ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ କାର୍ଯ୍ୟର ଆହ୍ୱାନ ଶୀର୍ଷକ ଏକ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅଭିଭାଷଣ ରଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ୱେବିନାର ଆୟୋଜିତ ହୋଇଛି । ବଜେଟର ଘୋଷଣା କ୍ରମ ଅନୁସାରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଥିବା ଏହା ହେଉଛି ବଜେଟ ପର ଚତୁର୍ଥ ୱେବିନାର ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୱେବିନାରର ବାର୍ତ୍ତା ପ୍ରତିରକ୍ଷାରେ ଆତ୍ମନିର୍ଭର ଭାରତ-କାର୍ଯ୍ୟପ୍ରତି ଆହ୍ୱାନ ଦେଶର ମତିଗତିକୁ ପ୍ରଦର୍ଶନ କରିଥାଏ । ନିକଟ ଅତୀତରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତକୁ ବଳିଷ୍ଠ କରିବା ନିମନ୍ତେ ପଦକ୍ଷେପ ଚଳିତ ବଜେଟରେ ସୁସ୍ପଷ୍ଟ । ଦାସତ୍ୱ କାଳରେ ଭାରତର ପ୍ରତିରକ୍ଷା ନିର୍ମାଣ ଓ ଏପିରିକି ସ୍ୱାଧୀନତାର ଠିକ୍ ପରବର୍ତ୍ତୀ ଦିନ ଗୁଡିକରେ ମଧ୍ୟ ଏହା କିପରି ଶକ୍ତିଶାଳୀ ଥିଲା ଶ୍ରୀ ମୋଦୀ ତାହାର ସ୍ମରଣ କରିଥିଲେ । ଭାରତରେ ତିଆରି ଅସ୍ତ୍ରୋପକରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । “ଯଦିଓ ପରବର୍ତ୍ତୀ କାଳରେ ଏହି ଦକ୍ଷତା ହ୍ରାସ ପାଇଥିଲା, ତଥାପି ସେତେବେଳେ ବା ଏବେ ମଧ୍ୟ ଏହାର ସାମର୍ଥ୍ୟ ହ୍ରାସ ପାଇନାହିଁ” ବୋଲି ସେ କହିଥିଲେ ।
“ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ପଦ୍ଧତିରେ ଲୌକିକତା ଓ ଅନନ୍ୟ ଶୈଳୀ ଯୋଗୁ କିପରି ଏହା ପ୍ରତିପକ୍ଷଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ, ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।” ଯେତେବେଳେ ନିଜ ଦେଶରେ ଉପକରଣ ବିକଶିତ ହେବ ସେତେବେଳେ ହିଁ ଏହାର ଅନନ୍ୟ ଶୈଳୀ ଓ ଲୌକିକତା ଲୋକଲୋଚନକୁ ଆସିବ’ ବୋଲି ସେ କହିଥିଲେ । ଚଳିତବର୍ଷ ବଜେଟରେ ନିର୍ମାଣ କ୍ଷେତ୍ରରେ ଗବେଷଣା, ପରିପାଟୀ ଓ ବିକାଶର ଏକ ଉତ୍କୃଷ୍ଟ ବ୍ଲୁପ୍ରିଣ୍ଟ ରହିଛି ବୋଲି ସେ କହିଥିଲେ । ପ୍ରତିରକ୍ଷା ବଜେଣର ଶତକଡା ୭୦ଭାଗ କେବଳ ଘରୋଇ ଶିଳ୍ପ ପାଇଁ ରହିଛି ବୋଲି ସେ କହିଥିଲେ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଦୁଇଶହରୁ ଅଧିକ ପ୍ରତିରକ୍ଷା ଉପକରଣର ସ୍ୱଦେଶୀ ତାଲିକା ଜାରି କରିଛି । ଏହା ପରେ ୫୪ହଜାର କୋଟି ଟଙ୍କାର ସ୍ୱଦେଶୀ ଉପକରଣ ଆହରଣ ନିମନ୍ତେ ଚୁକ୍ତି ହୋଇଛି । ଏହା ବ୍ୟତୀତ ୪.୫ ଲକ୍ଷ କୋଟି ଟଙ୍କାର ଉପକରଣ ଆହରଣ ପ୍ରକ୍ରି୍ରୟା ବିଭିନ୍ନ ସ୍ତରରେ ରହିଛି । ତୃତୀୟ ତାଲିକା ଖୁବ୍ ଶୀଘ୍ର ଆସିବ ବୋଲି ସେ କହିଥିଲେ ।
