ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ପର୍ବ ପରେ ଜାନୁଆରୀ 16ରୁ ଆରମ୍ଭ ହେବ ଟୀକାକରଣ
ଆକଳନ ଅନୁଯାୟୀ ପ୍ରାୟ 3କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମୀଙ୍କୁ ଟୀକାଦାନରେ ଦିଆଯିବ ପ୍ରାଥମିକତା
ଏହାପରେ 50ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ 50ବର୍ଷରୁ କମ୍‍ ଏକାଧିକ ରୋଗରେ ପୀଡିତ ପ୍ରାୟ 27କୋଟି ଲୋକଙ୍କୁ ଦିଆଯିବ ଟୀକା

ଦେଶରେ କୋଭିଡ-19ର ସ୍ଥିତି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ଟୀକାକରଣର ପ୍ରସ୍ତୁତି ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ୍‍ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ।

କୋଭିଡ ପରିଚାଳନା ଓ ଏ ସଂକ୍ରାନ୍ତ ଅନ୍ୟାନ୍ୟ ପ୍ରସଙ୍ଗର ସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ। ସୁରକ୍ଷା ଓ ପ୍ରତିରୋଧକଶକ୍ତି ପ୍ରମାଣିତ କରିଥିବା ଦୁଇଟି ଟୀକା (କୋଭିସିଲ୍ଡ ଏବଂ କୋଭାକ୍ସିନ)ର ଜରୁରୀକାଳୀନ ବ୍ୟବହାର କିମ୍ବା ତ୍ୱରିତ ଅନୁମୋଦନ ଲାଗି ଜାତୀୟ ନିୟନ୍ତ୍ରକ ମଞ୍ଜୁର କରିଛନ୍ତି ।

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ମିଳିତ ସହଯୋଗରେ ନିକଟ ଭବିଷ୍ୟତରେ ଟୀକାକରଣ ସଂକ୍ରାନ୍ତରେ କେନ୍ଦ୍ରର ପ୍ରସ୍ତୁତି ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ଟୀକାକରଣ ନେଇ ଚାଲିଥିବା ଏହି ପ୍ରସ୍ତୁତି କାର୍ଯ୍ୟକ୍ରମକୁ ଜନ ଭାଗିଦାରୀ ନୀତି; ନିର୍ବାଚନ ଅଭିଜ୍ଞତାର ବ୍ୟବହାର (ବୁଥ୍‍ସ୍ତରୀୟ ରଣନୀତି) ଏବଂ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (ୟୁଆଇପି) ଅଭିଜ୍ଞତାକୁ ଉପଯୋଗ କରାଯାଇ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ଜାରି ରହିଥିବା ସ୍ୱାସ୍ଥ୍ୟସେବା ବିଶେଷକରି ଜାତୀୟ କାର୍ଯ୍ୟକ୍ରମ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ କୌଣସି ବୁଝାମଣା ହେବନାହିଁ। ବୈଜ୍ଞାନିକ ଏବଂ ନିୟାମକ ମାନଦଣ୍ଡ, ଅନ୍ୟ ଏସ୍‍ଓପି ଉପରେ କୌଣସି ବୁଝାମଣା ହେବନାହିଁ। ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଏକ ବ୍ୟବସ୍ଥିତ ସହଜ ସିଦ୍ଧାନ୍ତ ଉପରେ ଏହାକୁ କାର୍ଯ୍ୟକାରୀ କରାଯିବ।

