକଳାକୁ ସଂରକ୍ଷିତ କରିବାରେ ଲାଗିପଡ଼ିଛନ୍ତି । ଗତ ଚାରି ଦଶନ୍ଧିରୁ ସେ ତାଙ୍କର ଏହି ଅଭିଯାନରେ ଲାଗିଛନ୍ତି । ତାଙ୍କର ଏହି କଳା ‘ବେଟୀ ବଚାଓ, ବେଟୀ ପଢ଼ାଓ’ ଏବଂ ସ୍ୱଚ୍ଛ ଭାରତ ଭଳି ଅଭିଯାନ ସହିତ ଲୋକମାନଙ୍କୁ ଯୋଡ଼ିବାରେ ମଧ୍ୟ ବହୁତ ସହାୟକ ହୋଇଛି ।

ବନ୍ଧୁଗଣ, କାଶ୍ମୀର ବରଫାବୃତ ପାହାଡ଼ଠାରୁ ଆରମ୍ଭକରି ଛତିଶଗଡ଼ର ଜଙ୍ଗଲ ପର୍ଯ୍ୟନ୍ତ ଆମର କଳା ଏବଂ ସଂସ୍କୃତି କେମିତି ନୂଆ ନୂଆ ରଙ୍ଗରେ ଉଦ୍ଭାସିତ ହୋଇଛି ଆମେ ଏବେ ସେ ବିଷୟରେ କଥାହେଉଥିଲେ, କିନ୍ତୁ ଏହି କଥା ଏଇଠି ଶେଷ ହେଉନି । ଆମର ଏହି କଳାର ସୁଗନ୍ଧ ଦୂରଦୂରାନ୍ତ ଯାଏ ବିସ୍ତାର ହେଉଛି । ବିଶ୍ୱର ଭିନ୍ନ ଭିନ୍ନ ଦେଶର ଲୋକମାନେ ଭାରତୀୟ କଳା ଓ ସଂସ୍କୃତି ଦ୍ୱାରା ମନ୍ତ୍ରମୁଗ୍ଧ ହେଉଛନ୍ତି । ମୁଁ ଯେତେବେଳେ ଆପଣମାନଙ୍କୁ ଉଧମପୁରରେ ଗୁଞ୍ଜରି ଉଠୁଥିବା ସାରଙ୍ଗୀ କଥା କହୁଥିଲି, ସେତେବେଳେ ମନେପଡୁଥିଲା ଯେ କେମିତି ହଜାର ହଜାର ମାଇଲ୍ ଦୂରରେ ଋଷର ସହର ୟାକୁଟସ୍କରେ ମଧ୍ୟ ଭାରତୀୟ କଳାର ମଧୁର ଧ୍ୱନି ଗୁଞ୍ଜରିତ ହେଉଛି । କଳ୍ପନା କରନ୍ତୁ ତ, ଭୀଷଣ ଶୀତରେ, ମାଇନସ ୬୫ ଡିଗ୍ରୀ ତାପମାତ୍ରା, ଚାରିଆଡ଼େ ବରଫର ଧଳା ଚାଦର, ଆଉ ସେଠାକାର ଗୋଟିଏ ମଞ୍ଚରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଦେଖୁଛନ୍ତି – କାଳିଦାସଙ୍କର “ଅଭିଜ୍ଞାନ ଶାକୁନ୍ତଳମ୍” । ଆପଣ ଭାବିପାରୁଛନ୍ତି ? ଦୁନିଆର ସବୁଠୁଁ ଥଣ୍ଡା ସହର ୟାକୁଟସ୍କରେ ଭାରତୀୟ ସାହିତ୍ୟର ମାଧୁର୍ଯ୍ୟ । ଏ ଖାଲି କଳ୍ପନା ନୁହେଁ, ଆମକୁ ଗର୍ବ ଓ ଆନନ୍ଦରେ ଅଭିଭୂତ କଲାଭଳି ନିଚ୍ଛକ ସତ୍ୟ ।

ବନ୍ଧୁଗଣ କିଛି ସପ୍ତାହ ପୂର୍ବରୁ ମୁଁ ଲାଓସ୍ ମଧ୍ୟ ଯାଇଥିଲି । ସେ ନବରାତ୍ରିର ସମୟ ଥିଲା ଏବଂ ମୁଁ ସେଠାରେ କିଛି ଅଦ୍ଭୁତ କଥା ଦେଖିଲି । ସ୍ଥାନୀୟ କଳାକାରମାନେ “ଫଲକ୍ ଫଲମ୍” ପରିବେଷଣ କରୁଥିଲେ – ‘ଲାଓସର ରାମାୟଣ’ । ତାଙ୍କ ଆଖିରେ ସେହିଭଳି ଭକ୍ତି ଥିଲା, ସ୍ୱରରେ ସେହି ସମର୍ପଣ ଥିଲା ଯେମିତି ଆମମାନଙ୍କର ଆମ ରାମାୟଣ ପ୍ରତି ଥାଏ । ସେହିଭଳି କୁୱେତରେ ଶ୍ରୀ ଅବଦୁଲ୍ଲା ଅଲବାରୁନ୍ ରାମାୟଣ ଓ ମହାଭାରତର ଅରବୀ ଭାଷାରେ ଅନୁବାଦ କରିଛନ୍ତି । ଏହି କାମଟି ଖାଲି ଅନୁବାଦ ନୁହେଁ, ବରଂ ଦୁଇଟି ମହାନ୍ ସଂସ୍କୃତି ମଧ୍ୟରେ ଏକ ସଂଯୋଗ ସେତୁ । ତାଙ୍କର ଏହି ପ୍ରୟାସ ଆରବ୍ ଜଗତରେ ଭାରତୀୟ ସାହିତ୍ୟ ପ୍ରତି ଏକ ନୂତନ ଭାବଧାରା ସୃଷ୍ଟି କରୁଛି । ପେରୁରେ ଆଉ ଏକ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ – ଏରଲିନ୍ଦା ଗାର୍ସିଆ ସେଠାକାର ଯୁବବର୍ଗଙ୍କୁ ଭାରତନାଟ୍ୟମ୍ ଶିକ୍ଷା ଦେଉଛନ୍ତି ଏବଂ ମାରିଆ ବାଲଦେସ୍ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ଦେଉଛନ୍ତି । ଏହି କଳାଗୁଡ଼ିକ ଦ୍ୱାରା ପ୍ରଭାବିତ ହୋଇ ଦକ୍ଷିଣ ଆମେରିକାର ଅନେକ ଦେଶରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ପ୍ରବଳ ଆକର୍ଷଣ ଦେଖାଯାଉଛି ।