ଉପକରଣ ଆହରଣରେ ଦୀର୍ଘକାଳୀନ ପଦ୍ଧତିର ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ଅନେକ ସମୟରେ ଉପକରଣ ସେନାରେ ସାମିଲ ହେବା ବେଳକୁ ଏହା ପୁରୁଣା ହୋଇଯାଇଥାଏ । “ଏହାର ସମାଧାନ ହେଉଛି ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ” ବୋଲି ସେ କହିଥିଲେ । ଆତ୍ମନିର୍ଭର ଭାରତକୁ ଗୁରୁତ୍ୱର ସହ ବିଚେଚନା କରିଥିବାରୁ ପ୍ରଧାନମନ୍ତ୍ରୀ ସଶସ୍ତ୍ର ସେନାର ପ୍ରଶଂସା କରିଥିଲେ । ଅସ୍ତ୍ରୋପକରଣ କ୍ଷେତ୍ରରେ ଯବାନମାନଙ୍କ ଭାବନା ଓ ଗର୍ବ ପ୍ରତି ଧ୍ୟାନ ଦେବା ଦରକାର । ଏ କ୍ଷେତ୍ରରେ ଆତ୍ମନିର୍ଭର ହେଲେ ଯାଇ ଏହା ସମ୍ଭବ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଇବର ସୁରକ୍ଷା ଏବେ କେବଳ ଡିଜିଟାଲ ବିଶ୍ୱ ପାଇ ସୀମିତ ହୋଇ ରହିନାହିଁ ବରଂ ଏହା ଜାତୀୟ ସୁରକ୍ଷା ପାଲଟି ଯାଇଛି । “ଆମେ ପ୍ରତିରକ୍ଷା କ୍ଷେତ୍ର ଯେତିକି ଦୁର୍ଦ୍ଦଶ ସୂଚନା ପ୍ରଯୁକ୍ତି ଶକ୍ତି ଉପଯୋଗ କରିବା ଆମର ସୁରକ୍ଷା ନେଇ ଆମର ଗଭୀର ଆତ୍ମବିଶ୍ୱାସ ସେତେ ଅଧିକ ହେବ” ହେବ ବୋଲ ିସେ କହିଥିଲେ ।
ପ୍ରତିରକ୍ଷା ଓ ଉପକରଣ ନିର୍ମାଣକାରୀଙ୍କ ସହ ଚୁକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ଅନେକ ସମୟରେ ଆର୍ଥିକ ତୋଷାରପାତ ଓ ଦୁର୍ନୀତିର ପ୍ରଶ୍ନ ଉଠିଥାଏ । ଯୁଦ୍ଧୋପକରଣ ଗୁଡିକର ବ୍ୟବହାର ଓ ଗୁଣାତ୍ମକ ଦିଗ ଅନେକ ବାଦବିବାଦ ମଧ୍ୟକୁ ଚାଲିଯାଏ । ଆତ୍ମନିର୍ଭର ଭାରତ ଅଭିଯାନ ଏ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦେଇଥାଏ ।
ପ୍ରଧାନମନ୍ତ୍ରୀ ଆୟୁଧ କାରଖାନାଗୁଡିକ ସଂକଳ୍ପ ଓ ପ୍ରଗତିର ଉଜ୍ଜଳ ଦୃଷ୍ଟାନ୍ତ ବୋଲି କହିଥିଲେ । ଗତବର୍ଷ ପ୍ରତିରକ୍ଷା କାର୍ଯ୍ୟଭାର ହାତକୁ ନେଇଥିବା ସାତୋଟି ସଂସ୍ଥା ସେମାନଙ୍କ କାର୍ଯ୍ୟ ପରିସର ବୃଦ୍ଧି ତଥା ନୂତନ ବଜାରରେ ପ୍ରବେଶ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ । “ଗତ ପାଂଚ-ଛଅବର୍ଷ ମଧ୍ୟରେ ଆମେ ପ୍ରତିରକ୍ଷା ରପ୍ତାନୀ ଛଅଗୁଣ ବୃଦ୍ଧି କରିପାରିଛୁ । ଆଜି ଆମେ ୭୫ରୁ ଅଧିକ ଦେଶକୁ ଭାରତୀୟ ପ୍ରତିରକ୍ଷା ଉପକରଣ ପଠାଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ମେକ ଇନ୍ ଇଣ୍ଡିଆକୁ ସରକାରୀ ପ୍ରୋତ୍ସାହନ ଯୋଗୁଁ ଗତ ସାତବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ନିମନ୍ତେ ୩୫୦ଟି ନୂତନ ଶିଳ୍ପ ଲାଇସେନ୍ସ ପ୍ରଦାନ କରାଯାଇଛି । ତେବେ ୨୦୦୧ରୁ ୨୦୧୪ ମଧ୍ୟରେ ମାତ୍ର ୨୦୦ଟି ଲାଇସେନ୍ସ ଜାରି କରାଯାଇଥିଲା । ପ୍ରଧାନ ମନ୍ତ୍ରୀ କହିଥ୍ôଲେ ଯେ ଡିଆରଡିଓ ଏବଂ ପ୍ରତିରକ୍ଷା ସରକାରୀ ଉଦ୍ୟୋଗ ସହ ଘରୋଇ କ୍ଷେତ୍ର ମଧ୍ୟ ଆଗେଇ ଆସିବା ଦରକାର । ସେଥିପାଇଁ ପ୍ରତିରକ୍ଷା ଗବେଷଣା ଓ ପରିପାଟୀ ଲାଗି ବଜେଟ୍ରେ ଶତକଡା ୨୫ଭାଗ ବ୍ୟୟବରାଦ ଶିଳ୍ପ, ଷ୍ଟାର୍ଟଅପ ଓ ଶିକ୍ଷାନୁଷ୍ଠାନ ପାଇଁ ରଖାଯାଇଛି । ସ୍ପେଶାଲ ପରପସ ଭେଇକିଲ ମଡେଲ ମଧ୍ୟ ବଜେଟରେ ବ୍ୟବସ୍ଥା ରହିଛି । “ ଏ କ୍ଷେତ୍ରରେ ଘରୋଇ ଶିଳ୍ପାନୁଷ୍ଠାନ ଏକ ଯୋଗାଣକାରୀ ବା ବିକ୍ରେତା ନ ହୋଇ ଏକ ଅଂଶୀଦାର ହେବାର ଭୂମିକା ଗ୍ରହଣ କରି ପାରିବ ବୋଲି ସେ କହିଥିଲେ ।”
ଏକ ବଳିଷ୍ଠ ପ୍ରତିରକ୍ଷା ଶିଳ୍ପର ଅଭିବୃଦ୍ଧି ନିମନ୍ତେ ସ୍ୱଚ୍ଛ, ସମୟଭିତ୍ତିକ, ବାସ୍ତବ, ଦୃଷ୍ଟିକୋଣ ସମ୍ପନ୍ନ ପରୀକ୍ଷାନିରୀକ୍ଷା ପଦ୍ଧତି ଓ ପ୍ରମାଣନ ଆବଶ୍ୟକ ବୋଲି ସେ କହିଛନ୍ତି । ଏଥିପାଇଁ ସ୍ୱାଧୀନ ପଦ୍ଧତି ସମସ୍ୟା ସମାଧାନ କ୍ଷେତ୍ରରେ ସହାୟକ ହେବ ।
ବଜେଟ୍ ବ୍ୟବସ୍ଥାକୁ ସମୟାନୁଯାୟୀ ତ୍ୱରାନ୍ୱିତ କରିବା ପାଇଁ ତୃତୀୟପକ୍ଷ ଅଂଶୀଦାରମାନେ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିଥିଲେ । ବଜେଟ୍ରେ କରାଯାଇଥିବା ବ୍ୟବସ୍ଥା ଓ ସୁବିଧା ସୁଯୋଗ ସମ୍ପୂର୍ଣ୍ଣ ଭାବେ ନେଲେ ତ୍ୱରାନ୍ୱିତ ଅବସ୍ଥା ସୁଗମ ହେବ ବୋଲି ସେ କହିଥିଲେ ।
हालांकि बाद के वर्षों में हमारी ये ताकत कमजोर होती चली गई, लेकिन ये दिखाता है कि भारत में क्षमता की कमी ना तब थी और ना अब है: PM @narendramodi
— PMO India (@PMOIndia) February 25, 2022
गुलामी के कालखंड में भी और आजादी के तुरंत बाद भी हमारी डिफेंस मैन्यूफैक्चरिंग की ताकत बहुत ज्यादा थी।
— PMO India (@PMOIndia) February 25, 2022
दूसरे विश्व युद्ध में भारत में बने हथियारों ने बड़ी भूमिका निभाई थी: PM @narendramodi
इस साल के बजट में देश के भीतर ही रिसर्च, डिज़ाइन और डवलपमेंट से लेकर मैन्युफेक्चरिंग तक का एक वाइब्रेंट इकोसिस्टम विकसित करने का ब्लूप्रिंट है।
— PMO India (@PMOIndia) February 25, 2022
रक्षा बजट में लगभग 70 परसेंट सिर्फ domestic industry के लिए रखा गया है: PM @narendramodi
