ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ଉପଲକ୍ଷେ ତାଙ୍କର ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଲକ୍ଷ୍ମୀବାଈଙ୍କ ସାହସ ଓ ଆମ ଦେଶ ପ୍ରତି ଥିବା ବଳିଷ୍ଠ ଅବଦାନକୁ କେବେ ଭୁଲି ହେବ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି;
“ଜୟନ୍ତୀ ଉପଲକ୍ଷେରେ ରାଣୀ ଲକ୍ଷ୍ମୀବାଈଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତାଙ୍କ ସାହସ ଓ ଆମ ଦେଶ ପ୍ରତି ଥିବା ବଳିଷ୍ଠ ଅବଦାନକୁ କେବେ ବି ଭୁଲି ହେବ ନାହିଁ । ଔପନିବେଶିକ ଶାସନର ତୀବ୍ର ବିରୋଧ ପାଇଁ ସେ ପ୍ରେରଣାର ସ୍ରୋତ ପାଲଟିଥିଲେ । ଗତବର୍ଷ ଆଜିର ଦିନରେ ମୋ ଝାନସି ଗସ୍ତ ବେଳର କିଛି ଝଲକ ଶେୟାର କରୁଛି ।”
Remembering Rani Lakshmibai on her Jayanti. Her courage and monumental contribution to our nation can never be forgotten. She is a source of inspiration for her steadfast opposition to colonial rule. Sharing glimpses from my visit to Jhansi on this day last year. pic.twitter.com/76oWhwL9bn
— Narendra Modi (@narendramodi) November 19, 2022