ବନ୍ଧୁଗଣ, ବିଦେଶ ଭୂମିରେ ଭାରତର ଏହି ଉଦାହରଣ ଦର୍ଶାଇଦିଏ ଯେ ଭାରତୀୟ ସଂସ୍କୃତିର ଶକ୍ତି ଅଦ୍ଭୁତ । ଏହା କ୍ରମାଗତ ଭାବରେ ବିଶ୍ୱକୁ ନିଜ ଆଡ଼କୁ ଆକର୍ଷିତ କରିଚାଲିଛି ।

“ଯେଉଁଠି ଅଛି କଳା, ସେଇଠି ଅଛି ଭାରତ”

“ଯେଉଁଠି ଅଛି ସଂସ୍କୃତି, ସେଇଠି ଅଛି ଭାରତ ।”

ଆଜି ସାରା ବିଶ୍ୱର ଲୋକ ଭାରତକୁ ଜାଣିବାକୁ ଚାହୁଁଛନ୍ତି, ଭାରତର ଲୋକମାନଙ୍କୁ ଜାଣିବାକୁ ଚାହୁଁଛନ୍ତି । ତେଣୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ ଯେ ଆପଣଙ୍କ ଆଖପାଖର ସାଂସ୍କୃତିକ ଘଟଣାଗୁଡ଼ିକୁ #CulturalBridgesରେ ସେୟାର୍ କରନ୍ତୁ । ଏହିଭଳି ଉଦାହରଣଗୁଡ଼ିକ ଆମେ ‘ମନ୍ କି ବାତ୍’ରେ ଭବିଷ୍ୟତରେ ବି ଆଲୋଚନା କରିବା ।

ମୋର ପ୍ରିୟ ଦେଶବାସୀଗଣ, ଦେଶର ଅନେକାଂଶରେ ଶୀତଋତୁ ଆରମ୍ଭ ହୋଇଗଲାଣି, କିନ୍ତୁ Fitnesse Passion, Fit Indiae Spirit– ଏସବୁର କୌଣସି ଋତୁରେ କିଛି ଫରକ୍ ପଡ଼େନି । ଯାହାର ଫିଟ୍ ରହିବାର ଅଭ୍ୟାସ ଅଛି ସେ ଶୀତ, ଗ୍ରୀଷ୍ମ, ବର୍ଷା କିଛି ବି ଦେଖେନି । ମୁଁ ଖୁସି ଯେ ଭାରତର ଲୋକମାନେ ଏବେ ଫିଟନେସ ପ୍ରତି ଖୁବ୍ ସଚେତନ ହେଲେଣି । ଆପଣମାନେ ମଧ୍ୟ ଦେଖୁଥିବେ ଯେ ଆପଣଙ୍କ ଆଖପାଖର ପାର୍କମାନଙ୍କରେ ଲୋକମାନଙ୍କ ସଂଖ୍ୟା ବଢ଼ୁଛି । ପାର୍କରେ ବୁଲୁଥିବା ବୟସ୍କ, ନବଯୁବକ ଏବଂ ଯୋଗ କରୁଥିବା ପରିବାରମାନଙ୍କୁ ଦେଖି ମୋତେ ବହୁତ ଖୁସି ଲାଗେ । ମୋର ମନେଅଛି, ଯୋଗଦିବସରେ ମୁଁ ଯେତେବେଳେ ଶ୍ରୀନଗରରେ ଥିଲି, ବର୍ଷା ସତ୍ତ୍ୱେ ବି ଅନେକ ଲୋକ ଯୋଗ ପାଇଁ ଏକତ୍ରିତ ହୋଇଥିଲେ । ଏହି କିଛିଦିନ ତଳେ ଶ୍ରୀନଗରରେ ଯେଉଁ ମାରାଥନ୍ ହେଲା, ସେଥିରେ ମଧ୍ୟ ମୋତେ ଫିଟନେସ ପ୍ରତି ସେହିଭଳି ଉତ୍ସାହ ଦେଖିବାକୁ ମିଳିଲା । ଫିଟ୍ ଇଣ୍ଡିଆର ଏହି ଭାବନା ଏବେ ଏକ ଗଣଆନ୍ଦୋଳନରେ ପରିଣତ ହେଲାଣି ।