जब हम बाहर से अस्त्र-शस्त्र लाते हैं, तो उसकी प्रक्रिया इतनी लंबी होती है कि जब वो हमारे सुरक्षाबलों तक पहुंचते हैं, तब तक उसमें से कई Outdated हो चुके होते हैं।
— PMO India (@PMOIndia) February 25, 2022
इसका समाधान भी 'आत्मनिर्भर भारत अभियान' और 'मेक इन इंडिया' में ही है: PM @narendramodi
भारत की जो IT की ताकत है, वो हमारा बहुत बड़ा सामर्थ्य है। इस ताकत को हम अपने रक्षा क्षेत्र में जितना ज्यादा इस्तेमाल करेंगे, उतनी ही सुरक्षा में हम आश्वस्त होंगे।
— PMO India (@PMOIndia) February 25, 2022
जैसे सायबर सेक्योरिटी अब सिर्फ डिजिटल वर्ल्ड तक सीमित नहीं रह गई है। ये राष्ट्र की सुरक्षा का विषय बन चुका है: PM
ये भी बहुत सुखद है कि बीते 5-6 सालों में डिफेंस एक्सपोर्ट में हमने 6 गुणा वृद्धि की है।
— PMO India (@PMOIndia) February 25, 2022
आज हम 75 से भी ज्यादा देशों को मेड इन इंडिया डिफेंस इक्विपमेंट्स और services दे रहे हैं: PM @narendramodi
जब पूरी निष्ठा के साथ संकल्प लेकर हम आगे बढ़ते हैं तो क्या परिणाम आते हैं, इसका एक बेहतरीन उदाहरण हमारी ऑर्डिनेंस फैक्ट्रियां हैं।
— PMO India (@PMOIndia) February 25, 2022
पिछले साल हमने 7 नई डिफेंस पब्लिक अंडरटेकिंग्स का निर्माण किया था।
आज ये तेज़ी से business का विस्तार कर रही हैं, नए मार्केट में पहुंच रही हैं: PM
मेक इन इंडिया को सरकार के प्रोत्साहन का परिणाम है कि पिछले 7 सालों में Defence Manufacturing के लिए 350 से भी अधिक, नए industrial लाइसेंस issue किए जा चुके हैं।
— PMO India (@PMOIndia) February 25, 2022
जबकि 2001 से 2014 के चौदह वर्षों में सिर्फ 200 लाइसेंस जारी हुए थे: PM @narendramodi
Trial, Testing और Certification की व्यवस्था का Transparent, Time-bound, pragmatic और निष्पक्ष होना एक vibrant defence industry के विकास के लिए ज़रूरी है।
— PMO India (@PMOIndia) February 25, 2022
इसके लिए एक Independent System, समस्याओं को दूर करने में उपयोगी सिद्ध हो सकता है: PM @narendramodi