ଆଜି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶ ବିଭାଜନ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ମନେପକାଇଛନ୍ତି । ଶ୍ରୀ ମୋଦୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ନିଜ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଥିବା ଲୋକଙ୍କ ସଂଘର୍ଷକୁ ମଧ୍ୟ ମନେପକାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ହେଉଛି ସେହି ଭାରତୀୟଙ୍କୁ ସମ୍ମାନର ସହ ସ୍ମରଣ କରିବାର ଏକ ଅବସର, ଯେଉଁମାନଙ୍କ ଜୀବନ ଦେଶ ବିଭାଜନବେଳେ ବଳି ଦିଆଯାଇଥିଲା । ଏଥିସହ ବିସ୍ଥାପନର ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହୋଇଥିବା ସେହି ଲୋକଙ୍କ କଷ୍ଟ ଏବଂ ସଂଘର୍ଷକୁ ମଧ୍ୟ ଏହି ଦିନ ମନେ ପକାଇ ଦେଇଥାଏ । ସେହି ସମସ୍ତ ଲୋକମାନଙ୍କୁ ଶତ ଶତ ପ୍ରଣାମ ।’
विभाजन विभीषिका स्मृति दिवस उन भारतवासियों को श्रद्धापूर्वक स्मरण करने का अवसर है, जिनका जीवन देश के बंटवारे की बलि चढ़ गया। इसके साथ ही यह दिन उन लोगों के कष्ट और संघर्ष की भी याद दिलाता है, जिन्हें विस्थापन का दंश झेलने को मजबूर होना पड़ा। ऐसे सभी लोगों को मेरा शत-शत नमन।
— Narendra Modi (@narendramodi) August 14, 2023