କୋଭିଡ଼ 19 ଟୀକାକରଣ ଅଭିଯାନରେ ପାଖାପାଖି 3 କୋଟି ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା, 50 ବର୍ଷରୁ ଅଧିକ ବୟସ୍କ ଲୋକ ଏବଂ ଅନ୍ୟ ରୋଗରେ ପୀଡ଼ିତ 50 ବର୍ଷରୁ କମ ବୟସ୍କର ଜନସଂଖ୍ୟାଙ୍କୁ ମିଶାଇ ମୋଟ 27 କୋଟି ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସାମିଲ କରାଯିବ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ କୋ-ୱିନ ଟୀକା ବିତରଣ ପରିଚାଳନା ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଯାଇଥିଲା । ଏହି ଅଭିନବ ଡିଜିଟାଲ ପ୍ଲାଟଫର୍ମ ଟୀକା ମହଜୁଦର ବାସ୍ତବ ସମୟ ସୂଚନା, ଗଚ୍ଛିତ ଟୀକାର ତାପମାତ୍ରା ଏବଂ କୋଭିଡ-19 ଟୀକା ନେଉଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ଟ୍ରାକିଂ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିବ । ପୂର୍ବରୁ ପଞ୍ଜିକୃତ ହୋଇଥିବା ହିତାଧିକାରୀ, ସେମାନଙ୍କର ଯାଞ୍ଚ ଏବଂ ଟୀକାକରଣ ସଫଳ ହେବାପରେ ଡିଜିଟାଲ ପ୍ରମାଣପତ୍ର ବାହାର କରିବା ଲାଗି ଅଟୋମେଟିକ ଅଧିବେଶନ ଆବଣ୍ଟନ ଜରିଆରେ ସମସ୍ତ ସ୍ତରରେ ଯୋଜନା ପରିଚାଳକମାନଙ୍କୁ ସହାୟତା କରିବ। ଏହି ପ୍ଲାଟଫର୍ମରେ 79ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜିକୃତ ହୋଇ ସାରିଛନ୍ତି ।

ଟୀକାଦାନ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଟୀକାକରଣକାରୀ ଏବଂ ଟୀକା ପରିଚାଳକମାନେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦିଆଯାଇଥିଲା । ଜାତୀୟ ସ୍ତରର ପ୍ରଶିକ୍ଷକ ପ୍ରଶିକ୍ଷଣ ସମୟରେ 2360 ଅଂଶଗ୍ରହଣକାରୀଙ୍କୁ ତାଲିମ ଦିଆଯାଇଥିଲା ଯେଉଁଥିରେ ରାଜ୍ୟ ଟୀକାକରଣ ଅଧିକାରୀ, କୋଲ୍ଡ ଚେନ୍‍ ଅଧିକାରୀ, ଆଇଇସି ଅଧିକାରୀ, ଉନ୍ନୟନ ସହଯୋଗୀ ଆଦି ରହିଥିଲେ । 61ହଜାରରୁ ଅଧିକ ଯୋଜନା ପରିଚାଳକ, 2ଲକ୍ଷ ଟୀକାକରଣକାରୀ ଏବଂ 3.7ଲକ୍ଷ ଅନ୍ୟ ଟୀକାକରଣ ଦଳର ସଦସ୍ୟଙ୍କୁ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ସମଗ୍ର ଦେଶରେ ଜାରି ରହିଥିବା ତିନି ପର୍ଯ୍ୟାୟ ଡ୍ରାଏ ରନ୍‍ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଗତକାଲି ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଡ୍ରାଏ ରନ୍‍ 33ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର 615ଟି ଜିଲ୍ଲାରେ 4895 ଅଧିବେଶନ ସ୍ଥଳୀ ପରିଚାଳିତ ହୋଇଥିଲା ।

ବିସ୍ତୃତ ସମୀକ୍ଷା ପରେ ସ୍ଥିର ହୋଇଥିଲା ଯେ ଆଗକୁ ପଡୁଥିବା ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ପର୍ବ ପର୍ବାଣୀକୁ ଦୃଷ୍ଟିରେ ରଖି ଜାନୁଆରୀ 16ରୁ କୋଭିଡ-19 ଟୀକାଦାନ ଆରମ୍ଭ ହେବ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'India Delivers': UN Climate Chief Simon Stiell Hails India As A 'Solar Superpower'

Media Coverage

'India Delivers': UN Climate Chief Simon Stiell Hails India As A 'Solar Superpower'
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles loss of lives due to stampede at New Delhi Railway Station
February 16, 2025

The Prime Minister, Shri Narendra Modi has condoled the loss of lives due to stampede at New Delhi Railway Station. Shri Modi also wished a speedy recovery for the injured.

In a X post, the Prime Minister said;

“Distressed by the stampede at New Delhi Railway Station. My thoughts are with all those who have lost their loved ones. I pray that the injured have a speedy recovery. The authorities are assisting all those who have been affected by this stampede.”