ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଗୁଆହାଟୀ ଏମ୍ସ ସମ୍ପର୍କରେ ଲୋକଙ୍କ ପ୍ରତିକ୍ରିୟାର ପ୍ରତ୍ୟୁତ୍ତର ଦେଇଛନ୍ତି ।
ରାଜେଶ ଭାରତୀୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏମ୍ସ ନେଟୱର୍କର ବିସ୍ତାର ବେଶ ସନ୍ତୋଷଜନକ ଉପକ୍ରମ ଓ ଆମେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଗମ ଓ ସୁଲଭ କରିବା ପାଇଁ ଅନେକ ପଦକ୍ଷେପ ନେବୁ ।”
Expanding the network of AIIMS has been a very satisfying initiative and we will do more to make healthcare more accessible and affordable. https://t.co/Xi74JBZevt
— Narendra Modi (@narendramodi) April 15, 2023
ଉତ୍ତର ପୂର୍ବାଞ୍ଚଳରେ ସୁପର ସ୍ପେଶାଲିଟି ଚିକିତ୍ସା ଉପଲବ୍ଧ ସମ୍ପର୍କରେ ପ୍ରଫେସର ଡଃ ସୁଧିର ଦାସଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ନିଶ୍ଚିତ ଭାବେ, ଏହା ଉତ୍ତର ପୂର୍ବାଞ୍ଚଳର ମୋ ଭଉଣୀ ଓ ଭାଇମାନଙ୍କ ପାଇଁ ବେଶ ସହାୟକ ହେବ ।”
Yes will greatly help my sisters and brothers of the Northeast. https://t.co/J6cuAirBNO
— Narendra Modi (@narendramodi) April 15, 2023
ଜୋରହାଟ ବାସିନ୍ଦା ଦୀପଙ୍କର ପରାଶରଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡିକ ଦ୍ୱାରା ଆସାମର ବିକାଶ ଆହୁରି ତ୍ୱରାନ୍ୱିତ ହେବ ।”
Assam’s development trajectory will be further boosted with the works that were inaugurated or their foundation stones laid. https://t.co/weqNXyPKj7
— Narendra Modi (@narendramodi) April 15, 2023