Quoteବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ପାଇଁ "୨+୨" ଆଲୋଚନା ଫର୍ମାଟକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
Quoteପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଏବଂ ଜି-୨୦ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ବାଇଡେନଙ୍କ ଭାରତ ଗସ୍ତ ପରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଉପରେ ଉଭୟ ସଚିବ ଆଲୋକପାତ କରିଥିଲେ
Quoteସେମାନେ ପଶ୍ଚିମ ଏସିଆ ସମେତ ପାରସ୍ପରିକ ସ୍ୱାର୍ଥ ସହ ଜଡିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି
Quoteରାଷ୍ଟ୍ରପତି ବାଇଡେନଙ୍କ ସହ ତାଙ୍କର ନିରନ୍ତର ମତ ବିନିମୟ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆମେରିକାର ବୈଦେଶିକ ସଚିବ ମହାମହିମ ଶ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ମହାମହିମ ଶ୍ରୀ ଲଏଡ୍ ଅଷ୍ଟିନ ସାକ୍ଷାତ କରିଛନ୍ତି ।

ଦୁଇ ସଚିବ ପ୍ରଧାନମନ୍ତ୍ରୀଙ୍କୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ "୨+୨" ଫର୍ମାଟରେ ହୋଇଥିବା ଆଲୋଚନା ବିଷୟରେ ଅବଗତ କରାଇଥିଲେ ।

ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଏବଂ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା, ମହାକାଶ, ସ୍ୱାସ୍ଥ୍ୟ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ।

 

|

ପ୍ରଧାନମନ୍ତ୍ରୀ ସମସ୍ତ କ୍ଷେତ୍ରରେ ଗଭୀର ସହଯୋଗ ପାଇଁ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ଗଣତନ୍ତ୍ର, ବହୁମତ ଏବଂ ଆଇନର ଶାସନ ପ୍ରତି ସମ୍ମାନ ଉପରେ ଆଧାରିତ ।

ପଶ୍ଚିମ ଏସିଆରେ ସାମ୍ପ୍ରତିକ ପରିସ୍ଥିତି ସମେତ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ । ଏହି ପ୍ରସଙ୍ଗରେ ଭାରତ ଓ ଆମେରିକା ମଧ୍ୟରେ ନିବିଡ଼ ସମନ୍ୱୟ ଜାରି ରଖିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

 

|

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବାଇଡେନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ସେ ତାଙ୍କ ସହ ନିୟମିତ ମତ ବିନିମୟ ଜାରି ରଖିବାକୁ ଆଗ୍ରହୀ ।

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Vijaydurg Fort, Chhatrapati Shivaji Maharaj’s naval brilliance, earns UNESCO World Heritage status

Media Coverage

Vijaydurg Fort, Chhatrapati Shivaji Maharaj’s naval brilliance, earns UNESCO World Heritage status
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2025
July 23, 2025

Citizens Appreciate PM Modi’s Efforts Taken Towards Aatmanirbhar Bharat Fuelling Jobs, Exports, and Security