ବନ୍ଧୁଗଣ, ଆମର ସ୍କୁଲଗୁଡ଼ିକ ପିଲାମାନଙ୍କର ଫିଟନେସ ପ୍ରତି ଏବେ ଅଧିକ ଧ୍ୟାନ ଦେଉଛନ୍ତି – ଏହାଦେଖି ମଧ୍ୟ ମୋତେ ବହୁତ ଭଲ ଲାଗୁଛି । Fit India 15 School hours ମଧ୍ୟ ଗୋଟିଏ ଅଭିନବ ପ୍ରୟାସ । ସ୍କୁଲଗୁଡ଼ିକ ନିଜର ପ୍ରଥମ ପିରିୟଡର ଉପଯୋଗ ଭିନ୍ନ ଭିନ୍ନ ଫିଟନେସ କାର୍ଯ୍ୟକଳାପ ପାଇଁ କରୁଛନ୍ତି । ଅନେକ ସ୍କୁଲରେ କେଉଁଦିନ ପିଲାମାନଙ୍କୁ ଯୋଗ ଅଭ୍ୟାସ କରାଯାଉଛି, ପୁଣି କେଉଁଦିନ ଏରୋବିକ୍ସର ଶିକ୍ଷା ଦିଆଯାଉଛି, କେତେବେଳେ କ୍ରୀଡ଼ା କୌଶଳ ଉପରେ ବି କାମ ହେଉଛି । କେଉଁଦିନ ଖୋଖୋ, କବାଡ଼ି ଆଦି ପାରମ୍ପରିକ ଖେଳ ଶିଖାଯାଉଛି, ଆଉ ଏସବୁର ପ୍ରଭାବ ମଧ୍ୟ ବହୁତ ବଢ଼ିଆ ହେଉଛି । ଉପସ୍ଥାନ ମଧ୍ୟ ଭଲ ରହୁଛି, ପିଲାମାନଙ୍କର ମନଯୋଗ ଭଲ ରହୁଛି ଏବଂ ତାଙ୍କୁ ମଜା ବି ଲାଗୁଛି ।

ବନ୍ଧୁଗଣ, ମୁଁ ସୁସ୍ଥତାର ଏହି ଶକ୍ତିକୁ ସବୁଠାରେ ଦେଖୁଛି । ‘ମନ୍ କି ବାତ୍’ର ବହୁତ ଶ୍ରୋତାମାନେ ମଧ୍ୟ ସେମାନଙ୍କର ଅନୁଭୂତି ମୋତେ ଜଣାଇଛନ୍ତି । କିଛି ଲୋକ ତ ବହୁତ ଋଚିପୂର୍ଣ୍ଣ ପ୍ରୟୋଗ କରୁଛନ୍ତି । ଉଦାହରଣ Family Fitness hour ଅର୍ଥାତ୍ ଗୋଟିଏ ପରିବାର ପ୍ରତ୍ୟେକ ସପ୍ତାହରେ ଗୋଟିଏ ଘଣ୍ଟା Family Fitness Activity ପାଇଁ ରଖୁଛନ୍ତି । ଆଉ ଗୋଟିଏ ଉଦାହରଣ ହେଲା – Indigenous Games Revival, ଅର୍ଥାତ୍ କେତେକ ପରିବାର ପିଲାମାନଙ୍କୁ ପାରମ୍ପରିକ ଖେଳ ଖେଳାଉଛନ୍ତି । ଆପଣ ମଧ୍ୟ ଆପଣଙ୍କ Fitness Routine ସମ୍ବନ୍ଧୀୟ ଅନୁଭୂତିକୁ #FitIndia ନାମରେ ସୋସିଆଲ ମିଡିଆରେ ନିଶ୍ଚୟ ସେୟାର୍ କରନ୍ତୁ । ମୁଁ ଦେଶର ଲୋକମାନଙ୍କୁ ଗୋଟିଏ ଜରୁରୀ ସୂଚନା ଦେବାକୁ ଚାହେଁ । ଏ ବର୍ଷ ୩୧ ଅକ୍ଟୋବର ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଦିନରେ ହିଁ ଦୀପାବଳୀ ପଡ଼ୁଛି । ଆମେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖ ଦିନ ରାଷ୍ଟ୍ରୀୟ ଏକତା ଦିବସ ପାଇଁ ‘Run for Unity’ର ଆୟୋଜନ ମଧ୍ୟ କରନ୍ତି । ଦୀପାବଳୀ ଯୋଗୁଁ ଏ ବର୍ଷ ୨୯ ଅକ୍ଟୋବର ମଙ୍ଗଳବାର ଦିନ ‘Run for Unity’ ଆୟୋଜନ କରାଯିବ । ମୋର ଅନୁରୋଧ ବହୁସଂଖ୍ୟାରେ ଏଥିରେ ଯୋଗଦାନ କରନ୍ତୁ – ଦେଶର ଏକତାର ମନ୍ତ୍ର ସହିତ ଫିଟନେସର ମନ୍ତ୍ରକୁ ମଧ୍ୟ ସବୁଆଡ଼େ ପ୍ରଚାର କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆଜିପାଇଁ ଏତିକି । ଆପଣ ନିଜର ମତାମତ ନିଶ୍ଚୟ ପଠାନ୍ତୁ । ଏ ହେଉଛି ଉତ୍ସବର ସମୟ । ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ଧନତେରସ୍, ଦୀପାବଳୀ, ଛଟପୂଜା, ଗୁରୁନାନକ ଜୟନ୍ତୀ ଏବଂ ସମସ୍ତ ପର୍ବ ପାଇଁ ବହୁତ ଶୁଭକାମନା । ଆପଣମାନେ ସମସ୍ତେ ଉତ୍ସାହର ସହିତ ଉତ୍ସବ ପାଳନ କରନ୍ତୁ – ଭୋକାଲ ଫର ଲୋକାଲ ମନ୍ତ୍ରକୁ ମନେରଖନ୍ତୁ । ଚେଷ୍ଟା କରନ୍ତୁ ଯେମିତି ପର୍ବ ସମୟରେ ଆପଣଙ୍କ ଘରକୁ ସ୍ଥାନୀୟ ଦୋକାନୀମାନଙ୍କଠାରୁ ସାମଗ୍ରୀ ଆସିବ । ପୁଣିଥରେ ଆପଣ ସମସ୍ତଙ୍କୁ ଆଗାମୀ ପର୍ବଗୁଡ଼ିକର ବହୁତ ବହୁତ ଅଭିନନ୍ଦନ । ଧନ୍ୟବାଦ ।

