ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମୀୟ ଅଭିଧାନ ‘ହେମକୋଶ'ର ବ୍ରେଲି ସଂସ୍କରଣର ଏକ ନକଲ ଶ୍ରୀ ଜୟନ୍ତ ବରୁହାଙ୍କ ଠାରୁ ଗ୍ରହଣ କରିଛନ୍ତି । ଉନବିଂଶ ଶତାବ୍ଦୀର ଆସାମୀୟ ଅଭିଧାନଗୁଡ଼ିକ ମଧ୍ୟରେ ‘ହେମକୋଶ’ ଅନ୍ୟତମ । ବ୍ରେଲି ସଂସ୍କରଣ ପ୍ରକାଶନ ପାଇଁ ପଦକ୍ଷେପ ସକାଶେ ଶ୍ରୀ ମୋଦୀ ଶ୍ରୀ ଜୟନ୍ତ ବରୁହା ଏବଂ ତାଙ୍କ ଦଳକୁ ପ୍ରଶଂସା କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ହେମକୋଶ ର ବ୍ରେଲି ସଂସ୍କରଣର ଏକ ନକଲ ପାଇ ଆନନ୍ଦିତ । ଯାହା ଉନବିଂଶ ଶତାବ୍ଦୀର ଆସାମର ଅଭିଧାନମାନଙ୍କ ମଧ୍ୟରେ ଥିଲା । ବ୍ରେଲି ସଂସ୍କରଣ ପ୍ରକାଶନ ପାଇଁ ଉଦ୍ୟମ ଲାଗି ମୁଁ ଶ୍ରୀ ଜୟନ୍ତ ବରୁହା ଏବଂ ତାଙ୍କ ଦଳକୁ ପ୍ରଶଂସା କରୁଛି ।”
Glad to have received a copy of the Braille version of ‘Hemkosh’, which was among the earliest Assamese dictionaries dating back to the 19th century. I compliment Mr. Jayanta Baruah and his team for his efforts leading to the publication of the Braille version. pic.twitter.com/OX7YtV1Koq
— Narendra Modi (@narendramodi) September 21, 2022