 

 

 

 

 

 

 

 

 

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

Media Coverage

"Huge opportunity": Japan delegation meets PM Modi, expressing their eagerness to invest in India
NM on the go

Nm on the go

Always be the first to hear from the PM. Get the App Now!
...
Today, India is not just a Nation of Dreams but also a Nation That Delivers: PM Modi in TV9 Summit
March 28, 2025
QuoteToday, the world's eyes are on India: PM
QuoteIndia's youth is rapidly becoming skilled and driving innovation forward: PM
Quote"India First" has become the mantra of India's foreign policy: PM
QuoteToday, India is not just participating in the world order but also contributing to shaping and securing the future: PM
QuoteIndia has given Priority to humanity over monopoly: PM
QuoteToday, India is not just a Nation of Dreams but also a Nation That Delivers: PM

श्रीमान रामेश्वर गारु जी, रामू जी, बरुन दास जी, TV9 की पूरी टीम, मैं आपके नेटवर्क के सभी दर्शकों का, यहां उपस्थित सभी महानुभावों का अभिनंदन करता हूं, इस समिट के लिए बधाई देता हूं।

TV9 नेटवर्क का विशाल रीजनल ऑडियंस है। और अब तो TV9 का एक ग्लोबल ऑडियंस भी तैयार हो रहा है। इस समिट में अनेक देशों से इंडियन डायस्पोरा के लोग विशेष तौर पर लाइव जुड़े हुए हैं। कई देशों के लोगों को मैं यहां से देख भी रहा हूं, वे लोग वहां से वेव कर रहे हैं, हो सकता है, मैं सभी को शुभकामनाएं देता हूं। मैं यहां नीचे स्क्रीन पर हिंदुस्तान के अनेक शहरों में बैठे हुए सब दर्शकों को भी उतने ही उत्साह, उमंग से देख रहा हूं, मेरी तरफ से उनका भी स्वागत है।

साथियों,

आज विश्व की दृष्टि भारत पर है, हमारे देश पर है। दुनिया में आप किसी भी देश में जाएं, वहां के लोग भारत को लेकर एक नई जिज्ञासा से भरे हुए हैं। आखिर ऐसा क्या हुआ कि जो देश 70 साल में ग्यारहवें नंबर की इकोनॉमी बना, वो महज 7-8 साल में पांचवे नंबर की इकोनॉमी बन गया? अभी IMF के नए आंकड़े सामने आए हैं। वो आंकड़े कहते हैं कि भारत, दुनिया की एकमात्र मेजर इकोनॉमी है, जिसने 10 वर्षों में अपने GDP को डबल किया है। बीते दशक में भारत ने दो लाख करोड़ डॉलर, अपनी इकोनॉमी में जोड़े हैं। GDP का डबल होना सिर्फ आंकड़ों का बदलना मात्र नहीं है। इसका impact देखिए, 25 करोड़ लोग गरीबी से बाहर निकले हैं, और ये 25 करोड़ लोग एक नियो मिडिल क्लास का हिस्सा बने हैं। ये नियो मिडिल क्लास, एक प्रकार से नई ज़िंदगी शुरु कर रहा है। ये नए सपनों के साथ आगे बढ़ रहा है, हमारी इकोनॉमी में कंट्रीब्यूट कर रहा है, और उसको वाइब्रेंट बना रहा है। आज दुनिया की सबसे बड़ी युवा आबादी हमारे भारत में है। ये युवा, तेज़ी से स्किल्ड हो रहा है, इनोवेशन को गति दे रहा है। और इन सबके बीच, भारत की फॉरेन पॉलिसी का मंत्र बन गया है- India First, एक जमाने में भारत की पॉलिसी थी, सबसे समान रूप से दूरी बनाकर चलो, Equi-Distance की पॉलिसी, आज के भारत की पॉलिसी है, सबके समान रूप से करीब होकर चलो, Equi-Closeness की पॉलिसी। दुनिया के देश भारत की ओपिनियन को, भारत के इनोवेशन को, भारत के एफर्ट्स को, जैसा महत्व आज दे रहे हैं, वैसा पहले कभी नहीं हुआ। आज दुनिया की नजर भारत पर है, आज दुनिया जानना चाहती है, What India Thinks Today.

|

साथियों,

भारत आज, वर्ल्ड ऑर्डर में सिर्फ पार्टिसिपेट ही नहीं कर रहा, बल्कि फ्यूचर को शेप और सेक्योर करने में योगदान दे रहा है। दुनिया ने ये कोरोना काल में अच्छे से अनुभव किया है। दुनिया को लगता था कि हर भारतीय तक वैक्सीन पहुंचने में ही, कई-कई साल लग जाएंगे। लेकिन भारत ने हर आशंका को गलत साबित किया। हमने अपनी वैक्सीन बनाई, हमने अपने नागरिकों का तेज़ी से वैक्सीनेशन कराया, और दुनिया के 150 से अधिक देशों तक दवाएं और वैक्सीन्स भी पहुंचाईं। आज दुनिया, और जब दुनिया संकट में थी, तब भारत की ये भावना दुनिया के कोने-कोने तक पहुंची कि हमारे संस्कार क्या हैं, हमारा तौर-तरीका क्या है।

साथियों,

अतीत में दुनिया ने देखा है कि दूसरे विश्व युद्ध के बाद जब भी कोई वैश्विक संगठन बना, उसमें कुछ देशों की ही मोनोपोली रही। भारत ने मोनोपोली नहीं बल्कि मानवता को सर्वोपरि रखा। भारत ने, 21वीं सदी के ग्लोबल इंस्टीट्यूशन्स के गठन का रास्ता बनाया, और हमने ये ध्यान रखा कि सबकी भागीदारी हो, सबका योगदान हो। जैसे प्राकृतिक आपदाओं की चुनौती है। देश कोई भी हो, इन आपदाओं से इंफ्रास्ट्रक्चर को भारी नुकसान होता है। आज ही म्यांमार में जो भूकंप आया है, आप टीवी पर देखें तो बहुत बड़ी-बड़ी इमारतें ध्वस्त हो रही हैं, ब्रिज टूट रहे हैं। और इसलिए भारत ने Coalition for Disaster Resilient Infrastructure - CDRI नाम से एक वैश्विक नया संगठन बनाने की पहल की। ये सिर्फ एक संगठन नहीं, बल्कि दुनिया को प्राकृतिक आपदाओं के लिए तैयार करने का संकल्प है। भारत का प्रयास है, प्राकृतिक आपदा से, पुल, सड़कें, बिल्डिंग्स, पावर ग्रिड, ऐसा हर इंफ्रास्ट्रक्चर सुरक्षित रहे, सुरक्षित निर्माण हो।

साथियों,

भविष्य की चुनौतियों से निपटने के लिए हर देश का मिलकर काम करना बहुत जरूरी है। ऐसी ही एक चुनौती है, हमारे एनर्जी रिसोर्सेस की। इसलिए पूरी दुनिया की चिंता करते हुए भारत ने International Solar Alliance (ISA) का समाधान दिया है। ताकि छोटे से छोटा देश भी सस्टेनबल एनर्जी का लाभ उठा सके। इससे क्लाइमेट पर तो पॉजिटिव असर होगा ही, ये ग्लोबल साउथ के देशों की एनर्जी नीड्स को भी सिक्योर करेगा। और आप सबको ये जानकर गर्व होगा कि भारत के इस प्रयास के साथ, आज दुनिया के सौ से अधिक देश जुड़ चुके हैं।

साथियों,

बीते कुछ समय से दुनिया, ग्लोबल ट्रेड में असंतुलन और लॉजिस्टिक्स से जुड़ी challenges का सामना कर रही है। इन चुनौतियों से निपटने के लिए भी भारत ने दुनिया के साथ मिलकर नए प्रयास शुरु किए हैं। India–Middle East–Europe Economic Corridor (IMEC), ऐसा ही एक महत्वाकांक्षी प्रोजेक्ट है। ये प्रोजेक्ट, कॉमर्स और कनेक्टिविटी के माध्यम से एशिया, यूरोप और मिडिल ईस्ट को जोड़ेगा। इससे आर्थिक संभावनाएं तो बढ़ेंगी ही, दुनिया को अल्टरनेटिव ट्रेड रूट्स भी मिलेंगे। इससे ग्लोबल सप्लाई चेन भी और मजबूत होगी।

|

साथियों,

ग्लोबल सिस्टम्स को, अधिक पार्टिसिपेटिव, अधिक डेमोक्रेटिक बनाने के लिए भी भारत ने अनेक कदम उठाए हैं। और यहीं, यहीं पर ही भारत मंडपम में जी-20 समिट हुई थी। उसमें अफ्रीकन यूनियन को जी-20 का परमानेंट मेंबर बनाया गया है। ये बहुत बड़ा ऐतिहासिक कदम था। इसकी मांग लंबे समय से हो रही थी, जो भारत की प्रेसीडेंसी में पूरी हुई। आज ग्लोबल डिसीजन मेकिंग इंस्टीट्यूशन्स में भारत, ग्लोबल साउथ के देशों की आवाज़ बन रहा है। International Yoga Day, WHO का ग्लोबल सेंटर फॉर ट्रेडिशनल मेडिसिन, आर्टिफिशियल इंटेलीजेंस के लिए ग्लोबल फ्रेमवर्क, ऐसे कितने ही क्षेत्रों में भारत के प्रयासों ने नए वर्ल्ड ऑर्डर में अपनी मजबूत उपस्थिति दर्ज कराई है, और ये तो अभी शुरूआत है, ग्लोबल प्लेटफॉर्म पर भारत का सामर्थ्य नई ऊंचाई की तरफ बढ़ रहा है।

साथियों,

21वीं सदी के 25 साल बीत चुके हैं। इन 25 सालों में 11 साल हमारी सरकार ने देश की सेवा की है। और जब हम What India Thinks Today उससे जुड़ा सवाल उठाते हैं, तो हमें ये भी देखना होगा कि Past में क्या सवाल थे, क्या जवाब थे। इससे TV9 के विशाल दर्शक समूह को भी अंदाजा होगा कि कैसे हम, निर्भरता से आत्मनिर्भरता तक, Aspirations से Achievement तक, Desperation से Development तक पहुंचे हैं। आप याद करिए, एक दशक पहले, गांव में जब टॉयलेट का सवाल आता था, तो माताओं-बहनों के पास रात ढलने के बाद और भोर होने से पहले का ही जवाब होता था। आज उसी सवाल का जवाब स्वच्छ भारत मिशन से मिलता है। 2013 में जब कोई इलाज की बात करता था, तो महंगे इलाज की चर्चा होती थी। आज उसी सवाल का समाधान आयुष्मान भारत में नजर आता है। 2013 में किसी गरीब की रसोई की बात होती थी, तो धुएं की तस्वीर सामने आती थी। आज उसी समस्या का समाधान उज्ज्वला योजना में दिखता है। 2013 में महिलाओं से बैंक खाते के बारे में पूछा जाता था, तो वो चुप्पी साध लेती थीं। आज जनधन योजना के कारण, 30 करोड़ से ज्यादा बहनों का अपना बैंक अकाउंट है। 2013 में पीने के पानी के लिए कुएं और तालाबों तक जाने की मजबूरी थी। आज उसी मजबूरी का हल हर घर नल से जल योजना में मिल रहा है। यानि सिर्फ दशक नहीं बदला, बल्कि लोगों की ज़िंदगी बदली है। और दुनिया भी इस बात को नोट कर रही है, भारत के डेवलपमेंट मॉडल को स्वीकार रही है। आज भारत सिर्फ Nation of Dreams नहीं, बल्कि Nation That Delivers भी है।

साथियों,

जब कोई देश, अपने नागरिकों की सुविधा और समय को महत्व देता है, तब उस देश का समय भी बदलता है। यही आज हम भारत में अनुभव कर रहे हैं। मैं आपको एक उदाहरण देता हूं। पहले पासपोर्ट बनवाना कितना बड़ा काम था, ये आप जानते हैं। लंबी वेटिंग, बहुत सारे कॉम्प्लेक्स डॉक्यूमेंटेशन का प्रोसेस, अक्सर राज्यों की राजधानी में ही पासपोर्ट केंद्र होते थे, छोटे शहरों के लोगों को पासपोर्ट बनवाना होता था, तो वो एक-दो दिन कहीं ठहरने का इंतजाम करके चलते थे, अब वो हालात पूरी तरह बदल गया है, एक आंकड़े पर आप ध्यान दीजिए, पहले देश में सिर्फ 77 पासपोर्ट सेवा केंद्र थे, आज इनकी संख्या 550 से ज्यादा हो गई है। पहले पासपोर्ट बनवाने में, और मैं 2013 के पहले की बात कर रहा हूं, मैं पिछले शताब्दी की बात नहीं कर रहा हूं, पासपोर्ट बनवाने में जो वेटिंग टाइम 50 दिन तक होता था, वो अब 5-6 दिन तक सिमट गया है।

साथियों,

ऐसा ही ट्रांसफॉर्मेशन हमने बैंकिंग इंफ्रास्ट्रक्चर में भी देखा है। हमारे देश में 50-60 साल पहले बैंकों का नेशनलाइजेशन किया गया, ये कहकर कि इससे लोगों को बैंकिंग सुविधा सुलभ होगी। इस दावे की सच्चाई हम जानते हैं। हालत ये थी कि लाखों गांवों में बैंकिंग की कोई सुविधा ही नहीं थी। हमने इस स्थिति को भी बदला है। ऑनलाइन बैंकिंग तो हर घर में पहुंचाई है, आज देश के हर 5 किलोमीटर के दायरे में कोई न कोई बैंकिंग टच प्वाइंट जरूर है। और हमने सिर्फ बैंकिंग इंफ्रास्ट्रक्चर का ही दायरा नहीं बढ़ाया, बल्कि बैंकिंग सिस्टम को भी मजबूत किया। आज बैंकों का NPA बहुत कम हो गया है। आज बैंकों का प्रॉफिट, एक लाख 40 हज़ार करोड़ रुपए के नए रिकॉर्ड को पार कर चुका है। और इतना ही नहीं, जिन लोगों ने जनता को लूटा है, उनको भी अब लूटा हुआ धन लौटाना पड़ रहा है। जिस ED को दिन-रात गालियां दी जा रही है, ED ने 22 हज़ार करोड़ रुपए से अधिक वसूले हैं। ये पैसा, कानूनी तरीके से उन पीड़ितों तक वापिस पहुंचाया जा रहा है, जिनसे ये पैसा लूटा गया था।

साथियों,

Efficiency से गवर्नमेंट Effective होती है। कम समय में ज्यादा काम हो, कम रिसोर्सेज़ में अधिक काम हो, फिजूलखर्ची ना हो, रेड टेप के बजाय रेड कार्पेट पर बल हो, जब कोई सरकार ये करती है, तो समझिए कि वो देश के संसाधनों को रिस्पेक्ट दे रही है। और पिछले 11 साल से ये हमारी सरकार की बड़ी प्राथमिकता रहा है। मैं कुछ उदाहरणों के साथ अपनी बात बताऊंगा।

|

साथियों,

अतीत में हमने देखा है कि सरकारें कैसे ज्यादा से ज्यादा लोगों को मिनिस्ट्रीज में accommodate करने की कोशिश करती थीं। लेकिन हमारी सरकार ने अपने पहले कार्यकाल में ही कई मंत्रालयों का विलय कर दिया। आप सोचिए, Urban Development अलग मंत्रालय था और Housing and Urban Poverty Alleviation अलग मंत्रालय था, हमने दोनों को मर्ज करके Housing and Urban Affairs मंत्रालय बना दिया। इसी तरह, मिनिस्ट्री ऑफ ओवरसीज़ अफेयर्स अलग था, विदेश मंत्रालय अलग था, हमने इन दोनों को भी एक साथ जोड़ दिया, पहले जल संसाधन, नदी विकास मंत्रालय अलग था, और पेयजल मंत्रालय अलग था, हमने इन्हें भी जोड़कर जलशक्ति मंत्रालय बना दिया। हमने राजनीतिक मजबूरी के बजाय, देश की priorities और देश के resources को आगे रखा।

साथियों,

हमारी सरकार ने रूल्स और रेगुलेशन्स को भी कम किया, उन्हें आसान बनाया। करीब 1500 ऐसे कानून थे, जो समय के साथ अपना महत्व खो चुके थे। उनको हमारी सरकार ने खत्म किया। करीब 40 हज़ार, compliances को हटाया गया। ऐसे कदमों से दो फायदे हुए, एक तो जनता को harassment से मुक्ति मिली, और दूसरा, सरकारी मशीनरी की एनर्जी भी बची। एक और Example GST का है। 30 से ज्यादा टैक्सेज़ को मिलाकर एक टैक्स बना दिया गया है। इसको process के, documentation के हिसाब से देखें तो कितनी बड़ी बचत हुई है।

साथियों,

सरकारी खरीद में पहले कितनी फिजूलखर्ची होती थी, कितना करप्शन होता था, ये मीडिया के आप लोग आए दिन रिपोर्ट करते थे। हमने, GeM यानि गवर्नमेंट ई-मार्केटप्लेस प्लेटफॉर्म बनाया। अब सरकारी डिपार्टमेंट, इस प्लेटफॉर्म पर अपनी जरूरतें बताते हैं, इसी पर वेंडर बोली लगाते हैं और फिर ऑर्डर दिया जाता है। इसके कारण, भ्रष्टाचार की गुंजाइश कम हुई है, और सरकार को एक लाख करोड़ रुपए से अधिक की बचत भी हुई है। डायरेक्ट बेनिफिट ट्रांसफर- DBT की जो व्यवस्था भारत ने बनाई है, उसकी तो दुनिया में चर्चा है। DBT की वजह से टैक्स पेयर्स के 3 लाख करोड़ रुपए से ज्यादा, गलत हाथों में जाने से बचे हैं। 10 करोड़ से ज्यादा फर्ज़ी लाभार्थी, जिनका जन्म भी नहीं हुआ था, जो सरकारी योजनाओं का फायदा ले रहे थे, ऐसे फर्जी नामों को भी हमने कागजों से हटाया है।

साथियों,

 

हमारी सरकार टैक्स की पाई-पाई का ईमानदारी से उपयोग करती है, और टैक्सपेयर का भी सम्मान करती है, सरकार ने टैक्स सिस्टम को टैक्सपेयर फ्रेंडली बनाया है। आज ITR फाइलिंग का प्रोसेस पहले से कहीं ज्यादा सरल और तेज़ है। पहले सीए की मदद के बिना, ITR फाइल करना मुश्किल होता था। आज आप कुछ ही समय के भीतर खुद ही ऑनलाइन ITR फाइल कर पा रहे हैं। और रिटर्न फाइल करने के कुछ ही दिनों में रिफंड आपके अकाउंट में भी आ जाता है। फेसलेस असेसमेंट स्कीम भी टैक्सपेयर्स को परेशानियों से बचा रही है। गवर्नेंस में efficiency से जुड़े ऐसे अनेक रिफॉर्म्स ने दुनिया को एक नया गवर्नेंस मॉडल दिया है।

साथियों,

पिछले 10-11 साल में भारत हर सेक्टर में बदला है, हर क्षेत्र में आगे बढ़ा है। और एक बड़ा बदलाव सोच का आया है। आज़ादी के बाद के अनेक दशकों तक, भारत में ऐसी सोच को बढ़ावा दिया गया, जिसमें सिर्फ विदेशी को ही बेहतर माना गया। दुकान में भी कुछ खरीदने जाओ, तो दुकानदार के पहले बोल यही होते थे – भाई साहब लीजिए ना, ये तो इंपोर्टेड है ! आज स्थिति बदल गई है। आज लोग सामने से पूछते हैं- भाई, मेड इन इंडिया है या नहीं है?

साथियों,

आज हम भारत की मैन्युफैक्चरिंग एक्सीलेंस का एक नया रूप देख रहे हैं। अभी 3-4 दिन पहले ही एक न्यूज आई है कि भारत ने अपनी पहली MRI मशीन बना ली है। अब सोचिए, इतने दशकों तक हमारे यहां स्वदेशी MRI मशीन ही नहीं थी। अब मेड इन इंडिया MRI मशीन होगी तो जांच की कीमत भी बहुत कम हो जाएगी।

|

साथियों,

आत्मनिर्भर भारत और मेक इन इंडिया अभियान ने, देश के मैन्युफैक्चरिंग सेक्टर को एक नई ऊर्जा दी है। पहले दुनिया भारत को ग्लोबल मार्केट कहती थी, आज वही दुनिया, भारत को एक बड़े Manufacturing Hub के रूप में देख रही है। ये सक्सेस कितनी बड़ी है, इसके उदाहरण आपको हर सेक्टर में मिलेंगे। जैसे हमारी मोबाइल फोन इंडस्ट्री है। 2014-15 में हमारा एक्सपोर्ट, वन बिलियन डॉलर तक भी नहीं था। लेकिन एक दशक में, हम ट्वेंटी बिलियन डॉलर के फिगर से भी आगे निकल चुके हैं। आज भारत ग्लोबल टेलिकॉम और नेटवर्किंग इंडस्ट्री का एक पावर सेंटर बनता जा रहा है। Automotive Sector की Success से भी आप अच्छी तरह परिचित हैं। इससे जुड़े Components के एक्सपोर्ट में भी भारत एक नई पहचान बना रहा है। पहले हम बहुत बड़ी मात्रा में मोटर-साइकल पार्ट्स इंपोर्ट करते थे। लेकिन आज भारत में बने पार्ट्स UAE और जर्मनी जैसे अनेक देशों तक पहुंच रहे हैं। सोलर एनर्जी सेक्टर ने भी सफलता के नए आयाम गढ़े हैं। हमारे सोलर सेल्स, सोलर मॉड्यूल का इंपोर्ट कम हो रहा है और एक्सपोर्ट्स 23 गुना तक बढ़ गए हैं। बीते एक दशक में हमारा डिफेंस एक्सपोर्ट भी 21 गुना बढ़ा है। ये सारी अचीवमेंट्स, देश की मैन्युफैक्चरिंग इकोनॉमी की ताकत को दिखाती है। ये दिखाती है कि भारत में कैसे हर सेक्टर में नई जॉब्स भी क्रिएट हो रही हैं।

साथियों,

TV9 की इस समिट में, विस्तार से चर्चा होगी, अनेक विषयों पर मंथन होगा। आज हम जो भी सोचेंगे, जिस भी विजन पर आगे बढ़ेंगे, वो हमारे आने वाले कल को, देश के भविष्य को डिजाइन करेगा। पिछली शताब्दी के इसी दशक में, भारत ने एक नई ऊर्जा के साथ आजादी के लिए नई यात्रा शुरू की थी। और हमने 1947 में आजादी हासिल करके भी दिखाई। अब इस दशक में हम विकसित भारत के लक्ष्य के लिए चल रहे हैं। और हमें 2047 तक विकसित भारत का सपना जरूर पूरा करना है। और जैसा मैंने लाल किले से कहा है, इसमें सबका प्रयास आवश्यक है। इस समिट का आयोजन कर, TV9 ने भी अपनी तरफ से एक positive initiative लिया है। एक बार फिर आप सभी को इस समिट की सफलता के लिए मेरी ढेर सारी शुभकामनाएं हैं।

मैं TV9 को विशेष रूप से बधाई दूंगा, क्योंकि पहले भी मीडिया हाउस समिट करते रहे हैं, लेकिन ज्यादातर एक छोटे से फाइव स्टार होटल के कमरे में, वो समिट होती थी और बोलने वाले भी वही, सुनने वाले भी वही, कमरा भी वही। TV9 ने इस परंपरा को तोड़ा और ये जो मॉडल प्लेस किया है, 2 साल के भीतर-भीतर देख लेना, सभी मीडिया हाउस को यही करना पड़ेगा। यानी TV9 Thinks Today वो बाकियों के लिए रास्ता खोल देगा। मैं इस प्रयास के लिए बहुत-बहुत अभिनंदन करता हूं, आपकी पूरी टीम को, और सबसे बड़ी खुशी की बात है कि आपने इस इवेंट को एक मीडिया हाउस की भलाई के लिए नहीं, देश की भलाई के लिए आपने उसकी रचना की। 50,000 से ज्यादा नौजवानों के साथ एक मिशन मोड में बातचीत करना, उनको जोड़ना, उनको मिशन के साथ जोड़ना और उसमें से जो बच्चे सिलेक्ट होकर के आए, उनकी आगे की ट्रेनिंग की चिंता करना, ये अपने आप में बहुत अद्भुत काम है। मैं आपको बहुत बधाई देता हूं। जिन नौजवानों से मुझे यहां फोटो निकलवाने का मौका मिला है, मुझे भी खुशी हुई कि देश के होनहार लोगों के साथ, मैं अपनी फोटो निकलवा पाया। मैं इसे अपना सौभाग्य मानता हूं दोस्तों कि आपके साथ मेरी फोटो आज निकली है। और मुझे पक्का विश्वास है कि सारी युवा पीढ़ी, जो मुझे दिख रही है, 2047 में जब देश विकसित भारत बनेगा, सबसे ज्यादा बेनिफिशियरी आप लोग हैं, क्योंकि आप उम्र के उस पड़ाव पर होंगे, जब भारत विकसित होगा, आपके लिए मौज ही मौज है। आपको बहुत-बहुत शुभकामनाएं।

धन्यवाद।